Crime In Odisha / ଲକ୍ଷପତି ହେବା ନିଶାରେ ସର୍ବସ୍ୱାନ୍ତ ହୋଇଗଲେ ଆଇଟି ଇଞ୍ଜିନିୟର; ଋଣ ଶୁଝିବାକୁ...
·59 mins ago·2 min read

Key Points
ଗେମ୍ ଖେଳି ଯୁବପିଢ଼ି ଆଜି ସର୍ବସ୍ୱାନ୍ତ । ଟଙ୍କା ନ ସୁଝି କେଉଁଠି ଜୀବନ ହାରୁଛନ୍ତି, ତ ପୁଣି କେଉଁଠି ଅପରାଧର ରାସ୍ତା ଆପଣାଉଛନ୍ତି ।
ଭୁବନେଶ୍ଵର: ବେଧଡ଼କ ସାଜିଛି ଅନଲାଇନ୍ ଆପ୍ ! ଗେମ୍ ଖେଳି ଯୁବପିଢ଼ି ଆଜି ସର୍ବସ୍ୱାନ୍ତ । ଟଙ୍କା ନ ସୁଝି କେଉଁଠି ଜୀବନ ହାରୁଛନ୍ତି, ତ ପୁଣି କେଉଁଠି ଅପରାଧର ରାସ୍ତା ଆପଣାଉଛନ୍ତି । ଗତବର୍ଷ ଭାରତରେ ୪୫ କୋଟି ଲୋକ ହରାଇଛନ୍ତି ପ୍ରାୟ ୨୦ ହଜାର କୋଟି ଟଙ୍କା !
ସରକାରଙ୍କ କଡ଼ା ଆଇନକୁ ଜୁଆଡିଙ୍କ ଫୁ । ସେପଟେ ଦୁଇଦିନ ତଳେ ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଥିବା ସୁନା ଦୋକାନ ଲୁଟ୍ ଘଟଣା ସମସ୍ତଙ୍କୁ ଚକିତ କରିଛି, ଯେଉଁଠାରେ ଜଣେ ସଫ୍ଟୱେର ଇଞ୍ଜିନିୟର ଋଣ ସଝିବାକୁ ଯାଇ ପାଲଟି ଯାଇଛନ୍ତି ଲୁଟେରା ।
କମ୍ପାନୀରେ ବଡ଼ ଚାକିରି, ହାତରେ ମୋଟା ଅଙ୍କର ଦରମା । କିନ୍ତୁ ଅନଲାଇନ୍ ବେଟିଂର ନିଶା ଜଣେ ମେଧାବୀ ଇଞ୍ଜିନିୟରଙ୍କୁ ସିଧା ଟାଣିନେଲା ଅପରାଧ ଦୁନିଆକୁ । ବେଟିଂ ଆପ୍ରେ ୩୦ ଲକ୍ଷ ଟଙ୍କା ହାରିବା ପରେ ସେମାନେ ରଚିଥିଲେ ଏହି ଡକାୟତି ପ୍ଲାନ୍ ! ଆଶ୍ଚର୍ଯ୍ୟର କଥା, ଏହାର ମାଷ୍ଟରମାଇଣ୍ଡ ଥିଲେ ଜଣେ ଆଇଟି ଇଞ୍ଜିନିୟର ।
ଏଥିସହ ପଢ଼ନ୍ତୁ: ଜେଲ୍ରେ ରହିବେ ଏନ୍ ଭାସ୍କର ରାଓ; ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଜାମିନ ଆବେଦନ ଖାରଜ
ବଡ଼ ବଡ଼ ଆଇଟି କମ୍ପାନୀରେ କାମ କରୁଥିବା ଏହି ଯୁବକ ଅନଲାଇନ୍ ବେଟିଂ ନିଶାରେ ପଡ଼ି ଅପରାଧ ଦୁନିଆକୁ ଟାଣି ହୋଇଗଲେ । ମାତ୍ର ୬ ମାସ ଭିତରେ ୩୦ ଲକ୍ଷ ଟଙ୍କା ହାରିବା ପରେ ନକଲି ବନ୍ଧୁକ ଧରି ଜୁଏଲାରୀ ଲୁଟ୍ କରିବାକୁ ବାହାରିଥିଲେ, ଶେଷରେ ପୋଲିସ ହାତରେ ବନ୍ଧା ହୋଇ ସର୍ବସ୍ୱ ହରାଇଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗେମିଂ ଆପ୍ ପାଇଁ କାହାର ଜୀବନ ଯାଉଛି, ତ ପୁଣି କିଏ ବନୁଛି କ୍ରିମିନାଲ୍ । ମୃତ୍ୟୁର ଫାସ ସାଜିଛି ଏହି ଅନଲାଇନ୍ ଗେମ୍ । ବିଭିନ୍ନ ଗେମ୍ ଖେଳିବା ପାଇଁ ଆକର୍ଷଣୀୟ ଅଫର୍ ଦେଖାଇ ଲୋକଙ୍କୁ ଆକୃଷ୍ଟ କରାଯାଉଛି । ଦୁଇଦିନ ତଳେ ରାଜଧାନୀରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ।
ଫିଲ୍ମ ଷ୍ଟାଇଲ୍ରେ ସୁନା ଦୋକାନରେ ପଶି ଦୁର୍ବୃତ୍ତ ଲୁଟ୍ କରିଥିଲେ । ବିଗତ ଦିନମାନଙ୍କରେ ଅନଲାଇନ୍ ଗେମିଂ ଆପ୍ ଜରିଆରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ ବହୁ ଫେକ୍ ଆପ୍ ଓ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରିସାରିଛି ।