Crime In Odisha / ଜେଲ୍ରେ ରହିବେ ଏନ୍ ଭାସ୍କର ରାଓ; ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଜାମିନ ଆବେଦନ ଖାରଜ
·27 mins ago·2 min read

Key Points
ଜେଲ୍ରେ ରହିବେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ
ଭାସ୍କରଙ୍କ ଜାମିନ ଆବେଦନ ଖାରଜ କଲେ ରାୟଗଡ଼ା ଜିଲ୍ଲା ଦୌରାଜଜ
ଗତ ୯ ତାରିଖରେ ଆତ୍ମସମର୍ପଣ ପରେ ଜେଲ୍ ପଠାଇ ଦେଇଥିଲେ କୋର୍ଟ
ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗୀ ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗ

ରାୟଗଡ଼ା: ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓଙ୍କୁ ଜେଲ୍ରେ ରହିବାକୁ ପଡ଼ିବ । ତାଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନ ଖାରଜ ହୋଇ ଯାଇଛି । ଭାସ୍କର ରାଓଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ରାୟଗଡ଼ା ଜିଲ୍ଲା ଦୌରାଜଜ । ଏନ୍ ଭାସ୍କର ରାଓଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ଜିଲ୍ଲା ଦୌରାଜଜ ।
ଗତ ୯ ତାରିଖରେ ଆତ୍ମସମର୍ପଣ କରିଥିଲେ ଏନ୍ ଭାସ୍କର ରାଓ । ଆତ୍ମସମର୍ପଣ ପରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କାର ରାଓଙ୍କୁ ଜେଲ୍ ହୋଇଥିଲା । ନଭେମ୍ବର ୯ ତାରିଖ ସୋମବାର ଭାସ୍କର ରାଓ ରାୟଗଡ଼ା SDJM କୋର୍ଟରେ ଆତ୍ମସମର୍ପଣ ପରେ ଜାମିନ ନା ମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା ।
୨୦୨୧୦ ଡିସେମ୍ବର ୨୩ ତାରିଖରେ ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗୀଙ୍କୁ ହତ୍ୟା କରାଯାଇଥିଲା । ଉକ୍ତ ମାମଲାରେ ଏବେ ଆତ୍ମସମର୍ପଣ ପରେ ଏନ୍ ଭାସ୍କର ରାଓ ଜେଲ୍ ଯାଇଛନ୍ତି । ପୂର୍ବରୁ ମାମଲାରେ ଏନ୍ ଭାସ୍କର ରାଓଙ୍କୁ ଆଗୁଆ ଜାମିନ୍ ପ୍ରଦାନ କରିଥିଲେ ହାଇକୋର୍ଟ ।
ଏଥିସହ ପଢ଼ନ୍ତୁ: ଜେଲ୍ ଗଲେ ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓ; ୨୦୧୦ରୁ ଚାଲିଥିଲା ମାମଲା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିନ୍ତୁ, ହାଇକୋର୍ଟ ଦେଇଥିବା ଆଗୁଆ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ରଦ୍ଦ କରିବା ସହ ହତ୍ୟା ମାମଲାରେ ହସ୍ତକ୍ଷେପ କରିଥିଲେ । ଭାଗିରଥି ମାଣ୍ଡାଙ୍ଗୀଙ୍କ ପରିବାର ହତ୍ୟାକାଣ୍ଡରେ ଏନ୍ ଭାସ୍କରଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆଣି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ସର୍ବୋଚ୍ଚ ନ୍ୟାୟାଳୟ ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ନିର୍ଦ୍ଦେଶ ଦେଇଥିଲେ ।
ଯାହା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏନ୍ ଭାସ୍କାର ରାଓ ରାୟଗଡ଼ା SDJM କୋର୍ଟରେ ଆତ୍ମସମର୍ପଣ କରିଥିଲେ । କୋର୍ଟ ଜାମିନ୍ ନା ମଞ୍ଜୁର କରିବାରୁ ଏନ୍. ଭାସ୍କର ରାଓଙ୍କୁ ରାୟଗଡ଼ା ଉପକାରଗାରକୁ ପଠାଇ ଦିଆଯାଇଥିଲା ।
ହତ୍ୟାକାଣ୍ଡର ପୃଷ୍ଠଭୂମି
ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗୀଙ୍କୁ ୨୦୧୦ ଡିସେମ୍ବର ମାସରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ହାତଗୋଡ଼ ବନ୍ଧା ଯାଇଥିବା ଅବସ୍ଥାରେ ଭାଗିରଥିଙ୍କ ଦଗ୍ଧ ମୃତଦେହ ଆନ୍ଧ୍ରପ୍ରଦେଶର ତୋଟାପଲ୍ଲୀ ଡ୍ୟାମ୍ ନିକଟରୁ ମିଳିଥିଲା । ଯାହାକି ରାୟଗଡ଼ା ଠାରୁ ୭୦ କିଲୋମିଟର ଦୂରରେ ରହିଛି । ଆଉ ଏହି ହତ୍ୟାରାଣ୍ଡ ସେତେବେଳେ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଥିଲା ।
ଯାହା ପରେ ଜିଲ୍ଲା ଆଦିବାସୀ ମହାସଂଘ ବାରମ୍ବାର ହତ୍ୟାକାଣ୍ଡର ସିବିଆଇ (CBI) ତଦନ୍ତ ଦାବି କରି ଆସିଥିଲା । ଏବେ ଉକ୍ତ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଓ ଏନ୍. ଭାସ୍କର ରାଓ ଆତ୍ମସମର୍ପଣ କରିବା ସମ୍ପୂର୍ଣ୍ଣ ଜିଲ୍ଲା ସହ ରାଜ୍ୟରେ ଚର୍ଚ୍ଚା କେନ୍ଦ୍ର ବିନ୍ଦୁକୁ ଆସିଛି ।