|
logo
Live
Argus News App
GET APP

Argus News - ରାଜଧାନୀରେ ଲଜ୍ଜା,ଲିଫ୍ଟ ଦେବା ଆଳରେ ଘରକୁ ନେଇ ଦୁଷ୍କର୍ମ !

Odisha

Woman Assaulted / ରାଜଧାନୀରେ ଲଜ୍ଜା,ଲିଫ୍ଟ ଦେବା ଆଳରେ ଘରକୁ ନେଇ ଦୁଷ୍କର୍ମ !

Bikash Mohanty
Browse all articles by Bikash Mohanty
·2 days ago·2 min read
ରାଜଧାନୀରେ ଲଜ୍ଜା,ଲିଫ୍ଟ ଦେବା ଆଳରେ ଘରକୁ ନେଇ ଦୁଷ୍କର୍ମ !
Lift

Key Points

ରାଜଧାନୀରେ ଲଜ୍ଜା
ଲିପ୍ଟ ଦେବା ଆଳରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ
ବଙ୍ଗୀୟ ମହିଳାଙ୍କ ଅଭିଯୋଗ ପରେ ଦୁଇଜଣ ଗିରଫ

ଭୁବନେଶ୍ବର ୩୦/୦୩:ରାଜଧାନୀରେ ଲଜ୍ଜା । ଲିପ୍ଟ ଦେବା ଆଳରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ । ଷ୍ଟେସନରେ ଛାଡି ଦେବାକୁ କହି ଗଣ ଦୁଷ୍କର୍ମ ଅଭିଯୋଗ । ଭଡ଼ା ଘରେ ନାରକୀୟ କାଣ୍ଡ ଘଟାଇଲେ ଦୁଇ ଦୁର୍ବୃତ୍ତ । ବଙ୍ଗୀୟ ମହିଳାଙ୍କ ଅଭିଯୋଗ ପରେ ଦୁଇଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ବିଚିତ୍ର ସାହୁ ଏବଂ ନାରାୟଣ ସ୍ୱାଇଁ । ଉଭୟ ରାଜଧାନୀରେ ଆମ୍ବୁଲାନ୍ସ ଡ୍ରାଇଭର ଭାବରେ କାମ କରନ୍ତି । ଉଭୟଙ୍କ ଘର ନୟାଗଡ଼ ଅଞ୍ଚଳରେ ବୋଲି ଜଣାପଡ଼ିଛି । ସେମାନଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ତମାଣ୍ଡୋ ଥାନା ପୋଲିସ ।

ଏମିତି ଥିଲା ପୁରା ଘଟଣା

ଷ୍ଟେସନ ଯିବାକୁ ଅପେକ୍ଷା କରିଥିଲେ ମହିଳା । ହଠାତ୍ ଦୁଇ ଜଣ ଯୁବକ ଆସି ପଚାରିଲେ କୁଆଡ଼େ ଯିବେ ? ମହିଳା କହିଲେ ଷ୍ଟେସନ । ଯୁବକ ଦ୍ବୟ କହିଲେ ଚାଲନ୍ତୁ ଆମେ ଛାଡ଼ିଦେବୁ । ସେମାନେ ଘରୋଇ ଆମ୍ବୁଲାନ୍ସର କର୍ମଚାରୀ ହୋଇଥିବାକୁ ମହିଳାଙ୍କୁ ସନ୍ଦେହ ହୋଇନଥିଲା । ସେମାନଙ୍କ ସହ ଷ୍ଟେସନ ଯିବାକୁ ବାହାରି ପଡ଼ିଲେ ମହିଳା । କିଛି ବାଟ ଯିବା ପରେ ମହିଳା ଜଣଙ୍କ ଲକ୍ଷ୍ୟ କଲେ ଗାଡ଼ି ଷ୍ଟେସନ ଆଡ଼କୁ ନଯାଇ ଅଲଗା ଆଡ଼େ ଯାଉଛି । ଫଳରେ ସେ ସନ୍ଦେହ କରି ଗାଡ଼ି ରଖିବାକୁ କରିଥିଲେ । କିନ୍ତୁ ଏମାନେ ଗାଡ଼ି ରଖିନଥିଲେ, ଜଙ୍ଗଲ ଆଡ଼କୁ ଚାଲିଯାଇଥିଲେ । ନିଛାଟିଆ ଜଙ୍ଗଲରେ ମହିଳାଙ୍କୁ ଦୁଇ ଜଣ ଗଣଦୁଷ୍କର୍ମ କରିଥିଲେ ବୋଲି ମହିଳା ଅଭିଯୋଗ କରିଛନ୍ତି ।


ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ । ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ଅପରାଧ । ଯେମିତି ଅପରାଧୀଙ୍କ ଚରାଭୂଇଁ ପାଲଟିଗଲାଣି ଭୁବନେଶ୍ବର । ଏଠି ଦିନ ଦ୍ବିପ୍ରହରରେ ଗୋଡ଼ାଇ ଗୋଡ଼ାଇ ହାଣୁଛନ୍ତି ଅପରାଧୀ । ଆଉ ମହିଳାଙ୍କ ସହ କୁତ୍ସିତକାଣ୍ଡ ଘଟାଉଛନ୍ତି ଦୁର୍ବୃତ୍ତ । ନିକଟରେ ଧଉଳି ଅଞ୍ଚଳରେ ଘଟିଥିବା ଗଣଦୁଷ୍କର୍ମ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଏକ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଯାହା ସହରର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପଢନ୍ତୂ ଏହି ଖବରIRS ବାବୁଙ୍କ ଯୁବତୀଙ୍କୁ ବଳାତ୍କାର ଘଟଣାରେ NHRCରେ ପହଞ୍ଚିଲା ମାମଲା

ଗୋଟିଏ ବର୍ଷରେ ୨ହଜାରରୁ ଅଧିକ ମହିଳା ଅପରାଧ ମାମଲା ରୁଜୁ ହୋଇଥିବା ନିଜ ରିପୋର୍ଟ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିସନ। ରାଜ୍ୟରେ ୨୦୨୪-୨୫ ବର୍ଷରେ ରୁଜୁ ହୋଇଛି ୨୦୬୪ ମହିଳା ବିରୋଧୀ ଆପରାଧିକ ମାମଲା । ୧୮୭୯ ମାମଲା ସମାଧାନ କରିବାରେ ସଫଳ ହୋଇଛନ୍ତି ମହିଳା କମିସନ । ମହିଳା ଅପରାଧର ସବୁଠାରୁ ଶୀର୍ଷରେ ରହିଛି ଘରୋଇ ହିଂସା । ଏ ସମ୍ପର୍କିତ ୮୫୨ ମାମଲା ମହିଳା କମିସନଙ୍କ ନିକଟରେ ରୁଜୁ ହୋଇଛି । ୧୩୭ଟି ଅସଦାଚରଣ ମାମଲା ହୋଇଛି । ୨୪ଟି ଦୁଷ୍କର୍ମ ଓ ୧୨ଟି ଯୌତୁକଜନିତ ହତ୍ୟା ମାମଲା ହୋଇଛି । ରିପୋର୍ଟ କହୁଛି- ମହିଳା ହିଂସାରେ ସବୁଠୁ ଆଗରେ ରହିଛି ଦ୍ୱୈତନଗରୀ । ବର୍ଷକ ମଧ୍ୟରେ ଭୁବନେଶ୍ୱରରେ ୨୯୮ଟି ଓ କଟକରେ ୨୧୪ଟି ମାମଲା ରୁଜୁ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Woman Assaulted: ରାଜଧାନୀରେ ଲଜ୍ଜା,ଲିଫ୍ଟ ଦେବା ଆଳରେ ଘରକୁ ନେଇ ଦୁଷ୍କର୍ମ ! | Argus News