Bhubaneswar Liquor Sales / ଶେଷ ୭ ଦିନରେ ରାଜଧାନୀବାସୀ ପିଇଦେଲେ ୩୨ କୋଟିର ମଦ
·6 months ago·1 min read

Key Points
ବର୍ଷର ଶେଷ ସାତ ଦିନରେ ରାଜଧାନୀବାସୀ ପିଇଲେ ୩୨ କୋଟିର ମଦ
ଅଢେଇ ଲକ୍ଷ ଲିଟର ବିଦେଶୀ ମଦ ସାଙ୍ଗକୁ ଦେଢ ଲକ୍ଷ ଲିଟର ଦେଶୀ ମଦ
୧ ଲକ୍ଷ ୭୮ ହଜାର ଲିଟର ବିୟର୍ ପିଇଥିବା ନେଇ ଅବକାରୀ ବିଭାଗର ସୂଚନା

ବର୍ଷର ଶେଷ ସାତ ଦିନରେ ରାଜଧାନୀବାସୀ ପିଇଦେଲେ ୩୨ କୋଟି ଟଙ୍କାର ମଦ । ଭୁବନେଶ୍ବରବାସୀ ଅଢେଇ ଲକ୍ଷ ଲିଟର ବିଦେଶୀ ମଦ ସାଙ୍ଗକୁ ଦେଢ ଲକ୍ଷ ଲିଟର ଦେଶୀ ମଦ ପିଇଛନ୍ତି । ସେହିଭଳି ୧ ଲକ୍ଷ ୭୮ ହଜାର ଲିଟର୍ ବିୟର୍ ପିଇଛନ୍ତି । ମୋଟ ୩୨ କୋଟି ୫୫ ଲକ୍ଷ ୧୨ ହଜାର ୫୬୦ ଟଙ୍କାର ମଦ ପିଇ ବର୍ଷକୁ ବିଦାୟ ଦେଇଛନ୍ତି ରାଜଧାନୀବାସୀ ।
ଡିସେମ୍ବର ୨୫ ବଡ଼ ଦିନଠାରୁ ଜିରୋ ନାଇଟ୍ ରାଜଧାନୀର କ୍ଲବ, ପବ୍, ଅଫ୍ ସପ୍ ସହ ଦେଶୀ ମଦ କାଉଣ୍ଟରରେ ବିପୁଳ ପରିମାଣର ମଦ ବିକ୍ରି ହୋଇଛି । ଅବକାରୀ ବିଭାଗ ତଥ୍ୟ କହୁଛି ଡିସେମ୍ବର୍ ୨୫ରୁ ୩୧ ତାରିଖ ମଧ୍ୟରେ ରାଜଧାନୀବାସୀ ୨୮ କୋଟି ୪ ଲକ୍ଷ ୮୧ ହଜାର ୫୬୦ ଟଙ୍କାରେ ୨ ଲକ୍ଷ ୮୦ ହଜାର ୪୮୧ ଲିଟର ବିଦେଶୀ ମଦ ପିଇଥିବା ବେଳେ ୩ କୋଟି ୫୬ ଲକ୍ଷ ୧୧ ହଜାର ଟଙ୍କାର ୧ ଲକ୍ଷ ୭୮ ହଜାର ୫୫ ଲିଟର ବିୟର୍ ପିଇଛନ୍ତି । ସେହିଭଳି ୯୪ ଲକ୍ଷ ୨୦ ହଜାର ଟଙ୍କାର ଦେଶୀ ମଦ ପିଇଛନ୍ତି । ମଦ ପିଇ ନୂଆବର୍ଷକୁ ବେଶ ଉତ୍ସାହ ସହକାରେ ଲୋକମାନେ ପାଳନ କରିବା ସହ ଜିରୋ ନାଇଟରେ ସହରବାସୀ ମତୁଆଲା ହୋଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories