Parking Fee Dispute / ପାର୍କିଂ ଫି ଆଦାୟକୁ ନେଇ କେଁ; ବିବାଦ ବଢ଼ାଉଛି ବିବାଦୀୟ ନିୟମ ଓ ଭିନ୍ନ ରାୟ

Key Points
ଗୋଟିଏ ପଟେ ବିଏମସି, ଆର ପଟେ ବିଡିଏ ଓ ଅନ୍ୟ ପଟେ କୋର୍ଟଙ୍କ ରାୟ । ଏହାରି ଭିତରେ ପାର୍କିଂ ଫି' ଆଦାୟକୁ ନେଇ ଲାଗି ରହିଥିବା ଦ୍ଵନ୍ଦ୍ଵ ଭିତରେ ପେଷି ହୋଇ ଯାଉଛନ୍ତି ଜନତା ।
ଭୁବନେଶ୍ଵର: କେଉଁଠି ଦେବେ ପାର୍କିଂ ଫି', କେଉଁଠି ଦେବାକୁ ପଡ଼ିବନି ? ଆଉ ଯେଉଁଠି ପାର୍କିଂ ଫି' ନାହିଁ ସେଠି ଲୋକ ମନଇଚ୍ଛା ଗାଡ଼ି ରଖି ପଳାଉଛନ୍ତି । ଆଉ ମାସ ମାସ ଧରି ସେଠି ପଡ଼ି ରହୁଛି ଗାଡ଼ି । ପୂର୍ବରୁ ରାଜଧାନୀର ବିଭିନ୍ନ ମଲ୍ରେ ପାର୍କିଂକୁ ମାଗଣା କରାଯାଇଥିବା ବେଳେ ଏବେ କେତକ ମଲ୍ ପାର୍କିଂ ଫି' ଆଦାୟ କରୁଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି ।
ମଲ୍ ଗୁଡ଼ିକରେ ପାର୍କିଂ ଫି' ଆଦାୟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମ୍ସି କମିଶନର ଚଞ୍ଚଳ ରାଣା । ସେ କହିଛନ୍ତି, 'ନିର୍ଦ୍ଧିଷ୍ଟ ନିୟମ ବାବଦରେ ଜଣା ନାହିଁ । ଏହାକୁ ନେଇ ଅନେକ ବିବାଦୀୟ ନିୟମ ଏବଂ ରାୟ ରହିଛି । ବିଭିନ୍ନ ରାଜ୍ୟରେ ଏହାକୁ ବିଭିନ୍ନ ରାୟ ରହିଛି । କିଛି ଜାଗାରେ କଞ୍ଜୁମର କୋର୍ଟ, କିଛି ଜାଗାରେ ହାଇ କୋର୍ଟ କିଛି ଜାଗାରେ ସୁପ୍ରିମ କୋର୍ଟଙ୍କର ରାୟ ଏହା ଉପରେ ରହିଛି । ଏ ବାବଦରେ ବିଡିଏର ନିୟମ ରହିଛି ଓ କର୍ପୋରେସନ ମଧ୍ୟ କିଛି ରିଜୋଲ୍ୟୁସନ୍ ଦେଇଛନ୍ତି ।'
📱 Get Argus News App
✨
ସେ ସବୁ ଉପରେ ନଜର ଦେଇ ଆମେ ସନ୍ତୁଳନ ରଖିବୁ ବୋଲି କହିଛନ୍ତି ବିଏମ୍ସି କମିଶନର । ସେ କହିଛନ୍ତି 'ଯାହା FIRରେ ନାହିଁ ତାହା ବ୍ୟବସାୟ ପାଇଁ ନୁହେଁ । ସେଠୁ ୧୦୦ % ପାର୍କିଂ ଫି' ନିଆଯାଇପାରିବ ନାହିଁ । କିନ୍ତୁ ପାର୍କିଂ ସ୍ଥାନର ଦୁର୍ବ୍ୟବହାର ଯେମିତି ନ ହୁଏ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ । ସମସ୍ତ ଦିଗକୁ ଆଲୋଚନା କରିବା ପରେ ଯାହା ରାଜଧାନୀର ପାର୍କିଂ ବ୍ୟବସ୍ଥା ପାଇଁ ସବୁଠାରୁ ଭଲ ହେବ, ସେହି ଅନୁସାରେ ନିଷ୍ପତି ନିଆଯିବ ।'
ବିଏମ୍ସି କମିଶନର କହିଛନ୍ତି, 'ମଲ୍ ଗୁଡ଼ିକ ଯିଏ ଏବେ ପାର୍କିଂ ଫି' ନେଉଛନ୍ତି ତାହା ଆଇନ୍ ସଙ୍ଗତ କି ନୁହେଁ କହି ହେବ ନାହିଁ । ଆମ FIRରେ ତାହାକୁ ଗଣା ଯାଇନାହିଁ, ତେଣୁ ଏହା ଫ୍ରି ରହିବା କଥା । କିନ୍ତୁ ଫ୍ରି ଥିବା ଜାଗର ବହୁ ଦୁର୍ବ୍ୟବହାର ହୁଏ । ବିଭିନ୍ନ ମଲ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି । ପାର୍କିଂ ଦାୟିତ୍ୱରେ ଥିବା ଲିଗାଲ୍ ଅଥରିଟିଙ୍କ ସହ ଆଲୋଚନା କରିବା ପରେ ଏ ବାବଦରେ ନିଷ୍ପତ୍ତି ନେବୁ । ଯେଉଁଠି ଆଦାୟ ହେଉଛି ସେ ବାବଦରେ ଆମେ ଅବଗତ ଅଛୁ । ଦେଖୁଛୁ, ଆଗାମୀ ଦିନରେ କ'ଣ କରି ହେବ ।'
ଗୋଟିଏ ପଟେ ବିଏମସି, ଆର ପଟେ ବିଡିଏ ଓ ଅନ୍ୟ ପଟେ କୋର୍ଟଙ୍କ ରାୟ । ଏହାରି ଭିତରେ ପାର୍କିଂ ଫି' ଆଦାୟକୁ ନେଇ ଲାଗି ରହିଥିବା ଦ୍ଵନ୍ଦ୍ଵ ଭିତରେ ପେଷି ହୋଇ ଯାଉଛନ୍ତି ଜନତା । ଅନ୍ୟପଟେ କେତକ ମଲ୍ ପାଖରେ ପାର୍କିଂ ଫି' ଆଦାୟ ପାଇଁ ଅନୁମତି ନଥାଇ ମଧ୍ୟ ସେମାନେ ବାଧ୍ୟତାମୂଳକ ଭାବେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି ।
Related Topics
Explore more stories