Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

No Confidence Motion / ନାହିଁ ସଂଖ୍ୟା ବଳ, ଅନାସ୍ଥା ପ୍ରସ୍ତାବ ଆଣି କ'ଣ ଦର୍ଶାଇବାକୁ ଚାହୁଁଛି କଂଗ୍ରେସ ? ସମର୍ଥନ ଦେବ କି BJD ?

Sushanta Sahoo
Browse all articles by Sushanta Sahoo
·10 months ago·3 min read
ନାହିଁ ସଂଖ୍ୟା ବଳ, ଅନାସ୍ଥା ପ୍ରସ୍ତାବ ଆଣି କ'ଣ ଦର୍ଶାଇବାକୁ ଚାହୁଁଛି କଂଗ୍ରେସ ? ସମର୍ଥନ ଦେବ କି BJD ?

Key Points

କଂଗ୍ରେସର ଅନାସ୍ଥାକୁ ବିଜେଡି ସମର୍ଥନ କଲେ ବି ତାହା କାଟ୍ ଖାଇବ । କାରଣ ବିଧାନସଭାରେ ଅନାସ୍ଥା ଭୋଟିଂ ହେଲେ ବିଜେପିକୁ ବହୁମତ ସାବ୍ୟସ୍ତ କରିବାକୁ ପଡ଼ିବ । ଏବେ ବିଜେପି ପାଖରେ ବହୁମତ ଠାରୁ ଅଧିକ ସଦସ୍ୟଙ୍କ ସମର୍ଥନ ରହିଛି ।

ଭୁବନେଶ୍ଵର: ମୋହନ ମାଝୀଙ୍କ ସରକାର ବିପକ୍ଷରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ । ବିଧାନସଭା ସଚିବଙ୍କୁ ଭେଟି ଅନାସ୍ଥା ଚିଠି ଦେଇଛନ୍ତି କଂଗ୍ରେସ ବିଧାୟକ । ସଂଖ୍ୟା ବଳ ନଥିବା କଂଗ୍ରେସ ଅନାସ୍ଥାରେ ସହଯୋଗ ପାଇଁ ବିରୋଧୀ ବିଜେଡିକୁ ନିବେଦନ କରିଛି । ବିଜେଡି ସମର୍ଥନ ନେଇ ଦଳୀୟ ବିଧାୟକ ପ୍ରତାପ ଦେବଙ୍କୁ ଭେଟିବା ପରେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ଆମେ ପ୍ରତାପ ଦେବଙ୍କୁ ଭେଟି ସମର୍ଥନ ମାଗିଛୁ । ସନ୍ଧ୍ୟାରେ ବିଜେଡିର ବୈଠକ ଅଛି । ସେଠି ଆଲୋଚନା କରି ଆମକୁ ନିଷ୍ପତ୍ତି ଜଣାଇବେ ।

ବିରୋଧୀ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ ନେଇ କଡ଼ା ଜବାବ ରଖିଛି ବିଜେପି । ଦଳର ବରିଷ୍ଠ ନେତା ଜୟନାରାୟଣ ମିଶ୍ର କହିଛନ୍ତି, 'ଅନାସ୍ଥା ଆଣନ୍ତୁ । ଆଣିଲେ କ'ଣ ହେବ ? ବିଜେଡି ଓ କଂଗ୍ରେସ ମଧ୍ୟରେ ସିଲ୍‌ଭର ମେଡାଲ୍ ପାଇଁ ଲଢ଼େଇ ଚାଲିଛି । ସେମାନେ ଏଭଳି କରିବେ, ଅନାସ୍ଥାର କୌଣସି ପ୍ରଭାବ ନାହିଁ ।' ସେହିଭଳି ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, 'ଅନାସ୍ଥା ଆଣି ଲୋକହସା ହେବ କଂଗ୍ରେସ । ସଂଖ୍ୟା ନଥାଇ ଅନାସ୍ଥା ଆଣିଛନ୍ତି କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ । କଂଗ୍ରେସ ଅନାସ୍ଥା ଆଣିବା... ଜଗତେ କେବଳ ଜନେ ହସିବେ । ୧୦ ଭାଗରୁ ଭାଗେ ସଂଖ୍ୟା ଥାଇ ଅନାସ୍ଥା ଆଣିବା ଚାଇନା ସହ ଶ୍ରୀଲଙ୍କା ଏବଂ ଭାରତ ସହ ବାଂଲାଦେଶ ଯୁଦ୍ଧ କରିବା ଭଳି କଥା । ସରକାରଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।'


ଏଥିସହ ପଢ଼ନ୍ତୁ: ଶ୍ରୀମୟୀଙ୍କୁ ଟାର୍ଗେଟ୍ କରିବାକୁ ଯାଇ ନିଜ ଦଳର ପୋଲ୍ ଖୋଲିଦେଲେ BJD ନେତ୍ରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଧାନସଭା ସଂଖ୍ୟା ଗଣିତ

୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାର ବହୁମତ ହେଉଛି ୭୪ । ଏବେ ବିରୋଧୀ କଂଗ୍ରେସ ପାଖରେ ୧୪ ବିଧାୟକ ରହିଥିବା ବେଳେ ଜଣେ ସିପିଆଇ (ଏମ୍) ବିଧାୟକଙ୍କ ସମର୍ଥନ ରହିଛି । ସେହିଭଳି ବିଜେଡି ୫୧ଟି ଆସନ ପାଇଥିବା ବେଳେ ନୂଆପଡ଼ା ବିଧାୟକଙ୍କ ଦେହାନ୍ତ ପାଇଁ ସଂଖ୍ୟ ୫୦କୁ ଖସିଛି । ଯେତେବେଳେ କି ସରକାରରେ ଥିବା ବିଜେପି ପାଖରେ ଅଛନ୍ତି ୭୮ ବିଧାୟକ । ଅର୍ଥାତ୍ ବିଜେପି ବେଶ୍ ଭଲ ସ୍ଥିତିରେ ରହିଛି । ଏହାଛଡ଼ା ବିଜେପିକୁ ୩ ଜଣ ସ୍ଵାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ରହିଛି ।

ଅର୍ଥାତ୍ କଂଗ୍ରେସର ଅନାସ୍ଥାକୁ ବିଜେଡି ସମର୍ଥନ କଲେ ବି ତାହା କାଟ୍ ଖାଇବ । କାରଣ ବିଧାନସଭାରେ ଅନାସ୍ଥା ଭୋଟିଂ ହେଲେ ବିଜେପିକୁ ବହୁମତ ସାବ୍ୟସ୍ତ କରିବାକୁ ପଡ଼ିବ । ଏବେ ବିଜେପି ପାଖରେ ବହୁମତ ଠାରୁ ଅଧିକ ସଦସ୍ୟଙ୍କ ସମର୍ଥନ ରହିଛି । ସେପଟେ କଂଗ୍ରେସର ଅନାସ୍ଥାକୁ ବିଜେଡି ଯଦି ସମର୍ଥନ କରେ ତଥାପି ସଂଖ୍ୟା ବହୁମତ ଠାରୁ ବହୁଦୂରରେ । କାରଣ କଂଗ୍ରେସ ଓ ସିପିଆଇକୁ ମିଶାଇ ୧୫ ସଦସ୍ୟ ଏବଂ ବିଜେଡି ପାଖରେ ୫୦ ସଦସ୍ୟଙ୍କୁ ମିଶାଇଲେ ୬୫ ହେଉଛି । ଯେତେବେଳେ କି ଓଡ଼ିଶା ବିଧାନସଭାରେ ବହୁମତ ୭୪ । ତେଣୁ ଅନାସ୍ଥା ଆଣି କଂଗ୍ରେସ କେବଳ ଲୋକଲୋଚନରେ ରହିବାକୁ ଚାହୁଁଛି ବୋଲି ଚର୍ଚ୍ଚା ହେଉଛି ।

BJD କ'ଣ କରିବ ?

କଂଗ୍ରେସ ଅନାସ୍ଥା ଆଣିବା ସହ ମୁଖ୍ୟ ବିରୋଧୀ ଦଳ ବିଜେଡିର ସମର୍ଥନ ଲୋଡ଼ିଛି । କିନ୍ତୁ ନିକଟରେ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ବି ସମର୍ଥନ କରି ନଥିଲା । ବରଂ ପୂର୍ବ ଭଳି ସମଦୂରତା ଦ୍ଵାହି ଦେଇ ଭୋଟିଂରୁ ବିରତ ରହିଥିଲା ବିଜେଡି । ଏବେ ଦଳ କ'ଣ ନିଷ୍ପତ୍ତି ନେବ ? କଂଗ୍ରେସର ଅନାସ୍ଥାକୁ ନେଇ ଆଲୋଚନା ଯେତିକି ହେଉନି ତା'ଠୁ ଅଧିକ ଚର୍ଚ୍ଚା ବିଜେଡିକୁ ନେଇ ।

Related Topics

Explore more stories

Sponsored
No Confidence Motion | Odisha Congress Brings No-Confidence Motion, Eyes BJD | Argus News