Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Mayor on Diwali / ଦୀପାବଳିରେ ଗ୍ରାହକଙ୍କୁ ଦିଅନ୍ତୁନି ବାସି ମିଠା, ନହେଲେ...

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଦୀପାବଳିରେ ଗ୍ରାହକଙ୍କୁ ଦିଅନ୍ତୁନି ବାସି ମିଠା, ନହେଲେ...

Key Points

ମିଠା ଦୋକାନୀଙ୍କୁ ମେୟରଙ୍କ ତାଗିଦ୍ । ଗ୍ରାହକଙ୍କୁ ଦିଅନି ବାସି ମିଠା । ନହେଲେ ଦୋକାନ ହେବ ସିଲ୍ ।
ଦୀପାବଳିରେ ମିଠା ଦୋକାନୀମାନଙ୍କୁ ତାଗିଦ କଲେ ବିଏମସି ମେୟର ସୁଲୋଚନା ଦାସ । ସବୁ ମିଠା ଦୋକାନୀ ସମସ୍ତ ପ୍ରକାର ମିଠା ଉପରେ ମ୍ୟାନୁଫାକ୍ଚରିଙ୍ଗ ଏବଂ ଏକ୍ସପାରି ତାରିଖ ଲେଖିବା ବାଧ୍ୟତାମୂଳକ ବୋଲି ସେ କହିଛନ୍ତି । ବାସି, ଅପମିଶ୍ରିତ ଏବଂ ରାସାୟନିକ ରଙ୍ଗ ଦିଆଯାଇଥିବା ମିଠା ସବୁକୁ ଗ୍ରାହକଙ୍କୁ ନ ବିକିବା ପାଇଁ ମେୟର ଅନୁରୋଧ କରିଛନ୍ତି ।

ଅଧିକ ପଢ଼ନ୍ତୁ: କେଉଁ ଦିନ ପାଳିବେ ଦୀପାବଳି ? ମୁହାଁମୁହିଁ ମୁକ୍ତିମଣ୍ଡପ ପଣ୍ଡିତ ଓ ଜ୍ୟୋତିର୍ବିଦ


ବିଏମସିର ସ୍ୱତନ୍ତ୍ର ଫୁଡ୍‌ ସ୍କ୍ୱାର୍ଡ ରାଜଧାନୀର ବିଭିନ୍ନ ମିଠା ଦୋକାନ ଉପରେ ଚଢ଼ାଉ ଜାରି ରଖିଛନ୍ତି । ଯେଉଁଠି କିଛି ବ୍ୟତିକ୍ରମ ଦେଖିବାକୁ ମିଳୁଛି ସେ ସମସ୍ତ ଦୋକାନରେ କଡ଼ା ଫାଇନ ଆଦାୟ କରାଯିବା ସାଙ୍ଗକୁ ଦରକାର ପଡିଲେ ଦୋକାନ ସିଲ୍‌ କରିବାକୁ ମଧ୍ୟ ବିଏମସି ପଛେଇବ ନାହିଁ । ଗ୍ରହକମାନଙ୍କୁ ନାହିଁ ଠକିବା ପାଇଁ ଅନୁରୋଧ । ନଚେତ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ମେୟର କହିଛନ୍ତି ।

ଦୀପାବଳିରେ କେତେବେଳେ ଫୁଟାଇବେ ବାଣ ? ଏନେଇ ପୋଲିସ୍ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଏଥର ଦୀପାବଳିରେ ପୂରା ରାତି ନୁହେଁ ବରଂ କେବଳ କିଛି ନିର୍ଦ୍ଧିଷ୍ଟ ସମୟ ପାଇଁ ବାଣ ଫୁଟିବ । ବାଣ ଫୁଟାଇବା ନେଇ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନଜର ରଖି କମିଶନରେଟ୍ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । କେବଳ ସବୁଜ ବାଣ ବିକ୍ରୀ ଓ ଫୁଟାଇବାକୁ ଅନୁମତି ଦିଆଯାଇଛି । ସନ୍ଧ୍ୟା ୭ରୁ ୯ଟା ପର୍ଯ୍ୟନ୍ତ ବାଣ ଲୋକେ ଫୁଟାଇ ପାରିବେ । ଦୀପାବଳି ରାତିରେ ରାଜଧାନୀରେ ପୋଲିସ ପକ୍ଷରୁ କଡାକଡି ପାଟ୍ରୋଲିଂ କରାଯିବ । ଲୋକାଲ ବାଣ ବିକ୍ରି କଲେ ପୋଲିସ ଚଢ଼ାଉ କରିବ ବୋଲି ଗାଇଡଲାଇନରେ ଜାରି କରାଯାଇଛି ।

ସେପଟେ ଆସନ୍ତା ସୋମବାର ଦୀପାବଳି ପାଇଁ ସ୍କୁଲ୍‌ ଛୁଟି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସୂଚନା । ସ୍କୁଲ ଓ ଗଣଶିକ୍ଷା ବିଭଗର ସୂଚନା ଅନୁସାରେ ନୂଆପଡ଼ା ବ୍ୟତୀତ ରାଜ୍ୟର ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି ।

ସେହିପରି ଦୀପାବଳିକୁ ନେଇ ତାରିଖ ଦ୍ଵନ୍ଦ୍ଵ ଭିତରେ ଅତିରିକ୍ତ ଛୁଟି ଘୋଷଣା କରିଛନ୍ତି ଓଡ଼ିଶା ସରକାର । ଦୀପାବଳି ପାଇଁ ସରକାର ଅକ୍ଟୋବର ୨୦ ତାରିଖ ସୋମବାରକୁ ଅତିରିକ୍ତ ଛୁଟି ଘୋଷଣା କରିଛନ୍ତି । ଏନେଇ ଓଡ଼ିଶା ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।

ଫଳରେ ସରକାରୀ କର୍ମଚାରୀ ଦୁଇ ଦିନ ଛୁଟି ପାଇବେ । ରାଜ୍ୟ ସରକାରଙ୍କ ପୂର୍ବ ନିର୍ଦ୍ଧାରିତ କ୍ୟାଲେଣ୍ଡର ଅନୁସାରେ, ୨୧ ତାରିଖରେ ଦୀପାବଳି ଛୁଟି ରହିଥିଲା । ଏବେ ସରକାର ୨୦ ତାରିଖକୁ ଅତିରିକ୍ତ ଛୁଟି ଘୋଷଣା କରିଛନ୍ତି । ତେଣୁ ଏଥର ସରକାରୀ କର୍ମଚାରୀଙ୍କୁ ଦୀପାବଳି ଛୁଟି ଦୁଇଦିନ ମିଳିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bhubaneswar Mayor warns sweet shop owners ahead of Diwali | Argus News