Bhubaneswar Development / ବଦଳିବ ରାଜଧାନୀର ରୂପରେଖ, ଗାଡ଼କଣରେ ୩ ଏକର ଜାଗାରେ ହେବ ବଡ଼ ମଲ୍
·1 hour ago·2 min read

Key Points
BDA ପ୍ରତିଷ୍ଠା ଦିବସ ପୂର୍ବରୁ ଭେଟି
BDA ପକ୍ଷରୁ ତିନୋଟି ନୂଆ ଟାଉନ୍ ପ୍ଲାନିଂ ସ୍କିମ୍ ଘୋଷଣା
ଗାଢ଼କଣରେ ୩ ଏକର ଜାଗାରେ ହେବ ବଡ଼ ମଲ୍

BDA ପ୍ରତିଷ୍ଠା ଦିବସ ପୂର୍ବରୁ ରାଜଧାନୀକୁ ବଡ଼ ଭେଟି । ଘୋଷଣା ହୋଇଛି ୩ଟି ନୂଆ ଟାଉନ୍ ପ୍ଲାନିଂ ସ୍କିମ୍ । ସେହିପରି ଗାଡ଼କଣରେ ୩ ଏକର ଜାଗାରେ ଏକ ମେଗା ମଲ୍ ନିର୍ମାଣ ହେବ । ଏହା ସହ ୨୦୦ ଫୁଟିଆ ପ୍ରଶସ୍ତ ରାସ୍ତା ସହ ନିର୍ମାଣ କରାଯିବ ରେଣ୍ଟାଲ ହୋମ୍ ।
ବଦଳିବ ରାଜଧାନୀ ଭୁବନେଶ୍ୱରର ଚେହେରା । ଆଗକୁ ଆସୁଛି ଆଧୁନିକ ‘ନ୍ୟୁ ସିଟି’ର ଜମାନା । ସହରୀକରଣକୁ ବ୍ୟାପକ କରିବା ପାଇଁ ସରକାର ନେଉଛନ୍ତି ଗୋଟିଏ ପରେ ଗୋଟିଏ ବଡ଼ ପଦକ୍ଷେପ । ଗୁରୁ କେଳୁଚରଣ ପାର୍କରୁ ପଟିଆ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ପାଇଁ ଶିଳାନ୍ୟାସ ସହ ଗାଡ଼କଣ ଅଞ୍ଚଳର କାୟାକଳ୍ପ ପାଇଁ ପ୍ରସ୍ତୁତ ହୋଇଛି ବିଶେଷ ବ୍ଲୁ-ପ୍ରିଣ୍ଟ । ଏଠାରେ ପ୍ରାୟ ୩ ଏକର ଜାଗାରେ ନିର୍ମାଣ ହେବ ଏକ ବିଶାଳ ମଲ୍ । ଏହା ସହିତ ୨୦୦ ଫୁଟିଆ ପ୍ରଶସ୍ତ ରାସ୍ତା, ରେଣ୍ଟାଲ ହୋମ୍ ଏବଂ ବସ୍ତିବାସିନ୍ଦାଙ୍କ ପାଇଁ ଆବାସିକ ଯୋଜନା କାର୍ଯ୍ୟକାରୀ ହେବ ।
‘ବିକଶିତ ଓଡ଼ିଶା ୨୦୩୬’ ଏବଂ ‘ସମୃଦ୍ଧ ସହର’ ପଦକ୍ଷେପ ଅଧୀନରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଆଉ ତିନୋଟି ନୂଆ ଟାଉନ୍ ପ୍ଲାନିଂ ବା ଟିପି ସ୍କିମ୍ ଘୋଷଣା କରିଛନ୍ତି । ଟିପି ସ୍କିମ୍ ନମ୍ବର ୦୫, ୦୬ ଏବଂ ୦୭/୨୦୨୬ ଜରିଆରେ ଆଧୁନିକ ସହରାଞ୍ଚଳ ବିକଶିତ ହେବ । ମଳିପଡ଼ା ଓ ଦାସପୁର ମୌଜାରେ ଏହି ବୃହତ୍ ପ୍ରକଳ୍ପ ଗଢ଼ି ଉଠିବ । ଏହି ଯୋଜନା ଅଧୀନରେ ରାସ୍ତା, ଡ୍ରେନ୍, ପାନୀୟ ଜଳ, ସ୍ୱେରେଜ୍, ବିଦ୍ୟୁତ୍, ପାର୍କ ଏବଂ ଖୋଲା ଜାଗା ଭଳି ସମସ୍ତ ବିଶ୍ୱସ୍ତରୀୟ ସୁବିଧା ଏକସାଙ୍ଗରେ ଯୋଗାଇ ଦିଆଯିବ । ଏହି ଟିପି ସ୍କିମର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି - ଏଥିରେ ଜମି ମାଲିକଙ୍କୁ ବଡ଼ ଧରଣର ଜମି ଅଧିଗ୍ରହଣର ସାମ୍ନା କରିବାକୁ ପଡ଼ିବ ନାହିଁ ।
ଆଗକୁ ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ ପ୍ରତିଷ୍ଠା ଦିବସ ଏବଂ ସ୍ଵାୟତ୍ତ ଶାସନ ଦିବସ ଆସୁଥିବା ବେଳେ ଏହି ଅବସରରେ ସ୍ମାର୍ଟ ସିଟି ବାସିନ୍ଦାଙ୍କୁ ବଡ଼ ଭେଟି ଦେବେ ରାଜ୍ୟ ସରକାର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories