Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Bhubaneswar Metro Project / 'ମେଟ୍ରୋ ବନ୍ଦ ହୋଇନାହିଁ, ସ୍ଥଗିତ ରହିଛି...ଟ୍ରାଇ ସିଟି ହେବ ଇକୋନୋମିକ୍ ହବ୍‌'

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
'ମେଟ୍ରୋ ବନ୍ଦ ହୋଇନାହିଁ, ସ୍ଥଗିତ ରହିଛି...ଟ୍ରାଇ ସିଟି ହେବ ଇକୋନୋମିକ୍ ହବ୍‌'
Bhubaneswar Metro

Key Points

ନୂଆ ରୂପରେ ମେଟ୍ରୋ ଆସିବ କହିଲେ ନଗର ଉନ୍ନୟନ ମନ୍ତ୍ରୀ
‘ପୁରୀ, ଭୁବନେଶ୍ୱର ଓ କଟକକୁ ନେଇ ମେଟ୍ରୋ ପରିକଳ୍ପନା କରିଛୁ’
‘ଏଥିରେ ରାଜ୍ୟର ସବୁ ପ୍ରକାର ଇକୋନୋମିକ ଗ୍ରୋଥ ହେବ’
ନୂଆ ରୂପରେ ଆସିବ ଭୁବନେଶ୍ବର ମେଟ୍ରୋ । ମେଟ୍ରୋର ରହିଛି ଆବଶ୍ୟକତା । ଆମେ ଖାଲି ଭୁବନେଶ୍ୱର ପରିକଳ୍ପନା କରୁନୁ ଆମେ ପୁରୀ, ଭୁବେନେଶ୍ୱର ଓ କଟକକୁ ନେଇ ଟ୍ରାଇ ସିଟିର ପରିକଳ୍ପନା କରିଛୁ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ସେ କହିଛନ୍ତି, ଆଗାମୀ ଦିନରେ ଭୁବେନେଶ୍ୱର, ପୁରୀ, କଟକ ଓ ପାରାଦ୍ୱୀପ ଇକୋନୋମିକାଲ ରିଜନ୍‌ ହେବ । ଏଥିରେ ସବୁ ପ୍ରକାର ଇକୋନୋମିକ୍‌ ଗ୍ରୋଥ୍‌ ହେବ । ମେଟ୍ରୋ ଯିବା ପୂର୍ବରୁ ସହରରେ ଯେଉଁ ପ୍ଲାନିଂ କରିବା କଥା ଗତ ବିଜେଡି ସରକାର କରିନଥିଲେ । ୨୪ ବର୍ଷ ସରକାରରେ ଥିଲେ ଟାଉନ ପ୍ଲାନିଂ ସ୍ଥିତି ଅଛି କି ? ଭୁବନେଶ୍ୱର ସହରରେ ଆଜି କାହିଁକି ଏ ପରିସ୍ଥିତି ସେଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ସରକାରଙ୍କ ବଡ଼ ଘୋଷଣା; ପ୍ରଥମ ଥର ପାଇଁ ଓଡ଼ିଆରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍



ସେହିପରି ମନ୍ତ୍ରୀ କହିଛନ୍ତି, ଆମ ସରକାର ମେଟ୍ରୋ ବିରୁଦ୍ଧରେ ନାହୁଁ ମେଟ୍ରୋ କରିବାକୁ ଆମ ସରକାର ଚାଁହୁଛନ୍ତି । ମେଟ୍ରୋ ପ୍ରକଳ୍ପକୁ ଆମେ ବନ୍ଦ କରିନାହୁଁ । ଆମେ ଏହାକୁ ସ୍ଥଗିତ ରଖିଛୁ । ମେଟ୍ରୋ ପ୍ରକଳ୍ପ ପାଇଁ ଯାହା ପ୍ରକ୍ରିୟା ଦରକାର ଆମେ ଚାଲୁ ରଖିଛୁ । ବିକଳ୍ପ ରାସ୍ତା ନ କରି ମେଟ୍ରୋ କଲେ, ସହର ଭିତରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବେ । ଏବେ ବିନା ମେଟ୍ରୋରେ ଯଦି ଏଭଳି ଟ୍ରାଫିକ୍‌ ଜାମ୍‌ ହେଉଛି, ବର୍ଷ ବର୍ଷ ଧରି ମେଟ୍ରୋ କାମ ଚାଲିଥିଲେ କ'ଣ ହୋଇଥାନ୍ତା । ମେଟ୍ରୋ କରିବା ପାଇଁ ବିକଳ୍ପ ରାସ୍ତାର ଆବଶ୍ୟକ । ଆମକୁ କେନ୍ଦ୍ର ସରକାରଙ୍କ ସହାୟତା ଓ ଟେକ୍ନୋଲୋଜିକୁ ଗ୍ରହଣ କରିବାର ଅଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhubaneswar Metro Not Cancelled, Only Paused: Minister Clarifies Tri-City Plan | Argus News