Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୁକୁଳା ଡ୍ରେନ୍ ରେ ଭାସି ଯାଇଥିବା ନାବାଳକ ମୃତ

Smruti Parija
Browse all articles by Smruti Parija
·2 years ago·1 min read
ମୁକୁଳା ଡ୍ରେନ୍ ରେ ଭାସି ଯାଇଥିବା ନାବାଳକ ମୃତ

ଭୁବନେଶ୍ୱର: ମୁକୁଳା ଡ୍ରେନ୍ ରେ ଭାସି ଯାଇଥିବା ନାବାଳକ ମୃତ ।  ୟୁନିଟ୍ 3  ମସଜିଦ କଲୋନୀ ପାଖରେ ଥିବା ମୁକୁଳା ଡ୍ରେନରେ ଭାସିଯାଇଥିଲା 8 ବର୍ଷର ନାବାଳକ । ଲଗାଣ ବର୍ଷାରେ ପିଲାଟି ଖସି ଯାଇ ମୁକୁଳା ଡ୍ରେନରେ ପଡ଼ି ଯାଇଥିଲା । ପରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ଶେଷରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଛନ୍ତି ।  

ମୃତ ନାବାଳକ ଜଣଙ୍କ ହେଲା ଏସ୍ କେ ରାଜେଶ୍ । ଭାସି ଯାଉଥିବା ଗୋଟିଏ ବେଲୁନ୍ ଆଣିବାକୁ ଯାଇ ଏସ୍ କେ ରାଜେଶ ଓ ତାଙ୍କ ସାଙ୍ଗସାଥୀ ଯାଇଥିଲେ । ହେଲେ ବେଲୁନ୍ ଆଣୁ ଆଣୁ ଭାସିଯାଇଥିଲା ନାବାଳକ । ତାଙ୍କ ସାଙ୍ଗମାନେ ଅଳ୍ପକେ ବର୍ତ୍ତିଯାଇଥିଲେ । କିଛି ସମୟ ଖୋଜା ଖୋଜି କରିବା ପରେ ନାବାଳକକୁ ଲକ୍ଷ୍ମୀସାଗର ଓସ୍କାର ସିଟି ନିକଟ ନାଳରୁ ଉଦ୍ଧାର କରାଯାଇଥିଲା । ଶେଷରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି । କୁନି ପୁଅର ମୃତ୍ୟୁ ଖବର ପରେ କାନ୍ଦା ବୋବାଳିରେ ଫାଟି ପଡୁଛି ପୁରା ଅଞ୍ଚଳ ।   

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhubaneswar: Minor boy who was swept away in a drain near Unit-3,dies | Argus News