Videos
|
Odisha

Bhubaneswar Puja Security / ପାର୍ବଣ ପାଇଁ ଆକ୍ସନ୍ ମୋଡ୍‌ରେ କମିଶନରେଟ୍ ପୋଲିସ, ୧୮୫ ମଣ୍ଡପକୁ A, B, C କାଟାଗୋରୀରେ ବାଣ୍ଟିଲା ପୋଲିସ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ପାର୍ବଣ ପାଇଁ ଆକ୍ସନ୍ ମୋଡ୍‌ରେ କମିଶନରେଟ୍ ପୋଲିସ, ୧୮୫ ମଣ୍ଡପକୁ A, B, C କାଟାଗୋରୀରେ ବାଣ୍ଟିଲା ପୋଲିସ
Bhubaneswar Puja Security

Key Points

ପୂଜା ଭିଡ଼ରେ ଚେନ୍ ସ୍ନାଚରଙ୍କ ଉପରେ ନଜର
ଭୁବନେଶ୍ୱରରେ ପୋଲିସର ଜୋରଦାର ପ୍ରସ୍ତୁତି
୧୮୫ ମଣ୍ଡପକୁ A, B, C କାଟାଗୋରୀରେ ବାଣ୍ଟିଲା ପୋଲିସ
ପାର୍ବଣ ଋତୁକୁ ନେଇ ଆକ୍ସନ୍ ମୋଡ୍‌ରେ କମିଶନରେଟ୍ ପୋଲିସ । ରାଜଧାନୀ ଭୁବନେଶ୍ୱରରେ ପୂଜା ସମୟରେ ଭିଡ଼ ନିୟନ୍ତ୍ରଣ, ଅପରାଧ ରୋକିବା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଭୁବନେଶ୍ୱରରେ ଏଥର ମୋଟ ୧୮୫ଟି ପୂଜା ମଣ୍ଡପକୁ ଚିହ୍ନଟ କରାଯାଇଛି । ମଣ୍ଡପଗୁଡ଼ିକରେ ହେଉଥିବା ଭିଡ଼ ଓ ଗୁରୁତ୍ୱକୁ ଆଧାର କରି ସେଗୁଡ଼ିକୁ A, B ଓ C କାଟାଗୋରୀରେ ବିଭକ୍ତ କରାଯାଇଛି । ଯେଉଁ ମଣ୍ଡପରେ ଅଧିକ ଭିଡ଼ ହେବାର ସମ୍ଭାବନା ରହିଛି, ସେଗୁଡ଼ିକୁ A କାଟାଗୋରୀରେ ରଖାଯାଇଛି । କାଟାଗୋରୀ ଅନୁସାରେ ପ୍ରତ୍ୟେକ ଥାନା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କରାଯିବ ।

ଫୁଟ୍ ପାଟ୍ରୋଲିଂଠାରୁ ମୋବାଇଲ୍ ପାଟ୍ରୋଲିଂ

ପୂଜା ପୂର୍ବରୁ ହିଁ ଭୁବନେଶ୍ୱରରେ ଫୁଟ୍ ପାଟ୍ରୋଲିଂ ଆରମ୍ଭ ହୋଇଛି । ଏହା ସହିତ ମୋବାଇଲ୍ ପାଟ୍ରୋଲିଂ ଓ ବାଇକ୍ ପାଟ୍ରୋଲିଂକୁ ମଧ୍ୟ ବଢ଼ାଇ ଦିଆଯାଇଛି । ଚେନ୍ ସ୍ନାଚିଂ ଭଳି ଅପରାଧ ଉପରେ ରୋକ୍ ଲଗାଇବା ପାଇଁ ସାଦା ପୋଷାକରେ ପୋଲିସ ମୁତୟନ ହେବେ ।

ପୂଜା ଭିଡ଼ ମଧ୍ୟରେ ମହିଳାଙ୍କ ସୁରକ୍ଷା ପାଇଁ ମହିଳା ପୋଲିସଙ୍କୁ ମଧ୍ୟ ନିୟୋଜିତ କରାଯିବ । ସିଭିଲ୍ ଡ୍ରେସ୍‌ରେ ପୋଲିସ ଭିଡ଼ ମଧ୍ୟରେ ରହି ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିବେ । ଇତିମଧ୍ୟରେ ଜଣେ ଚେନ୍ ସ୍ନାଚିଂ ଅଭିଯୁକ୍ତଙ୍କୁ ପୋଲିସ ଧରିଥିବା ବେଳେ, ତାଙ୍କଠାରୁ କିଛି ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

ପ୍ରତ୍ୟେକ ପୂଜା ମଣ୍ଡପରେ CCTV ଉପରେ ଗୁରୁତ୍ୱ

ସୁରକ୍ଷା ବ୍ୟବସ୍ଥାରେ CCTVକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଉଛି । ସମସ୍ତ ପୂଜା କମିଟି ସହ IIC ଓ ACP ସ୍ତରରେ ବୈଠକ ହୋଇସାରିଛି । ପୂଜା ମଣ୍ଡପ ଏବଂ ଏହାର ଆଖପାଖ ଅଞ୍ଚଳରେ CCTV ଲଗାଇବା ପାଇଁ ପୂଜା କମିଟିଗୁଡ଼ିକୁ କୁହାଯାଇଛି । ଭିଡ଼ ସମୟରେ ମହିଳା ପୋଲିସଙ୍କ ସହ ସିଭିଲ୍ ଡ୍ରେସ୍‌ରେ ଥିବା ପୋଲିସ ମଧ୍ୟ ନଜର ରଖିବେ । ଏହାଦ୍ୱାରା ଚେନ୍ ସ୍ନାଚିଂ, ଚୋରି ଓ ଅନ୍ୟାନ୍ୟ ଅପରାଧକୁ ନିୟନ୍ତ୍ରଣ କରିବାରେ ପୋଲିସକୁ ସହାୟତା ମିଳିବ ।

ଟ୍ରାଫିକ୍ ଓ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂଜା ସମୟରେ ଭିଡ଼ ବଢ଼ିବା ସହ ଟ୍ରାଫିକ୍ ସମସ୍ୟା ମଧ୍ୟ ବଢ଼ିବାର ଆଶଙ୍କା ରହିଛି । ଏଥିପାଇଁ ଟ୍ରାଫିକ୍ ନିୟନ୍ତ୍ରଣ ଓ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ପୋଲିସ ପକ୍ଷରୁ ଲୋକଙ୍କୁ ରାସ୍ତା ଉପରେ ଗାଡ଼ି ପାର୍କ ନକରିବା ଏବଂ Wrong Routeରେ ଯାତାୟାତ ନକରିବାକୁ ଅପିଲ୍ କରାଯାଇଛି । ଟ୍ରାଫିକ୍ ନିୟମ ମାନି ପୋଲିସକୁ ସହଯୋଗ କରିବା ପାଇଁ ମଧ୍ୟ ଲୋକଙ୍କୁ କୁହାଯାଇଛି ।

ଘର ଖାଲି ରହିଲେ ଚୋରି ରୋକିବାକୁ ନଜର

ପୂଜା ସମୟରେ ଅନେକ ଲୋକ ଘର ଖାଲି କରି ବାହାରକୁ ଯାଆନ୍ତି । ଏହାର ସୁଯୋଗ ନେଇ ଚୋରି ହେବାର ଆଶଙ୍କା ରହିଥାଏ । ତେଣୁ ପୋଲିସ ପକ୍ଷରୁ ପୂର୍ବରୁ ଚୋରି ଘଟିଥିବା ସ୍ଥାନ ଚିହ୍ନଟ କରାଯିବ । ଥାନାୱାରୀ ଏଭଳି ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରି ସେଠାରେ ପାଟ୍ରୋଲିଂ ବଢ଼ାଯିବ । ଏହା ସହ ପୁରୁଣା ଅପରାଧୀଙ୍କ ଗତିବିଧି ଉପରେ ମଧ୍ୟ କଡ଼ା ନଜର ରହିବ ।