Red Warning / କାଳବୈଶାଖୀ ପ୍ରଭାବରେ କମିଲା ତାତି ଓ ଗୁଳୁଗୁଳି; ୪୦ରୁ ୨୬ ଡିଗ୍ରୀକୁ ଖସିଲା ପାରଦ
·2 hours ago·2 min read

Key Points
ଅପରାହ୍ଣରେ କାଳବୈଶାଖୀ ବର୍ଷା ଫଳରେ ତାତି ୧୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ଶନିବାର ଅପରାହ୍ଣରେ ଭୁବନେଶ୍ଵରରେ ପ୍ରବଳ ପବନ ସାଙ୍ଗକୁ କୁଆପଥର ବର୍ଷା ଛେଚିଛି ।
ଭୁବନେଶ୍ଵର: କମିଲା ତାତି ଓ ଗୁଳୁଗୁଳି । ଆଶ୍ଵସ୍ତି ଆଣିଲା କାଳବୈଶାଖୀ । ୩ରୁ ୪ ଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଶନିବାର କାଳବୈଶାଖୀ ବର୍ଷା ତାପମାତ୍ରା କମାଇଛି । ଦିନ ସାଢ଼େ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ଵରର ତାପମାତ୍ର ୪୦ ଡିଗ୍ରୀ ରହିଥିଲା । ୪୩ ପ୍ରତିଶତ ଆଦ୍ରତା ଥିବାରୁ ୫୦ ଡିଗ୍ରୀ ଭଳି ତାତି ଅନୁଭୂତ ହେଉଥିଲା ।
ଅପରାହ୍ଣରେ କାଳବୈଶାଖୀ ବର୍ଷା ଫଳରେ ତାତି ୧୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ଶନିବାର ଅପରାହ୍ଣରେ ଭୁବନେଶ୍ଵରରେ ପ୍ରବଳ ପବନ ସାଙ୍ଗକୁ କୁଆପଥର ବର୍ଷା ଛେଚିଛି । ଯାହା ଫଳରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି । ବିଭିନ୍ନ ସ୍ଥାନରେ ରାଜପଥରେ ବର୍ଷା ଜଳ ଜମା ହେବାରୁ ଟ୍ରାଫିକ୍ ଜାମ୍ ସ୍ଥିତି ସୃଷ୍ଟି ହୋଇଛି ।
ଏଥିସହ ପଢ଼ନ୍ତୁ: ତାତିରୁ ମିଳିବ ଆଶ୍ବସ୍ତି, ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ !
ସୈନିକ ସ୍କୁଲ୍ରୁ ଆଚାର୍ଯ୍ୟ ବିହାର ରାସ୍ତାରେ ଗଛ ପଡ଼ି ରାସ୍ତା ଜାମ୍ ହୋଇଛି । ରାସ୍ତାରେ ପଡ଼ିଥିବା ଗଛକୁ କାଟି ହଟାଉଛନ୍ତି ବିଶେଶ୍ୱର ବସ୍ତି ବାସିନ୍ଦା । ସେପଟେ ସିଆର୍ପି ଛକରୁ ୟୁନିଟ୍-୮ ଡିଏଭି ଯିବା ରାସ୍ତାରେ ମଧ୍ୟ ବଡ଼ ବଡ଼ ଗଛ ଭାଙ୍ଗିଛି । ଗଛ ଭାଙ୍ଗି ଅଟୋ ରିକ୍ସା ଏବଂ ବାଇକ୍ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି ।
୧୪ ଡିଗ୍ରୀ ଖସିଲା ପାରଦ
ଶନିବାର ଦିନ ସାଢ଼େ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ଵରର ତାପମାତ୍ର ୪୦ ଡିଗ୍ରୀ ରହିଥିଲା । ୪୩ ପ୍ରତିଶତ ଆଦ୍ରତା ଥିବାରୁ ୫୦ ଡିଗ୍ରୀ ଭଳି ତାତି ଅନୁଭୂତ ହେଉଥିଲା । ଏବେ କାଳବୈଶାଖୀ ଫଳରେ ତାପମାତ୍ରା ୧୪ ଡିଗ୍ରୀ ହ୍ରାସ ପାଇ ୨୬ ଡିଗ୍ରୀ ହୋଇଛି । ୮୬ ପ୍ରତିଶତ ଆଦ୍ରତା ରହିଥିବାରୁ ୨୮ ଡିଗ୍ରୀ ଭଳି ତାପମାତ୍ରା ଅନୁଭୂତ ହେଉଛି ।
୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ଆଗାମୀ ୩ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦେଇଛି । ମୟୂରଭଞ୍ଜ, ବାଲେଶ୍ଵର, କଟକ, ଖୋର୍ଦ୍ଧା (ଭୁବନେଶ୍ଵର ସହର ସହ) ଓ ନୟାଗଡ଼ରେ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ସେହିଭଳି କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି, ସକାଳ ୮:୩୦ ସୁଦ୍ଧା ୩୩° ତାପମାତ୍ରା, ଅନୁଭୂତି ୪୭° ଡିଗ୍ରୀ
ପାଣିପାଗ ବିଭାଗର ଆକଳନ ଅନୁସାରେ, ୧୦ ତାରିଖ ପର୍ଯ୍ୟନ୍ତ ଏଭଳି କାଳବୈଶାଖୀ ବର୍ଷା ସହ ଗରମ ଓ ଗୁଳୁଗୁଳି ଲାଗି ରହିବ । ଆଗାମୀ ୩ ଦିନ ମଧ୍ୟରେ କିଛି ଜିଲ୍ଲାରେ ସର୍ବାଧିକ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।
କେବେ ଓଡ଼ିଶା ଛୁଇଁବ ମୌସୁମୀ ?
ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ଆଗାମୀ ୬ରୁ ୮ ଦିନ ମଧ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହେବ । ଏନେଇ ପାଣିପାଗ ପରିସ୍ଥିତି ଅନୁକୂଳ ହେବାର ସମ୍ଭାବନା ରହିଛି ।

ରାଜଧାନୀ ରେ କାଳବୈଶାଖୀ ପ୍ରଭାବ ଖସିଲା ପାରଦ, କମିଲା ତାତି ଓ ଗୁଳୁଗୁଳି #କାଳବୈଶାଖୀ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ରେ ତାପମାତ୍ରା 14°C ଯାଏଁ ତଳକୁ ଖସିଥିବା ବେଳେ ତାପସୂଚକାଙ୍କ 22°C ଯାଏଁ ତଳକୁ ଖସିଲା pic.twitter.com/wyvP3l1pG5
— usd (@usd0705) June 6, 2026
୧୪ ଡିଗ୍ରୀ ଖସିଲା ପାରଦ
ଶନିବାର ଦିନ ସାଢ଼େ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ଵରର ତାପମାତ୍ର ୪୦ ଡିଗ୍ରୀ ରହିଥିଲା । ୪୩ ପ୍ରତିଶତ ଆଦ୍ରତା ଥିବାରୁ ୫୦ ଡିଗ୍ରୀ ଭଳି ତାତି ଅନୁଭୂତ ହେଉଥିଲା । ଏବେ କାଳବୈଶାଖୀ ଫଳରେ ତାପମାତ୍ରା ୧୪ ଡିଗ୍ରୀ ହ୍ରାସ ପାଇ ୨୬ ଡିଗ୍ରୀ ହୋଇଛି । ୮୬ ପ୍ରତିଶତ ଆଦ୍ରତା ରହିଥିବାରୁ ୨୮ ଡିଗ୍ରୀ ଭଳି ତାପମାତ୍ରା ଅନୁଭୂତ ହେଉଛି ।
୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ଆଗାମୀ ୩ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦେଇଛି । ମୟୂରଭଞ୍ଜ, ବାଲେଶ୍ଵର, କଟକ, ଖୋର୍ଦ୍ଧା (ଭୁବନେଶ୍ଵର ସହର ସହ) ଓ ନୟାଗଡ଼ରେ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ସେହିଭଳି କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି, ସକାଳ ୮:୩୦ ସୁଦ୍ଧା ୩୩° ତାପମାତ୍ରା, ଅନୁଭୂତି ୪୭° ଡିଗ୍ରୀ
ପାଣିପାଗ ବିଭାଗର ଆକଳନ ଅନୁସାରେ, ୧୦ ତାରିଖ ପର୍ଯ୍ୟନ୍ତ ଏଭଳି କାଳବୈଶାଖୀ ବର୍ଷା ସହ ଗରମ ଓ ଗୁଳୁଗୁଳି ଲାଗି ରହିବ । ଆଗାମୀ ୩ ଦିନ ମଧ୍ୟରେ କିଛି ଜିଲ୍ଲାରେ ସର୍ବାଧିକ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।
#ମୌସୁମୀ
— usd (@usd0705) June 6, 2026
ଆଗାମୀ ୬ରୁ –୮ ଦିନ ମଧ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଣିପାଗ ପରିସ୍ଥିତି ଅନୁକୂଳ ହେବାର ସମ୍ଭାବନା ରହିଛି pic.twitter.com/Ea3LlOTprj
କେବେ ଓଡ଼ିଶା ଛୁଇଁବ ମୌସୁମୀ ?
ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ଆଗାମୀ ୬ରୁ ୮ ଦିନ ମଧ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହେବ । ଏନେଇ ପାଣିପାଗ ପରିସ୍ଥିତି ଅନୁକୂଳ ହେବାର ସମ୍ଭାବନା ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories