Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତାତିରୁ ମିଳିବ ଆଶ୍ବସ୍ତି, ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ !

Weather-calamities

Odisha Monsoon Update / ତାତିରୁ ମିଳିବ ଆଶ୍ବସ୍ତି, ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ !

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ତାତିରୁ ମିଳିବ ଆଶ୍ବସ୍ତି, ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ !
Odisha Monsoon Update

Key Points

ଓଡ଼ିଶା ପାଇଁ ଖୁସି ଖବର
ମୌସୁମୀ ଆସିବା ନେଇ IMDର ବଡ଼ ପୂର୍ବାନୁମାନ
ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ
ଅସହ୍ୟ ତାତି ଓ ଗୁଳିଗୁଳି ମଧ୍ୟରେ ମୌସୁମୀକୁ ନେଇ ଆସିଲା ଖୁସି ଖବର । ଆଗାମୀ ୬ରୁ ୮ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ପରିସ୍ଥିତି ଅନୁକୂଳ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।



ସେପଟେ ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମହାରାଷ୍ଟ୍ର ଏବଂ ଆନ୍ଧ୍ର ପ୍ରଦେଶର କିଛି ଅଂଶ, ଗୋଆର ଅବଶିଷ୍ଟ ଅଂଶ, କର୍ଣ୍ଣାଟକର କିଛି ଅଂଶ, ତାମିଲନାଡୁର ଅଧିକାଂଶ ଅଂଶ ଏବଂ ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକର କିଛି ଅଂଶରେ ଆଗକୁ ବଢ଼ିଛି । ଆଗାମୀ ୭ ଦିନ ମଧ୍ୟରେ କେରଳ, ମହାରାଷ୍ଟ୍ର ଏବଂ ଆନ୍ଧ୍ର ପ୍ରଦେଶର ଆଉ କିଛି ଅଂଶ, ଗୋଆର ଅବଶିଷ୍ଟ ଅଂଶ, କର୍ଣ୍ଣାଟକର କିଛି ଅଂଶ, ତାମିଲନାଡୁର ଅଧିକାଂଶ ଅଂଶ ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର କିଛି ଅଂଶରେ ଆଗକୁ ବଢ଼ିବ । ଏହାର ପ୍ରଭାବରେ ଆଗାମୀ ୭ ଦିନ ମଧ୍ୟରେ କେରଳ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଉତ୍ତର-ପୂର୍ବ ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି, ସକାଳ ୮:୩୦ ସୁଦ୍ଧା ୩୩° ତାପମାତ୍ରା, ଅନୁଭୂତି ୪୭° ଡିଗ୍ରୀ


ଅନ୍ୟପକ୍ଷରେ ଆଜି ସକାଳୁ ଅନୁଭୂତ ହୋଇଥିବା ତାତିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବରରେ କାଳବୈଶାଖୀ ବର୍ଷା । ପ୍ରବଳ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଲୋକଙ୍କୁ ମିଳିଲା ଆଶ୍ବସ୍ତି । କାଳବୈଶାଖୀ ପ୍ରଭାବରେ ଭୁବନେଶ୍ବରରେ ପ୍ରବଳ ବର୍ଷା ଓ ପବନ ହୋଇଛି । କାଳବୈଶାଖୀ ପ୍ରଭାବରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଛି ।



ଆଜି ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆର୍ଦ୍ରତା ୭୭ ପ୍ରତିଶତ ରହିଥିଲା । ଅତ୍ୟଧିକ ଆର୍ଦ୍ରତା ଯୋଗୁଁ ୪୭ ଡିଗ୍ରୀ ତାପମାତ୍ରା ଥିବା ପରି ଅନୁଭବ ହେଉଥିଲା । ସକାଳ ୫ଟା ୩୦ରେ ଭୁବନେଶ୍ବରର ତାପମାତ୍ରା ୩୦.୮ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆର୍ଦ୍ରତା ୮୭ ପ୍ରତିଶତ ରେକର୍ଡ ହୋଇଥିଲା । ସେ ସମୟରେ ରାଜଧାନୀରେ ତାତି ୪୩ ଡିଗ୍ରୀ ଥିବା ପରି ଅନୁଭୂତ ହୋଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Monsoon Likely to Reach Odisha in 6 to 8 Days, Bring Relief | Argus News