Heavy Rainfall In Odisha Today / ରାଜଧାନୀ ଭୁବନେଶ୍ଵରରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି; ରାସ୍ତାରେ ପାଣି ପାଇଁ ଅସମ୍ଭାଳ ଟ୍ରାଫିକ୍

Key Points
ପ୍ରବଳ ବର୍ଷା ଓ ଘଡ଼ଘଡ଼ି ନେଇ ରାଜଧାନୀ ଭୁବନେଶ୍ଵରକୁ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅପରାହ୍ଣ ସାଢ଼େ ୪ଟା ପର୍ଯ୍ୟନ୍ତ ଏଭଳି ବର୍ଷା ଲାଗି ରହିବା ନେଇ ଆକଳନ କରାଯାଇଛି ।
ଭୁବନେଶ୍ଵର: ଭିଜୁଛି ରାଜଧାନୀ, ଗର୍ଜୁଛି ଘଡ଼ଘଡ଼ି । ପ୍ରବଳ ବର୍ଷା ଓ ଘଡ଼ଘଡ଼ି ନେଇ ରାଜଧାନୀ ଭୁବନେଶ୍ଵରକୁ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅପରାହ୍ଣ ସାଢ଼େ ୪ଟା ପର୍ଯ୍ୟନ୍ତ ଏଭଳି ବର୍ଷା ଲାଗି ରହିବା ନେଇ ଆକଳନ କରାଯାଇଛି ।
ଏଥିସହ ପଢ଼ନ୍ତୁ: ପୀତବାସଙ୍କୁ ଗୁଳି ପରେ ୫୦ରୁ ଅଧିକ CCTV ଘାଣ୍ଟିଲାଣି ପୋଲିସ, ଆସିଲା X-ray ରିପୋର୍ଟ
ଦିନ ଗୋଟାଏରୁ ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେଉଛି । ପ୍ରବଳ ବର୍ଷା ହେଉଥିବାରୁ ରାଜଧାନୀର ଅଧିକାଂଶ ସ୍ଥାନରେ ପାଣି ଜମିଛି । ରାସ୍ତାରେ ଅସମ୍ଭାଳ ଟ୍ରାଫିକ୍ ଭିଡ଼ ଦେଖା ଦେଇଛି । ପାଣିପାଗ ବିଭାଗ ପକ୍ଷରୁ ରାଜଧାନୀ ଭୁବନେଶ୍ଵର ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ।
📱 Get Argus News App
✨ବମିଖାଲ ରାସ୍ତାରେ ବର୍ଷା ଜଳ ଲହଡ଼ି ଭାଙ୍ଗୁଥିବା ବେଳେ ଏଜ ଛକରୁ ନେଇ ଜୟଦେବ ବିହାର ପର୍ଯ୍ୟନ୍ତ ରାସ୍ତା ଜାମ୍ ରହିଛି । ଜାତୀୟ ରାଜପଥ ୧୬ରେ ମଧ୍ୟ ଟ୍ରାଫିକ୍ ଭିଡ଼ ଦେଖିବାକୁ ମିଳିଛି । ଖଣ୍ଡଗିରି, ରସୁଲଗଡ଼, କଳ୍ପନା, ରାଜଭବନ, ୟୁନିଟ୍-୧, ରାଜମହଲ ଆଦି ରାସ୍ତାରେ ପାଣିର ସୁଅ ଚାଲିଥିବା ବେଳେ ଠପ୍ ହୋଇ ପଡ଼ିଛି ଜୀବନ ଯାତ୍ରା । କିଲୋ କିଲୋମିଟର ଧରି ରାସ୍ତାରେ ଗାଡ଼ିର ଲମ୍ବା ଲାଇନ୍ ଲାଗିଛି ।
ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଅନୁଗୁଳ, ବାଲେଶ୍ଵର, ବରଗଡ଼, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟମଧରଣର ବର୍ଷା ସହ ବଜ୍ରପାତ ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି ।
ପାଣିପାଗ ବିଭାଗ ଅନୁସାରେ, ଦକ୍ଷିଣ ବାଂଲାଦେଶ ଓ ପାଖାପାଖି ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୯ ତାରିଖ ଯାଏଁ ଏହା ସକ୍ରିୟ ରହିବା ସହ ରାଜ୍ୟରେ ଜାରି ରହିବ ବଜ୍ରପାତ ଜନିତ ବର୍ଷା । ବିଶେଷକରି ଉପକୂଳ ଓ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାରେ ତୀବ୍ରତା ଅଧିକ ରହିପାରେ । ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ ।
ଏଥିସହ ୧୦ ତାରିଖ ବେଳକୁ ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହା ବିଶେଷ ଘନୀଭୂତ ହେବାର ସମ୍ଭାବନା ନଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି । ସେ କହିଛନ୍ତି, "ସାଧାରଣତଃ ଓଡ଼ିଶାରୁ ମୌସୁମୀ ବିଦାୟ ନେବାର ସମୟ ୧୫ ତାରିଖ ହୋଇଥିବା ବେଳେ ଆଗାମୀ ୫ ଦିନରେ ମୌସୁମୀ ବିଦାୟ ନେବା ପାଇଁ ପାଗ ଅନୁକୂଳ ନାହିଁ ।"
ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ୧୭ ଅକ୍ଟୋବର ପରେ ରାଜ୍ୟରୁ ଧୀରେ ଧୀରେ ବାୟୁ ଚଳାଚଳର ଦିଗ ବଦଳିବା ସହିତ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରୁ ମୌସୁମୀ ବାୟୁ ବିଦାୟ ନେବା ପାଇଁ ପାଗ ଅନୁକୂଳ ହେବ । ଏଥିସହ ଅକ୍ଟୋବର ୧ରୁ ଆଜି ପର୍ଯ୍ୟନ୍ତ ୮୬.୩ ମିମି ବର୍ଷା ହୋଇଛି । ଯାହା ସ୍ଵାଭାବିକ ଠାରୁ ଅଧିକ ବୋଲି ପାଣିପାଗ ବିଭାଗ କହିଛି ।
Related Topics
Explore more stories