Videos
|
Odisha

Odisha Crime News / ଭୁବନେଶ୍ବରର ବିଭିନ୍ନ ରେଷ୍ଟୁରାଣ୍ଟରେ ମିଳୁଛି ବାସି ଓ ପଚାସଢା ଖାଦ୍ୟ, ହେଲା ବଡ଼ ଧରଣର ଚଢ଼ାଉ

Bikash Mohanty
Browse all articles by Bikash Mohanty
·2 hours ago·2 min read
ଭୁବନେଶ୍ବରର ବିଭିନ୍ନ ରେଷ୍ଟୁରାଣ୍ଟରେ ମିଳୁଛି ବାସି ଓ ପଚାସଢା ଖାଦ୍ୟ, ହେଲା ବଡ଼ ଧରଣର ଚଢ଼ାଉ
Restaurent

Key Points

ଭୁବନେଶ୍ୱରରେ ବିଭିନ୍ନ ହୋଟେଲରେ ବଡ଼ ଧରଣର ଚଢ଼ାଉ
ଖାଦ୍ୟ ସୁରକ୍ଷା ବିଭାଗ ଓ ବିଏମ୍‌ସି ପକ୍ଷରୁ ଚଢାଉ
ମିଳିଲା ବାସି ଓ ପଚାସଢା ଖାଦ୍ୟ
ଲାଗିଲା ମୋଟା ଅଙ୍କର ଜୋରିମାନା



ଭୁବନେଶ୍ବର,୧୨/୧୦: ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଚଢାଉ। ଭୁବନେଶ୍ୱରର କିଟ୍ ଏବଂ ପଟିଆ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ଓ ବିଏମ୍‌ସି ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରୁ ବିପୁଳ ପରିମାଣର ଏକ୍ସପାୟାର୍ ଖାଦ୍ୟ ସାମଗ୍ରୀ ଏବଂ ବାସି ଖାଦ୍ୟ ମିଳିଥିବା ସୂଚନା ମିଳିଛି। ଏହାକୁ ନେଇ ଖାଦ୍ୟ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି।

ରୋଷେଇଘରେ ଚଢ଼ାଉ, ଜବତ ହେଲା ବାସି ଖାଦ୍ୟ

ଆଗକୁ ପାର୍ବଣ ଥିବାରୁ ଲୋକଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ଅଭିଯାନ ଚଳାଯାଇଥିଲା। ପଟିଆ କିଟ୍ ରୋଡ୍‌ରେ ଥିବା ବିଭିନ୍ନ ବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅଚାନକ ପହଞ୍ଚିଥିଲେ ଖାଦ୍ୟ ସୁରକ୍ଷା ବିଭାଗ ଓ ବିଏମ୍‌ସିର ଅଧିକାରୀ। ଏହି ସମୟରେ ରୋଷେଇଘରର ପରିବେଶ, ପରିଷ୍କାର ପରିଚ୍ଛନ୍ନତା ଏବଂ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରାଯାଇଥିଲା।

ଯାଞ୍ଚ ସମୟରେ ଏକ୍ସପାୟାର୍ ହୋଇଥିବା ଖାଦ୍ୟ ସାମଗ୍ରୀ ସହ ଦୀର୍ଘ ଦିନ ଧରି ରଖାଯାଇଥିବା ବାସି ଖାଦ୍ୟ ମିଳିଥିଲା। ଏହି ସାମଗ୍ରୀଗୁଡ଼ିକୁ ଜବତ କରିବା ପରେ ଘଟଣାସ୍ଥଳରେ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ଖାଦ୍ୟର ମାନ ଓ ସ୍ୱଚ୍ଛତାକୁ ନେଇ ଅବହେଳା କରୁଥିବା ହୋଟେଲ କର୍ତ୍ତୃପକ୍ଷଙ୍କୁ ଅଧିକାରୀମାନେ କଡ଼ା ତାଗିଦ୍ କରିଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଶେଷରେ ହଳଦୀ ଏବଂ ଲଙ୍କାଗୁଣ୍ଡ ବି ଅପମିଶ୍ରିତ: କାରଖାନାରେ ଚଢ଼ାଉ

ନିୟମ ଉଲ୍ଲଂଘନ କରି ଫସିଲେ ହୋଟେଲ ମାଲିକ!

ଏହି ଚଢ଼ାଉ ସମୟରେ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବା କିଛି ହୋଟେଲ ଓ ରେଷ୍ଟୁରାଣ୍ଟରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଇଛି। ରୋଷେଇଶାଳାରେ ସ୍ୱଚ୍ଛତା ରକ୍ଷା କରିବା, ଖାଦ୍ୟ ସାମଗ୍ରୀକୁ ଉପଯୁକ୍ତ ଭାବେ ସଂରକ୍ଷଣ କରିବା ଏବଂ ଗ୍ରାହକଙ୍କୁ ଗୁଣାତ୍ମକ ଖାଦ୍ୟ ପରିବେଷଣ କରିବାକୁ ହୋଟେଲ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସହ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ। ଆଗାମୀ ଦିନରେ ମଧ୍ୟ ଏଭଳି ଅଚାନକ ଚଢ଼ାଉ ଜାରି ରହିବ।

ପାର୍ବଣ ସମୟରେ ହୋଟେଲ ଓ ରେଷ୍ଟୁରାଣ୍ଟରେ ଖାଦ୍ୟର ଚାହିଦା ବଢ଼ୁଥିବାରୁ ଏହି ଅଭିଯାନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ତେବେ ଖାଦ୍ୟ କିଣିବା ଓ ଖାଇବା ସମୟରେ ଗ୍ରାହକମାନେ ମଧ୍ୟ ସତର୍କ ରହିବା ଆବଶ୍ୟକ।