Videos
|
Odisha

Turmeric and Chilli Powder / ଶେଷରେ ହଳଦୀ ଏବଂ ଲଙ୍କାଗୁଣ୍ଡ ବି ଅପମିଶ୍ରିତ: କାରଖାନାରେ ଚଢ଼ାଉ

Banajyotshna Ray
Browse all articles by Banajyotshna Ray
·1 hour ago·2 min read
ଶେଷରେ ହଳଦୀ ଏବଂ ଲଙ୍କାଗୁଣ୍ଡ ବି ଅପମିଶ୍ରିତ: କାରଖାନାରେ ଚଢ଼ାଉ
Turmeric and Chilli Powder

Key Points

ହଳଦୀ ଏବଂ ଲଙ୍କାଗୁଣ୍ଡ କାରଖାନାରେ ଚଢ଼ାଉ
ହଳଦୀଗୁଣ୍ଡ ଏବଂ ଲଙ୍କାଗୁଣ୍ଡରେ ଅପମିଶ୍ରିତ ହୋଇଥିବା ସୂଚନା
ବ୍ରହ୍ମପୁର ବଡ଼ବଜାର ଥାନା ଲକ୍ଷ୍ମୀ ନୃସିଂହ ସାହିରେ ପୋଲିସର ରେଡ୍

ଆଜି ପୁଣି ସାମ୍ନାକୁ ଆସିଲା ବଡ଼ ଖବର। ଗୋଟେ ପରେ ଗୋଟେ କାରଖାନାରେ ଚଢ଼ାଉ ଜାରି ରହିଛି। ଆଜି ହଳଦୀ ଏବଂ ଲଙ୍କାଗୁଣ୍ଡ କାରଖାନାରେ ଚଢ଼ାଉ ହୋଇଛି। ହଳଦୀଗୁଣ୍ଡ ଏବଂ ଲଙ୍କାଗୁଣ୍ଡରେ ଅପମିଶ୍ରିତ ହୋଇଥିବା ସୂଚନା ରହିଛି। ବ୍ରହ୍ମପୁର ବଡ଼ବଜାର ଥାନା ଲକ୍ଷ୍ମୀ ନୃସିଂହ ସାହିରେ ପୋଲିସର ରେଡ୍। ଅପମିଶ୍ରିତ ନକଲି ହଳଦୀ ଓ ଲଙ୍କାଗୁଣ୍ଡ କାରଖାନା ଉପରେ ଚଢ଼ାଉ କରିଛି ପୋଲିସ । କାରଖାନାର ଜଣକୁ ପଚରାଉଚରା କରାଯାଇଛି। ଯେଉଁ ଖବର ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।''
ଏହା ପୂର୍ବରୁ ଆପଣ ଦେଖିଥିବେ ଅନେକ ଜିନିଷ ଉପରେ ଚଢ଼ାଉ କରାଯାଇଥିଲା।''

ପନିର, ଛେନା ଏବଂ ଗୁପ୍‌ ଚୁପ୍‌ ଦୋକାନରେ ରେଡ୍‌ ହୋଇଥିଲା। ଦିନକୁ ଦିନ ଅପମିଶ୍ରିତ ଜିନିଷ ଅଧିକ ମାତ୍ରାରେ ବିକ୍ରି ହେଉଛି। ଯାହା ସାଧାରଣ ଜୀବନ ଉପରେ ଏହାର ପ୍ରଭାବ ପଢ଼ୁଛି। କେବଳ ସେତିକି ନୁହେଁ, ଭିନ୍ନ ଭିନ୍ନ ରୋଗ ହେଉଛି। ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଯାଞ୍ଚ ସମୟରେ ଗୁପଚୁପ୍ ପ୍ରସ୍ତୁତି ସ୍ଥାନରୁ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଅପରିଷ୍କାର ସାମଗ୍ରୀ ଦେଖିବାକୁ ମିଳିଥିଲା ।''

ଏଥିସହ ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ ଉଷ୍ମତା, ଛୁଟି ଦିନରେ ବି ଜମିଲା ପ୍ରଚାର

ଭୁବନେଶ୍ୱର ମହାନଗର ନିଗମ (BMC) ର ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ରାଜଧାନୀର ୟୁନିଟ୍-୩ ଖାରବେଳ ନଗର ଅଞ୍ଚଳରେ ଥିବା ଏକ ବେଆଇନ ଗୁପଚୁପ୍ ପ୍ରସ୍ତୁତି ଉପରେ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି । ପାର୍ବଣ ଋତୁ ପୂର୍ବରୁ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।''ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଗୁପଚୁପ୍‌ଗୁଡ଼ିକୁ ଏକ ପାଇଖାନା (ଶୌଚାଳୟ) ଭିତରେ ଏବଂ ତା’ ପାଖରେ ରଖାଯାଇଥିଲା । କିଛି ରିପୋର୍ଟ ଅନୁଯାୟୀ, ଶୌଚାଳୟର ଟ୍ୟାପ୍ ପାଣିକୁ ଖଟାପାଣି ପ୍ରସ୍ତୁତିରେ ବ୍ୟବହାର କରାଯାଉଥିଲା । ୩ କ୍ୱିଣ୍ଟାଲ୍ ପଚା ଆଳୁ, ପୋକା ମଟର ଏବଂ ନଷ୍ଟ ହୋଇଯାଇଥିବା ତେନ୍ତୁଳି ପାଣି ଜବତ କରାଯାଇଥିଲା ।''

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଆଗକୁ ପାର୍ବଣ ଋତୁ ଥିବାରୁ ସହରର ବିଭିନ୍ନ ଷ୍ଟ୍ରିଟ୍ ଫୁଡ୍ ଷ୍ଟଲ୍ ଏବଂ ଦୋକାନଗୁଡ଼ିକରେ ଏଭଳି ଅଚାନକ ଚଢ଼ାଉ ପ୍ରକ୍ରିୟା ଜାରି ରହିବ । ଗ୍ରାହକମାନଙ୍କୁ ମଧ୍ୟ ବାହାର ଲୋଭନୀୟ ଖାଦ୍ୟ ଖାଇବା ସମୟରେ ସ୍ୱଚ୍ଛତା ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।''

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: