Crime In Odisha / ରାଜଧାନୀରେ ପ୍ରଶ୍ନ ଘେରରେ ବରିଷ୍ଠଙ୍କ ସୁରକ୍ଷା ? ଘରୋଇ ସହାୟକ ସାଜୁଛନ୍ତି ସଇତାନ
·1 hour ago·2 min read

Key Points
ଏକାକୀ ରହୁଥିବା ବରିଷ୍ଠ ନାଗରିକଙ୍କୁ କିଏ ଯୋଗାଇବ ସୁରକ୍ଷା ? କେୟାରଟେକର ବା ଘରୋଇ ସହାୟକ ବିଶ୍ଵାସରେ ବିଷ ଦେଇ ନେଇ ଯାଉଛନ୍ତି ଜୀବନ ।
ଭୁବନେଶ୍ଵର: ବରିଷ୍ଠ ନାଗରିକଙ୍କୁ ସଫ୍ଟ ଟାର୍ଗେଟ୍ । ହାତଗୋଡ଼ ବାନ୍ଧି ଲକ୍ଷ୍ମୀସାଗରର କୁଞ୍ଜଲତା ନନ୍ଦଙ୍କୁ ହତ୍ୟା ପରେ, ରାଜଧାନୀରେ ବୟସ୍କଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଉଠିଛି । ଆଶ୍ଚର୍ଯ୍ୟର କଥା- ଅନେକ ଘଟଣାରେ ଅପରାଧୀ ସାଜୁଛନ୍ତି ଘରର ସୁରକ୍ଷାକର୍ମୀ, ଘରୋଇ ସହାୟକ କିମ୍ବା କେୟାରଟେକର୍ । ୨୦୧୩ରୁ ୨୦୨୬-ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ । କେଉଁଠି ଲୋଭ, କେଉଁଠି ପ୍ରତିଶୋଧ ତ ଆଉ କେଉଁଠି ସମ୍ପତ୍ତି ଲୋଭରେ ରକ୍ତ ରଞ୍ଜିତ ହୋଇଛି ସମ୍ପର୍କ ।
ନଭେମ୍ବର ୪
ସକାଳ ସମୟ, ଲକ୍ଷ୍ମୀସାଗରସ୍ଥିତ ଘର ଭିତରୁ କୁଞ୍ଜଳତା ନନ୍ଦଙ୍କ ରକ୍ତାକ୍ତ ମୃତଦେହ ମିଳିଥିଲା । ତାଙ୍କ ହାତଗୋଡ଼ ବନ୍ଧା ଯାଇଥିଲା । ଘରୁ ପ୍ରାୟ ୪୦ରୁ ୫୦ ଗ୍ରାମ ସୁନା, ୬୦ ହଜାର ଟଙ୍କା ଓ ସ୍କୁଟର ଗାଏବ ହୋଇଥିଲା । ଅଭିଯୁକ୍ତ କେୟାରଟେକର ବଳଭଦ୍ର ମହାରଣା ଫେରାର୍ ରହିଛି । ଘରେ କେୟାରଟେକର କିମ୍ବା ଘରୋଇ ସହାୟକ ରଖୁଥିଲେ, ସେମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ନିକଟସ୍ଥ ଥାନାରେ ଦାଖଲ କରିବାକୁ ଅନୁରୋଧ କରିଛନ୍ତି ପୋଲିସ କମିସନର ।
ରାଜଧାନୀରେ ହତ୍ୟାକାଣ୍ଡର ତାଲିକା ବେଶ ଲମ୍ବା । ସେଦିନ ଥିଲା ୧୧ ସପ୍ଟେମ୍ବର ୨୦୧୩ । ଭୁବନେଶ୍ୱର ରସୁଲଗଡ଼ରେ ବଚନସୁଧା ପଟ୍ଟନାୟକଙ୍କୁ ହତ୍ୟା କରାଯାଇଥିଲା । ହତ୍ୟାକାରୀ ଥିଲା ତାଙ୍କ ଘରର ସୁରକ୍ଷାକର୍ମୀ ଦୀପ୍ତିରଞ୍ଜନ । ମାମଲାରେ ୨୦୨୧ରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସଜ୍ଜା ମିଳିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଟ୍ରାଫିକ୍ ନିୟମ ଫାଙ୍କିବାକୁ ନୂଆ ଫଣ୍ଡା…ନମ୍ବର ପ୍ଲେଟ୍ରେ କଳା ଟେପ୍, ନାଲି ଫିତା ଓ ଫୁଲମାଳ
ସେହି ୨୦୧୩ରେ ହିଁ କଳିଙ୍ଗନଗରରେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ବଳରାମ ସାହୁଙ୍କୁ ହାତଗୋଡ଼ ବାନ୍ଧି ହତ୍ୟା କରାଯାଇଥିଲା ।
୧୫ ନଭେମ୍ବର ୨୦୧୫
ଶୈଳଶ୍ରୀବିହାରରେ ଅବସରପ୍ରାପ୍ତ ଡାକ୍ତର ପ୍ରଫୁଲ୍ଲ ମିଶ୍ର ଓ ପତ୍ନୀ ସୁଷମା ମିଶ୍ରଙ୍କ ଡବଲ୍ ମର୍ଡର । ଘରୋଇ ସହାୟିକା ଟିକିନା ଥିଲା ଏହି ହତ୍ୟା ଷଡ଼ଯନ୍ତ୍ରର ମୁଖ୍ୟ ଅଭିଯୁକ୍ତ । ଲୁଟ୍ ପାଇଁ ଯୋଜନା କରିଥିଲେ ଏକାଧିକ ସହଯୋଗୀ । ୨୦୨୪ରେ ୫ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଥିଲା ।
ସେହିପରି ୨୦୧୯ରେ କଟକ ବେଲେଶ୍ୱରରେ ଶ୍ରୀନାଥ ସାମଲ ଓ ବିଦ୍ୟୁଲତା ସାମଲଙ୍କ ଡବଲ୍ ମର୍ଡର ଘଟଣାରେ ୬ ବର୍ଷ ପରେ, ଅର୍ଥାତ୍ ୨୦୨୫ରେ ଘରୋଇ ସହାୟିକା ଓ ତାଙ୍କ ସ୍ୱାମୀ ଗିରଫ ହୋଇଥିଲେ । ୨୦୨୪ରେ ସମ୍ବଲପୁରରେ ୯୦ ବର୍ଷୀୟା ସ୍ନେହଲତା ଦୀକ୍ଷିତ ଓ ତାଙ୍କ ଝିଅଙ୍କ ହତ୍ୟା ମାମଲାରେ ପୁଅ ଓ ନାତି ଗିରଫ ହୋଇଥିଲେ ।
NCRB ଲେନ୍ସରେ ଓଡ଼ିଶା

NCRBର ୨୦୨୨ ତଥ୍ୟ ଅନୁସାରେ, ଓଡ଼ିଶାରେ ବରିଷ୍ଠ ନାଗରିକଙ୍କ ବିରୋଧରେ ୫୫୧ଟି ଅପରାଧ ମାମଲା ରୁଜୁ ହୋଇଥିଲା । ୨୦୨୦ରେ ଏହି ସଂଖ୍ୟା ୩୨୬ ଥିବା ବେଳେ ୨୦୨୧ରେ ଥିଲା ୨୧୦ । ୨୦୨୨ରେ ୪ ଜଣ ବରିଷ୍ଠ ନାଗରିକଙ୍କୁ ହତ୍ୟା କରାଯାଇଥିବା ବେଳେ ଚୋରିର ୨୯ଟି ଓ ଡକାୟତିର ୫ଟି ମାମଲା ରୁଜୁ ହୋଇଛି । ଏହି ସରକାରୀ ତଥ୍ୟ ହିଁ ବୟସ୍କଙ୍କ ସୁରକ୍ଷା ବ୍ୟବସ୍ଥାର ଦୁର୍ବଳତାକୁ ସ୍ପଷ୍ଟ କରୁଛି ।
ପ୍ରଶ୍ନ ଉଠୁଛି- ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ପୋଲିସର ସ୍ଵତନ୍ତ୍ର ବ୍ୟବସ୍ଥା କେତେ ସକ୍ରିୟ ? ଘରୋଇ ସହାୟକ ଓ କେୟାରଟେକରଙ୍କ ପୋଲିସ ଭେରିଫିକେସନ୍ କେତେ ବାଧ୍ୟତାମୂଳକ ? ଏକାକୀ ରହୁଥିବା ବୟସ୍କଙ୍କ ଘରେ ନିୟମିତ ପୋଲିସ ପାଟ୍ରୋଲିଂ ଓ ସୁରକ୍ଷା ଯାଞ୍ଚ ହେଉଛି କି ? କାରଣ ବୃଦ୍ଧାବସ୍ଥାରେ ଯେଉଁ ଲୋକଙ୍କୁ ଆଶ୍ରା ଦରକାର, ସେମାନଙ୍କ ପାଇଁ ନିଜ ଘର ହିଁ ଯଦି ଅସୁରକ୍ଷିତ ହୋଇଯାଏ, ତେବେ ସୁରକ୍ଷାର ଦାୟିତ୍ୱ ନେବ କିଏ ?