Bhubaneswar / ବର୍ଷ ଆରମ୍ଭରୁ ଭୁବନେଶ୍ଵରରେ ଲାଗିଛି କଳା ନଜର: ଘଟୁଛି ଗୋଟିଏ ପରେ ଗୋଟିଏ ଅଘଟଣ

Key Points
ଭୁବନେଶ୍ଵରରେ ଲାଗିଛି କଳାନଜର ଚାରିଆଡ଼େ ଲାଗୁଛି ନିଆଁ
ବର୍ଷ ଆରମ୍ଭରୁ ଭୁବନେଶ୍ଵରରେ ଲାଗିଛି କାହାର କଳା ନଜର
ଘଟୁଛି ଗୋଟିଏ ପରେ ଗୋଟିଏ ବଡ଼ ବଡ଼ ଅଘଟଣ
ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଡେଉଁଛି ଭୟଙ୍କର ନିଆଁ
ରାତି ଅଧରେ ଲିକ୍ ହେଉଛି ବିଷାକ୍ତ ଗ୍ୟାସ୍
ସମସ୍ତେ ଭାବିଥିଲେ ଚଳିତ ବର୍ଷ ଭଲରେ ଭଲରେ କଟିବ । ହେଲେ ବର୍ଷ ଆରମ୍ଭରୁ ଭୁବନେଶ୍ଵରରେ ଘଟିଚାଲିଛି ଅଘଟଣ । ଗୋଟିଏ ପରେ ଗୋଟିଏ ସ୍ଥାନରେ ଲାଗିଯାଉଛି ଆପେ ଆପେ ନିଆଁ । ହୁତୁ ହୁତୁ ହୋଇ ନିଆଁ ଜଳିବାକୁ ଲଗୁଛି । ଏମିତି ଲାଗୁଛି କି ଯେମିତି ନିଆଁ ଡେଇଁ ଡେଇଁ ଯାଉଛି ।
ପ୍ରଥମେ ନିଆଁ ଲାଗିଥିଲା ଲିଙ୍ଗିପୁର ସୁପର ମାର୍ଟରେ । ଏହା ପରେ ଲାଗିଲା ବାପୁଜୀନଗର ମାର୍ଭେଲ ଫ୍ୟାନ୍ସୀ ହାର୍ଡୱାର ଷ୍ଟୋରରେ। ଆଉ ଏବେ ତୋଷାଳୀ ଭବନରେ ନିଆଁ ଲାଗିଛି । ଭୁବନେଶ୍ଵରରେ ବୋଧେ କାହାର ନଜର ଲାଗି ଯାଇଛି । କାରଣ ୩ ଦିନ ଭିତରେ ଲାଗିଲାଣି ୩ଟି ସ୍ଥାନରେ ନିଆଁ । କୋଟି କୋଟି ଟଙ୍କାର ଜିନିଷ ଏବଂ କାଗଜପତ୍ର ପୋଡ଼ି ଗଲାଣି ।
ଗୁରୁବାର ସକାଳେ ଭୁବନେଶ୍ଵର ତୋଷାଳୀ ଭବନ ବା ଲୋକାୟୁକ୍ତଙ୍କ ଅଫିସରେ ଲଗିଲା ନିଆଁ I ପ୍ରବଳ ଧୂଆଁ ବାହାରୁଛି ଅଫିସରୁ । କାଗଜ ପତ୍ର ସବୁ ପୋଡ଼ି ଯାଇଛି । ସକାଳୁ ସକାଳୁ ହଠାତ ଧୂଆଁ ବାହାରିଥିଲା । ଦେଖିଲା ବେଳକୁ ଜଳୁଥିଲା ତୋଷାଳୀ ଭବନ । କିନ୍ତୁ କେଉଁ କାରଣ ପାଇଁ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ । ସପଟେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ।
ପଢନ୍ତୁ ଏହି ଖବର: ଏବେ ବି ଲିଭିନି ନିଆଁ, ଲିଙ୍ଗିପୁର ସୁପରମାର୍ଟରୁ ବାହାରୁଛି ଧୂଆଁ
ଏତ ଥିଲା ଗୁରୁବାର ସକାଳର କଥା କିନ୍ତୁ ଏହା ପୂର୍ବରୁ ଆହୁରି ୨ଟି ସ୍ଥାନରେ ଲାଗିଯାଇଛି ନିଆଁ । ସୋମବାର ରାତିରୁ ଆରମ୍ଭ କରି ବୁଧବାର ସକାଳ ପର୍ଯ୍ୟନ୍ତ ଜଳିବାକୁ ଲାଗିଥିଲା ଧଉଳି ଲିଙ୍ଗିପୁରରେ ଥିବା ସୁପରମାର୍କେଟ । ୨୪ ଘଣ୍ଟାରୁ ଅଧିକ ସମୟ ଧରି ହୁତ ହୁତ ହୋଇ ଜଳିଥିଲା ସୁପର ମାର୍କେଟ । ଏତେ ଜୋରେ ଜଳିଥିଲା କି ୫୦ରୁ ଅଧିକ ଦମକଳା ବାହିନୀ ନିୟୋଜିତ ହୋଇଥିଲେ ନିଆଁ ଲିଭାଇବା ପାଇଁ । ବହୁତ ଚେଷ୍ଟା ପରେ ନିଆଁକୁ ଆୟତ କରାଯାଇଥିଲା । କିନ୍ତୁ ସେତେବେଳକୁ ପାଖା ପାଖି ୬ କୋଟି ଟଙ୍କାର ଜିନିଷ ପୋଡ଼ି ଜଳି ପାଉଁଶ ଯାଇଥିଲା । ନିଆଁର ପ୍ରକୋପ ଏତେ ଥିଳା କି ଛାତ ଫାଟି ଆଁ କରିଥିଲା ।
ଏହା ପରେ ବୁଧବାର ସକାଳୁ ସକାଳୁ ବାପୁଜୀନଗରରେ ଥିବା ମାର୍ଭେଲ ଫେନ୍ସୀ ହାର୍ଡୱାର ଷ୍ଟୋରରେ ଅଗ୍ନିକାଣ୍ଡ ଘଟିଥିଲା । ହୁତ ହୁତ ହୋଇ ଜଳିଥିଲା ପୁରା ଦୋକାନ । ସୁପର ମାର୍ଟରୁ ନିଆଁ ନଲିଭୁଣୁ ମାର୍ଭେଲ ଫେନ୍ସୀ ହାର୍ଡୱାର ଷ୍ଟୋରରେ ନିଆଁ ଲାଗିଥିଲା । ଖବର ପାଇଲା ପରେ ନିଆଁକୁ ଲିଭାଇବା ପାଇଁ ପହଞ୍ଚିଥିଲା ଅଗ୍ନିଶମର ୨ଟି ଗାଡି । ନିଆଁ ଲାଗିଥିବା କୋଠାରୀ ଭିତରେ ଟିମ୍ ପହଂଚି ନିଆଁକୁ ଆୟତ୍ତ କରିଥିଲା । ନିଆଁ ଲାଗି ଜଳି ଯାଇଛି କୋଟି କୋଟି ଟଙ୍କାର ସମ୍ପତ୍ତି । କିନ୍ତୁ ନିଆଁ କଣ ପାଇଁ ଲାଗିଲା ତାହା ଜଣାପଡ଼ି ନାହିଁ ।
ଭୁବନେଶ୍ବରରେ ଅଘଟଣ ଏତିକିରେ ଅଟକି ନାହିଁ । ବୁଧବାର ବିଳମ୍ବିତ ରାତିରେ ଆଇଗିଣିଆରେ ଥିବା ଆଳୁଗଦିର କୋଲ୍ଡ ଷ୍ଟୋର ପାଇପ ଫାଟି ଯାଇଥିଲା । ଫଳରେ ବିଷାକ୍ତ ଆମୋନିଆ ଗ୍ୟାସ୍ ବ୍ୟାପି ଯାଇଥିଲା । ରାତି ଅଧରେ ଅଗ୍ନିଶମବାହିନୀ ପହଞ୍ଚି ଗ୍ୟାସ୍କୁ ବ୍ୟାପିବାରୁ ରୋକିଥିଲା। ଆଉ ଏହା ପରେ ଗୁରୁବାର ସକାଳୁ ତୋଷାଳୀ ଭବନ ବା ଲୋକାୟୁକ୍ତଙ୍କ ଅଫିସ ରେ ଲଗିଥିଲା ନିଆଁ । ଯଦି ଦେଖିବା ବାରମ୍ବାର ଘଟି ଚାଲିଛି ଅଘଟଣା । ଏମିତି ଲାଗୁଛି କାହାର କଳା ନଜର ଲାଗି ଯାଇଛି ।
ଏଥିସହ ପଢ଼ନ୍ତୁ: ସୁପରମାର୍ଟ ଭିତରକୁ ଯାଇ ଭେଁ ଭେଁ ହୋଇ କାନ୍ଦୁଛନ୍ତି ପୁରା ପରିବାର
📱 Get Argus News App
✨Related Topics
Explore more stories