Street Dog Census / ଆଜିଠୁ ଭୁବନେଶ୍ବରରେ ବୁଲାକୁକୁର ଗଣତି, ୨ଟି ପର୍ଯ୍ୟାୟରେ ଗଣିବେ ୪୧୦ ଟିମ୍

Key Points
ବିଏମସି ପକ୍ଷରୁ ଆରମ୍ଭ ହୋଇଛି ବୁଲା କୁକୁର ଗଣନା । ଭୋର ୫ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଏହି କୁକୁର ଗଣନା ହୋଇଥିଲା।ଜୋନ ଓ ଓ୍ବାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ୪୧୦ ଟି ଟିମ୍ ଗଠନ।
ଭୁବନେଶ୍ବର: ରାଜ୍ୟରେ ପ୍ରଥମଥର ପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ବୁଲା କୁକୁର ଗଣନା । ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ବିଏମସିର ୬୭ଟି ଓ୍ବାର୍ଡରେ ଏହି ଗଣନା ହେବ । ଏଥିପାଇଁ ଜୋନ୍ ଓ ଓ୍ବାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ୪୧୦ ଟି ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଗଳିରେ ୨ଟି ପର୍ଯ୍ୟାୟରେ ଗଣନା କରାଯିବ । ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଗଣତି ହେବ ।
ଅଧିକ ପଢ଼ନ୍ତୁ: ଆଜିଠୁ ଆରମ୍ଭ ହେବ ମୌସୁମୀ ଅଧିବେଶନ, ପୋଲିସ ପକ୍ଷରୁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା
📱 Get Argus News App
✨ସେହିପରି ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ବୁଲାକୁକୁର ଗଣନା ଚାଲିବ । ଭୋର ୫ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଜାରି ରହିବ । ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସ୍ଏମଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖ ଏହି କାର୍ଯ୍ୟ ସମ୍ପାଦନ କରିବେ।
Related Topics
Explore more stories