Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Sword Attack in Bhubaneswar / ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ପୁଅ ସାମ୍ନାରେ ବାପାକୁ ଖଣ୍ଡା ଚୋଟ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·1 min read
ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ପୁଅ ସାମ୍ନାରେ ବାପାକୁ ଖଣ୍ଡା ଚୋଟ
Bhubaneswar Crime

Key Points

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା
ପଥରବନ୍ଧ ବସ୍ତିରେ ଚାଲିଲା ଆତଙ୍କ ରାଜ୍
ଘରୁ ଡାକି ପୁଅ ଆଗରେ ବାପାକୁ ଖଣ୍ଡା ଚୋଟ
ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ପଥରବନ୍ଧ ବସ୍ତିରେ ଚାଲିଲା ଆତଙ୍କ ରାଜ୍ । ଘରୁ ଡାକି ପୁଅ ଆଗରେ ବାପାକୁ ମାରିଲେ ଖଣ୍ଡା ଚୋଟ । ମୁଣ୍ଡରେ ଏକାଧିକ ଚୋଟ ଯୋଗୁ ଗୁରୁତର ଆହତ ହୋଇଛନ୍ତି ପଥରବନ୍ଧ ବସ୍ତିର କାର୍ତ୍ତିକ ନାୟକ ।

ପୂର୍ବ ଶତ୍ରୁତା ଲାଗି ଏହି ମରଣାତ୍ମକ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଆକ୍ରମଣର ଖବର ପାଇ ପିସିଆର୍‌ ଓ ସହିଦ ନଗର ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରଥମେ ଗୁରୁତର ଆହତ କାର୍ତ୍ତିକଙ୍କୁ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା । କିନ୍ତୁ କାର୍ତ୍ତିକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଯୋଗୁ ପଥରବନ୍ଧ ବସ୍ତିରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆକ୍ରମଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।
ପଢନ୍ତୁ ଏହି ଖବର: ପୀତବାସ ହତ୍ୟାକାଣ୍ଡ, ବିକ୍ରମଙ୍କ ଆପତ୍ତିଜନକ ଫଟୋ ଆଣିଲା ନୂଆ ମୋଡ଼


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sword Attack in Bhubaneswar: Father Injured in Front of Son at Patharabandha Basti | Argus News