Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 12 ଦିନ ହେବ ଭୁବନେଶ୍ୱର ତାପମାତ୍ରା 40 ଉପରେ

Odisha

12 ଦିନ ହେବ ଭୁବନେଶ୍ୱର ତାପମାତ୍ରା 40 ଉପରେ

Smruti Parija
Browse all articles by Smruti Parija
·2 years ago·1 min read
12 ଦିନ ହେବ ଭୁବନେଶ୍ୱର ତାପମାତ୍ରା 40 ଉପରେ

ଭୁବନେଶ୍ୱର:  ରେକର୍ଡ ଭାଙ୍ଗୁଛି ଚଳିତ ବର୍ଷର ଏପ୍ରିଲ ମାସର ତାପମାତ୍ରା । ବିଗତ 12 ଦିନ ହେବ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ଲଗାତାର 40 ଉପରେ ରହିଥିବାବେଳେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଲାଗି ରହିଛି । ଏପ୍ରିଲ ମାସରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଦୁଇଟି ସ୍ପେଲରେ 14 ଦିନ ହେବ ଉଷ୍ମ ଦିନ ରେକର୍ଡ ହୋଇସାରିଲାଣି । ଆଗକୁ କୌଣସି ବଡ଼ ବର୍ଷାର ସମ୍ଭାବନା ନଥିବାବେଳେ ମେ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଉଷ୍ମ ଦିନ ସ୍ଥିତି ଲାଗି ରହିବ । 

ଖାଲି ସେତିକି ନୁହେଁ ଆଗାମୀ 48 ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି 2°C ଯାଏଁ ବୃଦ୍ଧି ସମ୍ଭାବନା ରହିଛି । ଯାହା ପ୍ରଭାବରେ ଆଗାମୀ 4 ରୁ 5 ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ଥିତି ଜାରି ରହିବା ସହ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହରୁ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବ । ରାଜ୍ୟର ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅଧିକ ରହିବା ସହ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଆଦ୍ରତା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । 

ଆବଶ୍ୟକ ନଥିଲେ ଦିନ 11 ଟା ରୁ  3 ଟା ମଧ୍ୟରେ ଘରୁ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି । ଗର୍ଭବତୀ, ହାର୍ଟ ରୋଗୀ, ଛୋଟପିଲା, ବୟସ୍କ ବ୍ୟକ୍ତି ବିଶେଷ ଯତ୍ନବାନ ହେବା ସହ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ଏଲର୍ଟ ଜାରି କରିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ପାଣିପାଗ ଖବର...

Argus Whatsapp Channel Mobile Top
Sponsored
bhubaneswar-temperature-above-40-degree-since-last-12-days | Argus News