Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭୁବନେଶ୍ୱର: ଖୋଲିଲା ଓଡ଼ିଶାରେ ୯ମ ବୃହତ୍‌ ଖିମଜୀ ସୋ'ରୁମ୍‌

Odisha

ଭୁବନେଶ୍ୱର: ଖୋଲିଲା ଓଡ଼ିଶାରେ ୯ମ ବୃହତ୍‌ ଖିମଜୀ ସୋ'ରୁମ୍‌

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଭୁବନେଶ୍ୱର: ଖୋଲିଲା ଓଡ଼ିଶାରେ ୯ମ ବୃହତ୍‌ ଖିମଜୀ ସୋ'ରୁମ୍‌

ଅର୍ଗସ ବ୍ୟୁରୋ:  ଆକର୍ଷଣୀୟ ଅଳଙ୍କାରରେ ଓଡିଶାର ସବୁଠାରୁ ବିଶ୍ୱସନୀୟ ବ୍ରାଣ୍ଡ ଖିମଜୀ ଜୁଏଲର୍ସ ୨୦୨୪ ସେପ୍ଟେମ୍ୱର ୧୫ ତାରିଖରେ ଭୁବନେଶ୍ୱର ସାମନ୍ତରାପୁର ଛକରେ ଏହାର ୬୦୦୦ ବର୍ଗଫୁଟର ବିଳାସପୂର୍ଣ୍ଣ ସୋ'ରୁମକୁ ଉଦଘାଟନ କରିବ। ଏହି ସୋରୁମ୍‌ ଭୁବନେଶ୍ୱରରେ ଖିମଜିର ଚତୁର୍ଥ ଏବଂ ଓଡିଶାରେ ନବମ ଆଉଟଲେଟ୍‌, ଯେଉଁଥିରେ ସୁନା, ହୀରା, ପ୍ଲାଟିନମ୍‌ ଏବଂ ରୂପା ଅଳଙ୍କାରର ବିସ୍ତୃତ ଏବଂ ଉତ୍କୃଷ୍ଟ କଲେକ୍ସନ ସହିତ ବିଭିନ୍ନ ପ୍ରକାରର ଫ୍ୟାସନ ଗହଣା ଏବଂ କର୍ପୋରେଟ୍‌ ଉପହାର ବିକଳ୍ପ ପ୍ରଦର୍ଶିତ ହେଉଛି। 

ଉଦଘାଟନୀ ଉତ୍ସବରେ ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ ଶ୍ରୀ ମିତେଶ ଖିମଜି, ଖିମଜି ଜୁଏଲର୍ସର ନିର୍ଦ୍ଦେଶକ ଶ୍ରୀ ସୁମିତ ଖିମଜୀ , ଖିମଜୀ ପରିବାରର ସଦସ୍ୟ ଓ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେବେ। ଶ୍ରୀ ମିତେଶ ଓ ଶ୍ରୀ ସୁମିତ ଓଡିଶାରେ ଖିମଜିର ଉପସ୍ଥିତିକୁ ଆହୁରି ସଂପ୍ରସାରିତ କରି ଖୁସି ପ୍ରକାଶ କରିଥିଲେ।
ଏହାର ଆଧୁନିକ ଡିଜାଇନ୍‌ ଏବଂ ବିଳାସପୂର୍ଣ୍ଣ ପରିବେଶ ସହିତ ଏହି ସୋ'ରୁମକୁ ଏକ ଅବିସ୍ମରଣୀୟ ଅଳଙ୍କାର-ସପିଂ ଅନୁଭୂତି ପ୍ରଦାନ କରିବା ପାଇଁ ଯତ୍ନର ସହ ଡିଜାଇନ୍‌ କରାଯାଇଛି। ଷ୍ଟୋର ଲେଆଉଟ୍‌ ଗ୍ରାହକଙ୍କୁ ଖିମଜି ଜୁଏଲର୍ସର ଅସାଧାରଣ କାରିଗରୀ, କାଳଜୟୀ ସୁନା ଏବଂ ହୀରା ଅଳଙ୍କାରଠାରୁ ଆରମ୍ଭ କରି ସ୍ୱତନ୍ତ୍ର ପ୍ଲାଟିନମ୍‌ ପିସ୍‌ ଏବଂ ଅଭିନବ ରୂପା ଏବଂ ଫ୍ୟାସନ ଅଳଙ୍କାରକୁ କ୍ରୟ କରିବାର ସୁଯୋଗ ପ୍ରଦାନ କରେ। ଏହି ଷ୍ଟୋର କର୍ପୋରେଟ୍‌ ଗିଫ୍ଟି ସଲ୍ୟୁସନର ବଢ଼ୁଥିବା ଚାହିଦାକୁ ମଧ୍ୟ ପୂରଣ କରେ, କର୍ପୋରେଟ୍‌ ଗ୍ରାହକଙ୍କ ପାଇଁ ଅନନ୍ୟ ଏବଂ ସ୍ୱତନ୍ତ୍ର ଉତ୍ପାଦ ପ୍ରଦାନ କରିଥାଏ।

ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ ଶ୍ରୀ ମିତେଶ ଖିମଜୀ କୃତଜ୍ଞତା ଜ୍ଞାପନ କରି କହିଛନ୍ତି, '' ଏହି ନୂଆ ସୋ'ରୁମ ଗ୍ରାହକଙ୍କୁ ଶ୍ରେଷ୍ଠ ଅଳଙ୍କାର ପ୍ରଦାନ କରିବା ପାଇଁ ଆମର ଅତୁଟ ପ୍ରତିଶ୍ରୁତିବଦ୍ଧତାର ପ୍ରତୀକ। ଆମର ପୃଷ୍ଠପୋଷକଙ୍କ ନିରନ୍ତର ସମର୍ଥନ ଓ ଆନୁଗତ୍ୟ ପାଇଁ ଆମେ କୃତଜ୍ଞ ଏବଂ ଏହି ଷ୍ଟୋର ଭୁବନେଶ୍ୱରରେ ଆମର ଗ୍ରାହକମାନଙ୍କ ପାଇଁ ସପିଂ ଅଭିଜ୍ଞତାରେ ଉନ୍ନତି ଆଣିବା ପାଇଁ ଆମର  ସମର୍ପଣର ଏକ ପ୍ରମାଣ। ଏହି ଅବସରରେ, ଆମେ ଆମର କୃତଜ୍ଞତାର ପ୍ରତୀକ ଭାବରେ ସ୍ୱତନ୍ତ୍ର ରିହାତି ପ୍ରଦାନ କରୁଛୁ। ଏହି ନୂତନ ଷ୍ଟୋର ଅସାଧାରଣ ମୂଲ୍ୟ ଏବଂ ଏକ ସ୍ମରଣୀୟ ସପିଂ ଅନୁଭୂତି ପ୍ରଦାନ କରିବା ପାଇଁ ସମର୍ପିତ, ଏହା ସୁନିଶ୍ଚିତ କରେ ଯେ ଆମର ଗ୍ରାହକଙ୍କ ଆବଶ୍ୟକତା ଏବଂ ପସନ୍ଦକୁ ସର୍ବଦା ଗୁରୁତ୍ୱ ପ୍ରଦାନ କରାଯାଉଛି।''

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ସ୍ୱତନ୍ତ୍ର ଅବସରକୁ ସ୍ମରଣୀୟ କରିବା ପାଇଁ ସେପ୍ଟେମ୍ୱର ୧୫,୨୦୨୪ରୁ ଖିମଜୀ ଜୁଏଲର୍ସ ପକ୍ଷରୁ ସୁନା ଅଳଙ୍କାର ଗଢ଼ା ମଜୁରୀ ଉପରେ ୪୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି। ଏହା ସହିତ ହୀରା ମୂଲ୍ୟରେ ୨୦% ରିହାତି, ରୂପା ଗଢ଼ା ମଜୁରିରେ ୨୦% ରିହାତି, ଏବଂ ରୂପା ଏମଆରପି ସାମଗ୍ରୀ ଉପରେ ୧୦% ଉଦଘାଟନୀ ରିହାତି ପ୍ରଦାନ କରାଯାଉଛି। ଗୁଣାତ୍ମକ ମାନ ଏବଂ ଗ୍ରାହକଙ୍କ ସନ୍ତୋଷ ପ୍ରତି ଖିମଜି ଜୁଏଲର୍ସର ଅତୁଟ ପ୍ରତିଶ୍ରୁତିବଦ୍ଧତା ହେତୁ ଏହା ଓଡିଶାର ସବୁଠାରୁ ବିଶ୍ୱସନୀୟ ଜୁଏଲର୍ସ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିଛି। ସାରା ରାଜ୍ୟରେ ୯ଟି ଷ୍ଟୋର ଥିବାବେଳେ ଖିମଜି ଜୁଏଲର୍ସ ସେମାନଙ୍କ ଗହଣାରେ କାଳଜୟୀ ସଯନ୍ଦର୍ଯ୍ୟ ଏବଂ ଉନ୍ନତ କାରିଗରୀ ଚାହୁଁଥିବା ଲୋକଙ୍କ ପାଇଁ ଶୀର୍ଷ ପସନ୍ଦ ହୋଇରହିଛି।

ଖିମଜୀ ବିଷୟରେ: ଖିମଜୀ ଜୁଏଲର୍ସ ଏକ ୮୮ ବର୍ଷ ପୁରୁଣା ଗହଣା ବ୍ରାଣ୍ଡ ଯାହାର ହେଡ୍‌ କ୍ୱାର୍ଟର ଭୁବନେଶ୍ୱରରେ ରହିଛି। ରାଜ୍ୟରେ ଏହି ବ୍ରାଣ୍ଡର ୯ଟି ଷ୍ଟୋର ରହିଛି ଏବଂ ଏହା ରାଜ୍ୟର ସବୁଠାରୁ ବିଶ୍ୱସ୍ତ ଗହଣା ବ୍ୟବସାୟୀ ଭାବେ ଜଣାଶୁଣା। ଅଧିକ ଜାଣିବା ପାଇଁ, ପରିଦର୍ଶନ କରନ୍ତୁ: (khimjijewellers.com)

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Bhubaneswar: The 9th largest Khimji Jewellers Showroom in Odisha has opened | Argus News