Bar Raid / ଭୁବନେଶ୍ବରର ୩ଟି ବାର୍ ଉପରେ ରେଡ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିଥିଲେ ବାର୍
·1 hour ago·2 min read

Key Points
ଭୁବନେଶ୍ବରର ୩ଟି ବାର୍ ଉପରେ ରେଡ
ରୋମିଓ ଲେନ୍ ଉପ୍ରେ ଓ ବିବିଆଇ ବାରରେ ରେଡ୍
ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିଥିଲେ ବାର୍
ନୋଟିସ ଜାରୀ କଲା କମିଶନରେଟ୍ ପୋଲିସ୍
ରୋମିଓ ଲେନ୍ ଉପ୍ରେ ଓ ବିବିଆଇ ବାରରେ ରେଡ୍
ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିଥିଲେ ବାର୍
ନୋଟିସ ଜାରୀ କଲା କମିଶନରେଟ୍ ପୋଲିସ୍
ଭୁବନେଶ୍ବର,୦୭/୦୯: ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କଠୋର ହୋଇଛି କମିସନରେଟ୍ ପୋଲିସ। ବିଶେଷକରି ସହରର ବିଭିନ୍ନ ବାର୍ରେ ନିୟମ ଉଲ୍ଲଂଘନ ଉପରେ ପୋଲିସର କଡ଼ା ନଜର ରହିଛି। ଧାର୍ଯ୍ୟ ସମୟ ପରେ ବାର୍ ଚାଲୁ ରଖିବା, ଉଚ୍ଚ ଶବ୍ଦରେ ଡିଜେ ବଜାଇବା ଏବଂ ସାଧାରଣ ଲୋକଙ୍କ ଶାନ୍ତି ଭଙ୍ଗ କରୁଥିବା କାର୍ଯ୍ୟ ବିରୋଧରେ ଏବେ ଆକ୍ସନ୍ ମୋଡ୍ରେ ପୋଲିସ। ଏହି କ୍ରମରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପକ୍ଷରୁ ସହରର ରୋମିଓ ଲେନ୍, ବିବିଆଇ ଓ ଉପ୍ରେ ବାର୍ ଉପରେ ଚନ୍ଦ୍ରଶେଖରପୁର ଥାନା ପୋଲିସ କରିଛି ରେଡ୍। ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିଥିଲେ ବାର୍।
ସେହିପରି ନିର୍ଦ୍ଧାରିତ ସମୟ ପରେ ମଧ୍ୟ ଚାଲିଥିଲା ଡିଜେ। ଏନେଇ ବାର କର୍ତ୍ତୃପକ୍ଷଙ୍କୁ ନୋଟିସ କରିଛି କମିଶନରେଟ୍ ପୋଲିସ୍।
ପୋଲିସର ଅଭିଯୋଗ ଅନୁଯାୟୀ, ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍ ଖୋଲା ରଖାଯାଇଥିଲା। ଏହା ସହିତ ନିର୍ଦ୍ଧାରିତ ସମୟ ସରିବା ପରେ ମଧ୍ୟ ଡିଜେ ଚାଲିଥିଲା। ଉଚ୍ଚ ଶବ୍ଦରେ ଡିଜେ ବଜାଯାଉଥିବାରୁ ଆଖପାଖ ଅଞ୍ଚଳରେ ଶବ୍ଦ ପ୍ରଦୂଷଣ ହେଉଥିବା ଅଭିଯୋଗ ମଧ୍ୟ ରହିଥିଲା। ଏହି ଘଟଣାରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ତିନିଟି ବାର୍ରୁ ଦାମୀ ଡିଜେ ମେସିନ୍ ଜବତ କରିଛି। ନିୟମ ଉଲ୍ଲଂଘନ ନେଇ ପୋଲିସ ପକ୍ଷରୁ କଠୋର ଆଇନଗତ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।
ପୋଲିସ ସୂଚନା ଅନୁସାରେ, BNS ଧାରା ୨୨୩ ଓ ୨୯୨ ସହିତ ଓଡ଼ିଶା ଫାୟାର ୱର୍କ ଆଣ୍ଡ ଲାଉଡ୍ ସ୍ପିକର ଆଇନର ସମ୍ପୃକ୍ତ ବ୍ୟବସ୍ଥା ଆଧାରରେ ମାମଲା ରୁଜୁ କରାଯାଇଛି। ବାର୍ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଦେବା ସହିତ ଆଗାମୀ ଦିନରେ ଏଭଳି ନିୟମ ଉଲ୍ଲଂଘନ ନକରିବା ପାଇଁ ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି।
ପଢନ୍ତୁ ଏହି ଖବର: ନିଶା ମହାରଣାଙ୍କୁ ଚେୟାର ମାଡ଼, ଦୁଷ୍କର୍ମ ସିନ୍ ବେଳେ ଷ୍ଟେଜକୁ ଚେୟାର ଫିଙ୍ଗିଲେ ଦର୍ଶକ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାର୍ବଣ ସମୟରେ ଭୁବନେଶ୍ୱରରେ ବିଭିନ୍ନ ବାର୍ ଓ ମନୋରଞ୍ଜନ ସ୍ଥଳରେ ଭିଡ଼ ବଢ଼ୁଥିବାରୁ ପୋଲିସର ଏହି ଚଢ଼ାଉକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଉଛି। ରାତିରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ନିୟମ ଉଲ୍ଲଂଘନକୁ ରୋକିବା ପାଇଁ ଆଗକୁ ମଧ୍ୟ ବିଭିନ୍ନ ବାର୍ ଉପରେ ଯାଞ୍ଚ ଓ ଚଢ଼ାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସଙ୍କେତ ମିଳିଛି।
ପୋଲିସର ଏହି ପଦକ୍ଷେପ ପରେ ବାର୍ ମାଲିକ ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ନିର୍ଦ୍ଧାରିତ ସମୟ, ଶବ୍ଦ ପ୍ରଦୂଷଣ ଓ ଅନ୍ୟାନ୍ୟ ନିୟମକୁ କଡ଼ାକଡ଼ିରେ ପାଳନ କରିବାକୁ ପୋଲିସ ସ୍ପଷ୍ଟ ବାର୍ତ୍ତା ଦେଇଛି। ନିୟମ ଖିଲାପ କଲେ ଆଗକୁ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ହୋଇପାରେ।

Related Topics
Explore more stories