Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜଧାନୀ ଭୁବନେଶ୍ବରରେ ବଡ଼ ଟ୍ରେନ ଦୁର୍ଘଟଣା…ଦୁଇ ଟ୍ରେନ ମୁହାଁମୁହିଁ

Odisha

Train Collision / ରାଜଧାନୀ ଭୁବନେଶ୍ବରରେ ବଡ଼ ଟ୍ରେନ ଦୁର୍ଘଟଣା…ଦୁଇ ଟ୍ରେନ ମୁହାଁମୁହିଁ

Ritu Das
Browse all articles by Ritu Das
·2 hours ago·2 min read
ରାଜଧାନୀ ଭୁବନେଶ୍ବରରେ ବଡ଼ ଟ୍ରେନ ଦୁର୍ଘଟଣା…ଦୁଇ ଟ୍ରେନ ମୁହାଁମୁହିଁ
Train

Key Points

ଖୋଦ୍‌ ରାଜ୍ୟର ରାଜଧାନୀରେ ଘଟିଛି ବଡ଼ ଟ୍ରେନ ଦୁର୍ଘଟଣା
ଗୋଟିଏ ଟ୍ରାକ୍‌ରେ ଦୁଇଟି ଟ୍ରେନ୍‌
ଭୁବନେଶ୍ୱରରେ ଦୁଇ ଟ୍ରେନ୍ ମୁହାଁମୁହିଁ । ଭୁବନେଶ୍ୱର ଷ୍ଟେସନ ନିକଟରେ ଟ୍ରେନ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ସାମ୍ନାସାମ୍ନି ହୋଇଛନ୍ତି। ମଞ୍ଚେଶ୍ୱର ଦିଗରୁ ଆସୁଥିବା ଏକ ଟ୍ରେନ ଧକ୍କା ଦେଇଥିବା ସୂଚନା ମିଳିଛି। ଝାରପଡ଼ା ନିକଟ ରେଲୱେ ବ୍ରିଜ ନିକଟରେ ଏହି ଦୁର୍ଘଟଣା ହୋଇଛି। କୋଣାର୍କ ଏକ୍ସପ୍ରେସ ସହ ଅନ୍ୟ ଏକ ଚାରିଟି ଏସି କୋଚ ନେଇ ଆସୁଥିବା ଟ୍ରେନର ଝାରପଡା ବ୍ରିଜ ନିକଟରେ ଧକ୍କା ହୋଇଛି।



କୋଣାର୍କ ଏକ୍ସପ୍ରେସ ଯାତ୍ରୀଙ୍କୁ ଛାଡ଼ି ମଞ୍ଚେଶ୍ୱର ଡିପୋ ଆଡ଼କୁ ସଫେଇ ପାଇଁ ଯାଉଥିବା ବେଳେ ସେହି ଟ୍ରାକରେ ପୂର୍ବରୁ ଥିବା ସ୍ପେୟାରିଙ୍ଗ ଟ୍ରେନ ସହ ଧକ୍କା ହୋଇଛି। ଫଳରେ ଉଭୟ ଟ୍ରେନ ସାମ୍ନାରେ ଥିବା ଲକ ଭାଙ୍ଗି ଯାଇଛି। ସକାଳ ୯ଟା ୬ରେ ଦୁର୍ଘଟଣା ହୋଇଛି। ତେବେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ। ଉଭୟ ଟ୍ରେନର ଲୋକୋ ପାଇଲଟ ମଧ୍ୟ ସୁରକ୍ଷିତ ଅଛନ୍ତି।

ଏହାସହ ପଢ଼ନ୍ତୁ: ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକକୁ ଏନକାଉଣ୍ଟର,ପ୍ରଫୁଲ୍ଲ ନାଁରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ୨୫ରୁ ଅଧିକ ମାମଲା

ଅଘଟଣ ସଂପର୍କରେ ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କିପରି ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ଆସିଲା ? କିଛି ଅଘଟଣ ଘଟିଛି କି ନାହିଁ ? ଏଥିପାଇଁ କିଏ ଦାୟୀ ? ସେନେଇ ଖୋଳତାଡ କରୁଛି ରେଳବାଇ ବିଭାଗ। କାହା ତ୍ରୁଟି ଯୋଗୁଁ ଏମିତି ଦୁର୍ଘଟଣା ହେଲା ତାହା ପ୍ରାଥମିକ ତଦନ୍ତ ପରେ ଜଣା ପଡ଼ିବ ବୋଲି ରେଳ ଅଧିକାରୀ କହିଛନ୍ତି।

ସୂଚନା ଥାଉକି, 2023 ଜୁନ 2 ତାରିଖ, ସନ୍ଧ୍ୟା 7ଟା ସ୍ଥାନ ବାହାନଗା । ଆଜିବି ମନରୁ ଲିଭିନି ସେହି କାଳ ରାତିର କରାଳ ରୂପ । ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଉଠୁଛି ଲୋମ । କାନରେ ଆଜିବି ବାଜୁଛି ରେଳ ଟ୍ରାକରୁ ଶୁଭୁଥିବା ଆର୍ତ୍ତ ଚିତ୍କାର । ସେଦିନ ଅନ୍ଧକାର ରାତିରେ ଲୌହଦାନବ ରଚିଥିଲା ରକ୍ତ ଭୋଜି । କୁଢ କୁଢ ମୃତଦେହ ସମସ୍ତଙ୍କୁ ଧୈର୍ଯ୍ୟହରା କରିଥିଲା ।

କେମିତି ହୋଇଥିଲା ଦୁର୍ଘଟଣା ?: ସେଦିନ ଥିଲା ଶୁକ୍ରବାର, ହାୱାଡାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ । ହଠାତ୍ ବାହାନଗାରେ ଲୁପ ଲାଇନକୁ ଚାଲିଯାଇ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା କରମଣ୍ଡଳ । ଫଳରେ ଟ୍ରେନର ବଗି ଟ୍ରାକରେ ଛିଟିକି ପଡିଥିଲା । ଏହି ସମୟରେ ଅପର ପାର୍ଶ୍ବରୁ ଆସୁଥିବା ଯଶୋବନ୍ତପୁର ଏକ୍ସପ୍ରେସ କରମଣ୍ଡଳ ବଗିରେ ପିଟି ହୋଇଥିଲା । ଆର୍ତ୍ତ ଚିତ୍କାରରେ ଫାଟି ପଡିଥିଲା ସାରା ଅଞ୍ଚଳ । ଟ୍ରାକ ତଳୁ ଶୁଭୁଥିଲା ବଞ୍ଚାଅ ବଞ୍ଚାଅର ଶବ୍ଦ । ଖବର ପ୍ରଚାର ହେଉ ହେଉ ସଙ୍ଗେ ସଙ୍ଗେ ରେଳ ଲାଇନ ପାଖରେ ଲାଗିଯାଇଥିଲା ଲୋକଙ୍କ ଭିଡ଼ । ଯିଏ ଯେମିତି ପାରିଥିଲା ଆହତ ଲୋକମାନଙ୍କୁ ଉଦ୍ଧାର କରିବାରେ ଲାଗି ପଡିଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored