Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Bhubaneswar Traffic Update / ପଳାଶୁଣିରେ ହୁତୁହୁତୁ ହୋଇ ଜଳିଲା ଟ୍ରକ୍‌, ୩୦ କିମି ପର୍ଯ୍ୟନ୍ତ ଅଟକି ରହିଛି ଗାଡ଼ି

Santosh Kumar Sahoo
Browse all articles by Santosh Kumar Sahoo
·2 months ago·1 min read
ପଳାଶୁଣିରେ ହୁତୁହୁତୁ ହୋଇ ଜଳିଲା ଟ୍ରକ୍‌, ୩୦ କିମି ପର୍ଯ୍ୟନ୍ତ ଅଟକି ରହିଛି ଗାଡ଼ି
Traffic Jam

Key Points

ଭୁବନେଶ୍ବର ଏଣ୍ଟ୍ରି ବ୍ଲକ୍
ଅଗ୍ନିକାଣ୍ଡ ପରେ ଗାଡ଼ି ଚଳାଚଳ ଠପ୍
ମଙ୍ଗୁଳିରୁ ଭୁବନେଶ୍ବର ୩୦ କିମି ଜାମ୍
ଭୁବନେଶ୍ବର ପ୍ରବେଶ ପଥରେ ଅସମ୍ଭାଳ ସ୍ଥିତି । ୧୬ ନମ୍ବର ଜାତୀୟ ରାଜପଥ ପଳାଶୁଣି ଓଭରବ୍ରିଜ୍ ଉପରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍ । ଦିନ ୩ଟାରୁ ଏ ଯାଏଁ ଗୋଟିଏ ପଟେ ରାସ୍ତା ଜାମ୍ ହୋଇ ରହିଛି । କଟକ ମଙ୍ଗୁଳିରୁ ଭୁବନେଶ୍ବର ପ୍ରାୟ ୩୦ କିଲୋମିଟର ରାସ୍ତାରେ ଗାଡ଼ି ଚଳାଚଳ ଏକଦମ୍‌ ଠପ୍ ହୋଇଯାଇଛି ।

ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ବରର ପଳାଶୁଣି ଛକ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଜାତୀୟ ରାଜପଥରେ ଚାଲୁଥିବା ଅବସ୍ଥାରେ ଏକ ଟ୍ରକରେ ହଠାତ୍ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ଟ୍ରକଟି ହୁତୁହୁତୁ ହୋଇ ଜଳିଉଠିଥିଲା । ଅଘଟଣ ପରେ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏମିତିକି ଦିନ ୩ଟାରୁ ଗୋଟିଏ ପଟ ରାସ୍ତାରେ ଯାତାୟତ ଏକ ପ୍ରକାର ଠପ୍‌ ହୋଇଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Truck Catches Fire on NH-16 in Bhubaneswar, 30 Km Traffic Jam | Argus News