Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏସିଆର ଷଷ୍ଠ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର

Jitendra Dash
Browse all articles by Jitendra Dash
·2 years ago·1 min read
ଏସିଆର ଷଷ୍ଠ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର

ଅର୍ଗସ ବ୍ୟୁରୋ : ଜଳୁଛି ଓଡ଼ିଶା । ଆଜି ଭୁବନେଶ୍ବରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ର ସହର ହୋଇଛି । ଭୁବନେଶ୍ବରରେ ଆଜି ତାପମାତ୍ରା ୪୩.୫ ଡିଗ୍ରି ଛୁଇଁଛି । ୪୩.୫ ଡିଗ୍ରୀ ସହିତ ଆଜି ଭୁବନେଶ୍ୱର ଏସିଆର ଷଷ୍ଠ ଉତ୍ତପ୍ତ ସହର ପାଲଟିଛି । ଏସିଆର ୧୦ଟି ଉତ୍ତପ୍ତ ସହର ତାଲିକାର ଷଷ୍ଠ ସ୍ଥାନରେ ରହିଛି । କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

ଅଧିକ ପଢନ୍ତୁ : ଜଳୁଛି ଓଡ଼ିଶା : ସାଢେ ୨ରେ ରାଜଧାନୀର ତାପମାତ୍ରା ୪୩ ଡିଗ୍ରୀ ପାର୍

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ରାଜ୍ୟର ୨୫ଟି ସହରରେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ଉପର ରହିଥିଲା । ପାରଳାଖେମୁଣ୍ଡିରେ ୪୨.୬, ତାଳଚେରରେ ୪୨.୧, ମାଲକାନଗିରି, ବୌଦ୍ଧରେ ୪୨.୨, ଅନୁଗୁଳରେ ୪୨.୧, ବଲାଙ୍ଗୀର, ଟିଟିଲାଗଡ଼, ନୟାଗଡ଼ରେ ୪୨ ଓ କଟକରେ ୪୦.୬ ଡିଗ୍ରି ରେକର୍ଡ କରାଯାଇଛି । ଗତକାଲି ରାଜ୍ୟର ମାତ୍ର ଦୁଇଟି ସ୍ଥାନ- ବୌଦ୍ଧ ଓ ମାଲକାନଗିରିରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁ ଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhubaneswar Turns Hot Cauldron As Mercury Crosses 43 Degree Celsius | Argus News