Unit 1 Market Fire / ସକାଳୁ ସକାଳୁ ଅଗ୍ନିକାଣ୍ଡ; ୧ ନମ୍ବର ହାଟରେ ପୁଣି ଥରେ ନିଆଁ
·1 hour ago·2 min read

Key Points
ଭୁବନେଶ୍ଵର ୧ ନମ୍ବର ହାଟରେ ପୁଣି ଥରେ ଅଗ୍ନିକାଣ୍ଡ
ଜଳିଗଲା ଦୁଇଟି ଦୋକାନ; ପୋଡ଼ିଗଲା ସମସ୍ତ ସାମଗ୍ରୀ
ଇଲେକ୍ଟ୍ରି ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା
ନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ଭୁବନେଶ୍ଵର: ରାଜଧାନୀ ୧ ନମ୍ବର ହାଟର ପିଛା ଛାଡ଼ୁନି ଅଗ୍ନିକାଣ୍ଡ । ଶନିବାର ସକାଳୁ ପୁଣି ଥରେ ୧ ନମ୍ବର ହାଟରେ ନିଆଁ ଲାଗିଛି । ଅଗ୍ନିକାଣ୍ଡ ଘଟି ଜଳି ଯାଇଛି ୨ଟି ଦୋକାନ । ନିଆଁରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଇଲେକ୍ଟ୍ରି ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି । ନିଆଁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।
ଏହା ପର୍ବରୁ ଗତ ଜୁନ୍ ୩୦ ତାରିଖରେ ୧ ନମ୍ବର ହାଟରେ ଭୀଷଣ ନିଆଁ ଲାଗିଥିଲା । ସେତେବେଳେ ୨୦ରୁ ଅଧିକ ଦୋକାନ ଜଳି ଯାଇଥିଲା । ଭୋର୍ ୫ଟା ସମୟରେ ହାଟର ଏକ କପଡ଼ା ଦୋକାନରେ ହଠାତ୍ ନିଆଁ ଲାଗିବା ପରେ ଦେଖୁ ଦେଖୁ ନିଆଁ ଅନ୍ୟ ଦୋକାନକୁ ବ୍ୟାପି ଯାଇଥିଲା ।
ଏଥିସହ ପଢ଼ନ୍ତୁ: ଭୁବନେଶ୍ଵରରୁ କଟକ ଓ ବ୍ରହ୍ମପୁର ସଵୁଠି ଭେଜାଲ୍ ପନିର; ଖାଇବା ଥାଳିରେ ପରସା ଯାଉଛି କି ବିଷ ?
ଅଗ୍ନିକାଣ୍ଡର ଖବର ପାଇ ସ୍ଥାନୀୟ ଲୋକେ ଓ ଦୋକାନୀମାନେ ତୁରନ୍ତ ଘଟଣାସ୍ଥଳରେ ଏକାଠି ହୋଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
ବାରମ୍ବାର ଅଗ୍ନିକାଣ୍ଡ
ତା' ପୂର୍ବରୁ ୨୦୨୫ ଅକ୍ଟୋବର ୨୨ ତାରିଖରେ ୟୁନିଟ୍-୧ ମାର୍କେଟରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଥିଲା । ୟୁନିଟ୍-୧ ପରିବା ମାର୍କେଟରେ ନିଆଁ ଲାଗିଥିଲା । ସେତେବେଳେ ହୁତୁହୁତୁ ହୋଇ ଜଳି ଯାଇଥିଲା ୧୫ରୁ ୨୦ଟି ଦୋକାନ ।
ତୁଳା ଫ୍ୟାକ୍ଟ୍ରିରେ ନିଆଁ
ଏହା ପୂର୍ବରୁ ଅଗଷ୍ଟ ୩ ତାରିଖରେ ଏକ ତୁଳା ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିଲା । ପାତ୍ରପଡ଼ା ମେଡିସିନ ଗାର୍ଡେନ ପାର୍ଶ୍ୱରେ ଥିବା ତୁଳା କମ୍ପାନୀରେ ଅଗ୍ନିକାଣ୍ଡ ଘଟିଥିଲା । ତମାଣ୍ଡୋ ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ଏବଂ ଷ୍ଟ୍ରାଇକିଂ ଫୋର୍ସ ସହ ଜଟଣୀରୁ ଅଗ୍ନିଶମ ବାହିନୀ ଆସି ନିଆଁ ଆୟତ୍ତ କରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories