Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆସିଲା ମୌସୁମୀ...ଆକ୍ସନ ମୋଡରେ BMC, ଗଠନ ହେଲା ରାପିଡି ଆକ୍ସନ ଟିମ୍

Odisha

BMC Monsoon Action Plan / ଆସିଲା ମୌସୁମୀ...ଆକ୍ସନ ମୋଡରେ BMC, ଗଠନ ହେଲା ରାପିଡି ଆକ୍ସନ ଟିମ୍

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଆସିଲା ମୌସୁମୀ...ଆକ୍ସନ ମୋଡରେ BMC, ଗଠନ ହେଲା ରାପିଡି ଆକ୍ସନ ଟିମ୍
BMC

Key Points

ମୌସୁମୀ ବର୍ଷା ପୂର୍ବରୁ ସଜାଗ BMC
ଫୋକସରେ ଜଳବନ୍ଦୀ ସମସ୍ୟା
24×7 ଆକ୍ଟିଭ ରହିବ ରାପିଡ୍ ଆକ୍ସନ ଟିମ୍
ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । କେରଳମ୍ ଛୁଇଁବାର ୮ ଦିନ ପରେ ଓଡ଼ିଶାରେ ପହଞ୍ଚିଛି ମୌସୁମୀ । ଆଉ ମୌସୁମୀକୁ ଦେଖି ଆକ୍ସନ ମୋଡରେ ଭୁବନେଶ୍ବର ମହାନଗର ନିଗମ । ସହରୀ ବନ୍ୟାକୁ ରୋକିବା ପାଇଁ ଜିଆଇଏସ ମ୍ୟାପିଂ କରିବ BMC । ଯାହା ଦ୍ୱାରା ସହରୀ ବନ୍ୟା ପୂର୍ବରୁ ଆସିବ ସୂଚନା । ତେବେ ଖୁବଶୀଘ୍ର ବମିଖାଲ, ବଡ଼ଗଡ଼ର ସାଇଫନ ସହ ଇସ୍କନ କାମ ସାରିବାକୁ ଲକ୍ଷ୍ୟ ରଖିଛି ବିଏମ୍‌ସି । ରାଜଧାନୀରେ ୧୩୦୦ କିଲୋମିଟର ସେକେଣ୍ଡାରୀ ଡ୍ରେନ ବିଏମ୍‌ସି ଅଧୀନରେ ଥିବା ବେଳେ ଆର.ଆଣ୍ଡ.ବି ଅଧୀନରେ ଥିବା ୩୬୦ କିଲୋମିଟର ପ୍ରାଇମେରୀ ଡ୍ରେନକୁ ବିଏମ୍‌ସିକୁ ହସ୍ତାନ୍ତର କରାଯାଇଛି । ଚଳିତ ମୌସୁମୀ ବର୍ଷାର ମୁକାବିଲା କରିବା ପାଇଁ ୨ ମାସ ଧରି ଡ୍ରେନ୍‌ ସଫା କରୁଛି ବିଏମ୍‌ସି ।

ବିଗତ ବର୍ଷଗୁଡିକରେ ଅସରାଏ ବର୍ଷାରେ ରାଜଧାନୀରେ ସହରୀ ବନ୍ୟା ସହ ଡ୍ରେନେଜ ସମସ୍ୟା ଦେଖାଯାଏ । ଚଳିତ ବର୍ଷ ମୌସୁମୀକୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ୮ଟି ରାପିଡ୍‌ ଆକ୍ସନ ଟିମ୍ ଗଠନ ହୋଇଛି । ପ୍ରତି ଟିମରେ ୪ ଜଣ ଲେଖାଏଁ ରହିଛନ୍ତି, ସେମାନଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ଟ୍ରେନିଂ । 24*7 ଏହି ଟିମ୍ ଆକ୍ଟିଭ ରହିବେ । ସେମାନଙ୍କୁ ବିଭିନ୍ନ ଯନ୍ତ୍ରପାତି ସହ ସ୍ଲାବ୍‌ ଉଠାଇବା ମେସିନ୍ ଏବଂ ଜେନେଟର ଦିଆଯାଇଛି । ରାଜଧାନୀରେ ଯେଉଁଠି ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଲେ ୧୯୨୯ରେ ଯୋଗାଯୋଗ କଲେ, ଏହି ଟିମ୍ ପହଞ୍ଚି ସମସ୍ୟାର ସମାଧାନ କରିବେ ।

ପ୍ରତିବର୍ଷ ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ରାଜଧାନୀ । ଭୁବନେଶ୍ୱର ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ପ୍ରତି ଥର ମୁକାବିଲା ପାଇଁ ମାଷ୍ଟରପ୍ଲାନ ତିଆରି କରୁଛି ବିଏମ୍‌ସି । ହେଲେ ଗ୍ରାଉଣ୍ଡରେ ସ୍ଥିତି ଯଥା ପୂବଂ ତଥା ପରଂ । ତେବେ ଚଳିତ ଥର ବିଏମ୍‌ସି କିପରି ଜଳବନ୍ଦୀ ସମସ୍ୟାର ମୁକାବିଲା କରୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored