Odisha Politics / ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବିସ୍ଫୋରଣ; 'ନବୀନଙ୍କୁ ଛାଡ଼ିଦେଲେ BJD ରହିବନି'
·6 months ago·2 min read

Key Points
ବିଜେଡି କହିଲେ ନବୀନ ପଟ୍ଟନାୟକଙ୍କୁ ବୁଝାଏ । ନବୀନ ବାବୁ ଯଦି ନେତୃତ୍ଵ ନନେବେ, ନବୀନ ବାବୁ ଯଦି ସେଠି ନାହାନ୍ତି... ବିଜେଡି କେଉଁଠି ରହିଲା ।
ଭୁବନେଶ୍ଵର: ବିଜେଡି ପ୍ରତିଷ୍ଠା ଦିବସର ଦିନକ ପୂର୍ବରୁ ବିସ୍ଫୋରଣ । ବରିଷ୍ଠ ଓ କନିଷ୍ଠ ବିଜେଡି ନେତା କାହିଁକି ଏକାଠି ହେଉଛନ୍ତି କହିଦେଲେ ଭୂପିନ୍ଦର । ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି, "ବିଜେଡି କହିଲେ ନବୀନ ପଟ୍ଟନାୟକଙ୍କୁ ବୁଝାଏ । ନବୀନ ବାବୁ ଯଦି ନେତୃତ୍ଵ ନନେବେ, ନବୀନ ବାବୁ ଯଦି ସେଠି ନାହାନ୍ତି... ବିଜେଡି କେଉଁଠି ରହିଲା ।"
ଭୂପିନ୍ଦର କହିଛନ୍ତି, "ବରିଷ୍ଠଙ୍କ ଭଳି କନିଷ୍ଠ ବିଜେଡି ନେତା ନୂଆ ନେତୃତ୍ଵକୁ ଆଶଙ୍କା କରି ଏକାଠି ବସୁଥିଲେ । ନବୀନ ଆଗକୁ ଦଳର ନେତୃତ୍ଵ ନେବେ କି ନାହିଁ ଦ୍ଵନ୍ଦ୍ଵ ଥିଲା । ଏବେ ନବୀନ ସ୍ପଷ୍ଟ କରି ସାରିଛନ୍ତି ସେ ଦାୟିତ୍ଵରେ ରହିବେ ।"
ଲୋକଙ୍କ ମତ ଅନୁସାରେ, ଦଳକୁ କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡି ଭାଗ ହୋଇଯିବ । ଭବିଷ୍ୟତରେ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଛାଡ଼ି ଦେଲେ ବିଜେଡି ରହିବା ଭଳି ନୁହେଁ ବୋଲି ବଡ଼ କଥା କହିଛନ୍ତି ଭୂପିନ୍ଦର ସିଂ ।
ଏଥିସହ ପଢ଼ନ୍ତୁ: ଦେବାଶିଷଙ୍କୁ ଭୂପିନ୍ଦରଙ୍କ ସମର୍ଥନ; BJDକୁ ଖୋଲା ଚେତାବନୀ ଦେଇ କହିଲେ- 'ଚିନ୍ତା କରୁଛୁ ବିକଳ୍ପ'
ସେ କହିଛନ୍ତି, "ଗୋଟିଏ ଗୋଷ୍ଠୀ ଜଣଙ୍କୁ ଆଣିବାକୁ ଚାହୁଁଛନ୍ତି । ଦଳର ସଭାପତିଙ୍କ ପାଖରେ ସେ ନେଇ ଖବର ଅଛି । ସଭାପତି ଜାଣିଛନ୍ତି ଯାହାଙ୍କୁ ଆଣିବାକୁ ଚାହୁଁଛନ୍ତି... ତାଙ୍କ ଦ୍ଵାରା କଣ କ୍ଷତି ବିଜେଡିର ହୋଇଛି ।"
ବିଜେଡିରେ ସୁଜାତା ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ନେଇ ଭୂପିନ୍ଦର କହିଛନ୍ତି, "ଦଳକୁ କେହି ଆସିବାରେ ଅସୁବିଧା ନାହିଁ । ଦଳକୁ ଆସନ୍ତୁ, କାମ କରନ୍ତୁ । ସମୟରେ ଦଳ ପୁରସ୍କାର ଦେବ । ଦଳର ସଭାପତି ବୁଝି ସାରିଛନ୍ତି, ଏଇଟା ଠିକ୍ ସମୟ ନୁହେଁ... ସେଭଳି କିଛି ନିଷ୍ପତ୍ତି ନେବା ପାଇଁ ।"
ବିଜେଡିର ପରିଚାଳନା ୩ରୁ ୪ ଜଣଙ୍କୁ ନେଇ ହେଉଛି । ଏଇଟା ବନ୍ଦ ହେଉ, ବିଜେଡି ପାଇଁ ଟିମ୍ କାମ କରୁ । ଲାଗୁଛି ଏହି କଥାକୁ ଦଳର ସଭାପତି ଭଲ ଭାବେ ଅନୁଭବ କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଭୂପିନ୍ଦର ସିଂ ।
ଏଥିସହ ପଢ଼ନ୍ତୁ: ଭାରତକୁ ନେଇ ଦୁନିଆର ଧାରଣାକୁ ଏମିତି ବଦଳାଇ ଦେଇଥିଲେ ବାଜପେୟୀ
ଜଣେ ବ୍ୟକ୍ତିଙ୍କୁ ଦାୟିତ୍ଵ ଦେବା କଥା ନବୀନ ସ୍ଵୀକାର କରିବେ ନାହିଁ । ବରିଷ୍ଠ ଓ ଯୁବ ନେତା ମିଶି କାମ କରିବେ । ଦଳ ପରିଚାଳନା କରୁଥିବା ୪ରୁ ୫ ଜଣ ସମସ୍ତଙ୍କୁ ନେଇ ଚାଲିପାରୁ ନାହାନ୍ତି । ସେଥିପାଇଁ ବରିଷ୍ଠ ଓ ଯୁବ ନେତା ଭିନ୍ନ ଭିନ୍ନ ଭାବେ ବସିଥିଲୁ ।
ଯେଉଁଥିପାଇଁ ପ୍ରଫୁଲ୍ଲ ମଲ୍ଲିକଙ୍କୁ ବାହାର କଲେ । ୨୦୨୪ରେ ବିଜୁବାବୁଙ୍କ ଫଟୋ ନିର୍ବାଚନ ପୋଷ୍ଟରରେ ରହିଲା ନାହିଁ । ଏକଥା କହିବା ଆମର ଭୁଲ୍ ହେଲା । ଯାହାଙ୍କ ନାଁରେ ଦଳ, ଯାହାଙ୍କ ପାଇଁ ଭୋଟ୍ ତାଙ୍କୁ ରଖାଗଲା ନାହିଁ । ଯାହାର ଫଳ ଭୋଗିଲୁ ବୋଲି ଭୂପିନ୍ଦର କହିଛନ୍ତି ।
ଏବେବି ବିଜେଡି ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ଦଳକୁ ମଜଭୁତ୍ କରିବାକୁ ଆମେ ବସୁଛୁ । ଦଳକୁ ଭାଙ୍ଗିବାକୁ କି ନୂଆ ଦଳ ଗଢ଼ିବାକୁ ନୁହେଁ । ଦଳକୁ ମଜଭୁତ୍ କରିବାକୁ ଚାହିଁଲେ ସମସ୍ତଙ୍କୁ ଆଗକୁ ଡାକିବେ ବୋଲି କହିଛନ୍ତି ଭୂପିନ୍ଦର ସିଂ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories