Atal Bihari Vajpayee / ଭାରତକୁ ନେଇ ଦୁନିଆର ଧାରଣାକୁ ଏମିତି ବଦଳାଇ ଦେଇଥିଲେ ବାଜପେୟୀ
·8 months ago·2 min read

Key Points
ଯେଉଁ କଳ୍ପନା ବର୍ଷ ବର୍ଷରୁ ଥିଲା, କିନ୍ତୁ ସେହି ନିଷ୍ପତ୍ତି ନେବାର ସାହସ ଦେଖାଇଥିଲେ ଅଟଳ ବିହାରୀ ବାଜପେୟୀ ।
ନୂଆଦିଲ୍ଲୀ: ୧୯୯୮ ମେ ୧୧, ଅପରାହ୍ଣ ୩ଟା ୪୫ ମିନିଟ୍ । ରାଜସ୍ଥାନର ପୋଖରାନର ମରୁଭୂମିରେ ଲେଖା ହୋଇଥିଲା ଇତିହାସ । ସେହି କ୍ଷଣ ଭାରତ ପାଇଁ ଏକ ପରୀକ୍ଷଣ ନଥିଲା, ବରଂ ଭାରତ ନିଜ ସୈନ୍ୟ ସାମର୍ଥ୍ୟକୁ ନେଇ ଆତ୍ମନିର୍ଭରତାର ନୂଆ ଗାଥା ଲେଖିଥିଲା ।
ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵରେ ଭାରତ ନେଇଥିଲା ସାହାସିକ ପଦକ୍ଷେପ । ଯେଉଁ କଳ୍ପନା ବର୍ଷ ବର୍ଷରୁ ଥିଲା, କିନ୍ତୁ ସେହି ନିଷ୍ପତ୍ତି ନେବାର ସାହସ ଦେଖାଇଥିଲେ ଅଟଳ ବିହାରୀ ବାଜପେୟୀ ।
ଏଥିସହ ପଢ଼ନ୍ତୁ: ଡିଭାଇଡର୍ ଡେଇଁ ବସ୍କୁ ପିଟିଲା ଟ୍ରକ୍; ନିଆଁରେ ଜଳିଗଲେ ୧୨ ଜଣ, ୨୧ ଆହତ
ବିଦେଶରୁ କୌଣସି ସାହାଯ୍ୟ ବିନା... ଅନ୍ତର୍ଜାତୀୟ ଚାପ ଓ ବିଶେଷକରି ଆମେରିକାର କଡ଼ା ନଜର ଭିତରେ ଭାରତ ସଫଳତାର ସହ ପରମାଣୁ ପରୀକ୍ଷଣ କରିଥିଲା । କିନ୍ତୁ ଏହା ଏତେଟା ସହଜର ନଥିଲା । ପରମାଣୁ ହବ୍ ଭାବେ ପରିଚିତ ରାଷ୍ଟ୍ରଗୁଡ଼ିକ ପରମାଣୁ ଅସ୍ତ୍ର ନଥିବା ଦେଶ ଉପରେ ନଜର ରଖୁଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଉ ସେତେବେଳେ ଭାରତ ଥିଲା ସେହି ତାଲିକାରେ । ଭାରତକୁ ପରମାଣୁ ଶକ୍ତି ଠାରୁ ଦୂରେଇ ରଖିବାକୁ ଅନେକ ପ୍ରୟାସ ବି ଲଗାତାର ହେଉଥିଲା । କିନ୍ତୁ ଅଟଳ ବିହାରୀ ବାଜପେୟୀଙ୍କ ନିଷ୍ପତ୍ତି କେବଳ ସେହି ସମୟର ଆବଶ୍ୟକତା ଥିଲା ତା ନୁହେଁ ବରଂ ଭବିଷ୍ୟତର ରଣନୀତି ପ୍ରସ୍ତୁତ କରିଥିଲା ।
୧୯୨୪ ଡିସେମ୍ବର ୨୫ରେ ମଧ୍ୟପ୍ରଦେଶର ଗ୍ଵାଲିୟରରେ ଜନ୍ମ ହୋଇଥିଲେ ବାଜପେୟୀ । ଭାରତୀୟ ରାଜନୀତିରେ ସେ ଥିଲେ ଅନନ୍ୟ ବ୍ୟକ୍ତିତ୍ଵ । ୧୯୯୮ରେ ପରମାଣୁ ପରୀକ୍ଷଣ ଥିଲା ତାଙ୍କର ଏକ କଠିନ ନିଷ୍ପତ୍ତି । ଯାହାକୁ ଅନେକ ବିରୋଧ କରାଯାଇଥିଲା, ତାହା ଆଜି ଭବିଷ୍ୟତର ଭାରତକୁ ଅଧିକ ସୁରକ୍ଷିତ, ସଶକ୍ତ ଓ ଆତ୍ମବିଶ୍ଵାସୀ କରିଛି ।
୧୩ ଦଳି ମିଶି ଗଢ଼ିଥିଲେ ସରକାର
ଭାରତ ପରମାଣୁ ପରୀକ୍ଷଣ ପାଇଁ ଥରେ ଗାତ ଖୋଳି ସାରିଥିଲା । ସୁଡ଼ଙ୍ଗ ତିଆରି ସରିଥିଲା । ଏପରିକି ପରମାଣୁ ପରୀକ୍ଷଣ ପାଇଁ ତାରିକ ନିର୍ଦ୍ଧାରଣ ସରିଥିଲା । କିନ୍ତୁ ବିଦେଶୀ ଚାପ ଭିତରେ ପରୀକ୍ଷଣ ବାତିଲ୍ ହୋଇଥିଲା । କିନ୍ତୁ ଅଟଳ ବିହାରୀ ବାଜପେୟୀ ଏକ ମଜଭୁତ୍ ଭାରତର ସ୍ଵପ୍ନ ଦେଖିଥିଲେ । ଆଉ ଅବସର ମିଳିବା ମାତ୍ରେ ସ୍ଵପ୍ନକୁ ଦେଇଥିଲେ ବାସ୍ତବ ରୂପ ।
ଏଥିସହ ପଢ଼ନ୍ତୁ: ଆଜି ଦେଶ ପାଳୁଛି ସୁଶାସନ ଦିବସ
୧୩ ଦିନ ପ୍ରଧାନମନ୍ତ୍ରୀ ରହିବା ସମୟରେ ସେ ଜାଣି ପାରିଥିଲେ ଏଭଳି ପରୀକ୍ଷଣ ପାଇଁ ଆଉ ଅଧିକ ସମୟ ନାହିଁ । ୧୯୯୮ ମାର୍ଚ୍ଚ ୧୮ରେ ଅଟଳ ବିହାରୀ ବାଜପେୟୀ କ୍ଷମତାକୁ ଆସନ୍ତି । ଶାସନକୁ ଆସିବା ମାତ୍ରେ ପରମାଣୁ ପରୀକ୍ଷଣ ପାଇଁ ବୈଜ୍ଞାନିକଙ୍କୁ ଅନୁମତି ଦିଅନ୍ତି ।
୧୯୯୮ରେ ୧୩ଟି ଦଳକୁ ନେଇ ଅଟଳ ବିହାରୀ ବାଜପେୟୀଙ୍କ ମିଳିତ ସରକାର ଥିଲା । ଶପଥ ଗ୍ରହଣର କିଛି ଦିନ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିହ୍ମା ରାଓ, ଅଟଳ ବିହାରୀ ବାଜପେୟୀଙ୍କୁ କହିଥିଲେ, "ସାମଗ୍ରୀ ପ୍ରସ୍ତୁତ ଅଛି, ଆପଣ ଆଗକୁ ବଢ଼ି ପାରିବେ ।"

Related Topics
Explore more stories