Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics / 'ଭୈରବଙ୍କ ବଢୁଥିବା ହାକିମାତିକୁ ନେଇ ନାଖୁସ ଅନେକ ନେତା'

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
'ଭୈରବଙ୍କ ବଢୁଥିବା ହାକିମାତିକୁ ନେଇ ନାଖୁସ ଅନେକ ନେତା'

Key Points

ବରିଷ୍ଠଙ୍କଠୁ ନେଇ ଯୁବ ଛାତ୍ର ଓ ମହିଳା ସବୁଠି ଦୁଇ ଫାଳ ଦଳୀୟ ସଂଗଠନ
ଋଷି, ରାଜା, ବଦ୍ରୀ ଓ ଅଶୋକଙ୍କ ପରେ ଭୁପିନ୍ଦରଙ୍କ ବିସ୍ଫୋରଣ
କହିଲେ କିଛି ଜଣଙ୍କ ଦ୍ୱାରା ଦଳ ପରିଚାଳିତ ହେବାରୁ ବଢୁଛି ଅସନ୍ତୋଷ
ସଂସଦରେ ବିଜେଡିର ଅସ୍ପଷ୍ଟ ଆଭିମୁଖ୍ୟ ଦଳ ପାଇଁ କ୍ଷତିକାରକ

ବିଜେଡିରେ ଥମୁନି ବୟାନବାଜି । ଦେବାଶିଷ ସାମନ୍ତରାୟ, ରାଜା ସ୍ବାଇଁ, ବଦ୍ରି ପାତ୍ର ଓ ଅଶୋକ ପଣ୍ଡାଙ୍କ ପରେ ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ନେତା ଭୂପିନ୍ଦର ସିଂ । ଭୂପିନ୍ଦର କହିଛନ୍ତି, କିଛି ଜଣଙ୍କ ଦ୍ବାରା ଦଳ ପରିଚାଳିତ ହେବାରୁ ବଢୁଛି ଅସନ୍ତୋଷ । ସେ ଆହୁରି ବି କହିଛନ୍ତି, 2024 ନିର୍ବାଚନ ପରଠାରୁ ସଂସଦରେ ବିଜେଡିର ଷ୍ଟାଣ୍ଡ କ୍ଲିୟର ନୁହେଁ । ଲୋକଙ୍କ କଥାକୁ ଖାମଖିଆଲି ଭାବେ ନେଲେ ଦଳ ପାଇଁ ଆଗକୁ କ୍ଷତି ହେବ ।

ଅଶୋକଙ୍କ କଥା ଦୋହରାଇ ଭୂପିନ୍ଦର କହିଛନ୍ତି କାହାର ବ୍ୟକ୍ତିଗତ ନୁହେଁ, ନବୀନ ପଟ୍ଟନାୟକ ରାଜ୍ୟର ସମ୍ପତ୍ତି । ସମସ୍ତଙ୍କୁ ନେଇ ନିଷ୍ପତ୍ତି ନିଆଗଲେ କେବେ ବି ଭୁଲ ହୁଅନ୍ତା ନାହିଁ । କିନ୍ତୁ କିଛି ଜଣଙ୍କ ଦ୍ଵାରା ଦଳ ପରିଚାଳିତ ହେବାରୁ ଅସନ୍ତୋଷ ବଢୁଛି। ଯାହା କି ଦଳ ପାଇଁ କ୍ଷତିକାରକ ।


ଏହାସହ ପଢ଼ନ୍ତୁ:- ରିଲିଜ୍ ପାଇଁ ମମତାଙ୍କୁ 'ହାତ ଯୋଡ଼ି' ନେହୁରା ହେଲେ ବିବେକ ଅଗ୍ନିହୋତ୍ରୀ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ନିଜ ଦଳର ଆଭିମୁଖ୍ୟ ନେଇ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ । କହିଛନ୍ତି 2024 ନିର୍ବାଚନ ପରଠାରୁ ସଂସଦରେ ବିଜେଡିର ଷ୍ଟାଣ୍ଡ କ୍ଲିୟର ନୁହେଁ । ଲୋକଙ୍କ କଥାକୁ ଖାମଖିଆଲି ଭାବେ ନେଲେ ଦଳ ପାଇଁ ଆଗକୁ କ୍ଷତି ହେବ ବୋଲି କହିଛନ୍ତି ଭୁପିନ୍ଦର । ଯାହାର ଜବାବ ରଖିଛନ୍ତି ଦଳୀୟ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ । ବଢୁଥିବା ଅସନ୍ତୋଷ ଓ ବୟାନ ବାଜି ବିଜେଡିର ଭବିଷ୍ୟତ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।


ଏହାସହ ପଢ଼ନ୍ତୁ:- ଦୁନିଆର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର, BRICSକୁ ଦେଖି ଥରିଲାଣି !

Related Topics

Explore more stories

Sponsored
Odisha Politics | Odisha Politics | BJD | BJP | Congress | Bhupinder singh | VK Pandian | Bhupinder Singh’s Explosive Remarks On VK Pandian | Argus News