Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୂଷଣ୍ଡପୁର ମେଳଣ ପଡ଼ିଆ ଉତ୍ସବମୁଖର

Ritu Das
Browse all articles by Ritu Das
·2 years ago·1 min read
ଭୂଷଣ୍ଡପୁର ମେଳଣ ପଡ଼ିଆ ଉତ୍ସବମୁଖର

ଅର୍ଗସ ବ୍ୟୁରୋ: ଭୂଷଣ୍ଡପୁରର ପ୍ରସିଦ୍ଧ ଐତିହାସିକ ଦୋଳଯାତ୍ରା। ଏଥିନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କ ମନରେ ନାହିଁ ନଥିବା ଉତ୍ସାହ। ଭୂଷଣ୍ଡପୁର ମେଳନ ପଡିଆ ହୋଇଛି ଉତ୍ସବମୁଖର। ଦୋଳ ଉତ୍ସବକୁ ପାଳନ କରିବା ପାଇଁ ଦୋଳପଡିଆରେ ବିଜେ ମଣ୍ଡପରେ ଦୋଳବିମାନରେ ବିରାଜମାନ କରିଛନ୍ତି ଠାକୁର ପତିତପାବନ ଦେବ ଓ ଐଶାନେଶ୍ୱର ଦେବ। ଗତ ବର୍ଷ ବାଣ ବିସ୍ପୋରଣରେ ୬ଜଣଙ୍କ ମୃତ୍ୟୁ ଘଟିବା ପରେ ଫିକା ପଡିଥିଲା ଦୋଳଯାତ୍ରା। ହେଲେ ଚଳିତ ବର୍ଷ ବାଣଫୁଟା ବନ୍ଦ ରହିଥିବା ବେଳେ ଦୋଳ ପଡିଆରେ ମହା ଆଡମ୍ବରରେ ଚାଲିଛି ଦୋଳ ଯାତ୍ରା।

ପଡିଆରେ ଲାଗିଛି ରଙ୍ଗ ବେରଙ୍ଗର ପସରା। ଦୋଳପଡିଆରେ ଦହିବରା ଆଳୁ ଦମ୍, ଦୋସା ସାମ୍ବର, ପକୁଡ଼ି, ଆଳୁଚପ, ଗୁପଚୁପ ସହିତ ଆଇସକ୍ରିମ୍ ମନ କିଣି ନେଲାଣି। ରଙ୍ଗବେରଙ୍ଗର ମଣ୍ଡଣି, ଆଲୁଅ ଫୁଲମାଳରେ ସଜେଇ ହୋଇଛି ଦୋଳ ମଣ୍ଡପ। ପତିତପାବନ ଦେବ ଓ ଐଶାନେଶ୍ୱର ଦେବ ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରି ଦୋଳମଣ୍ଡପରେ ବିଜେ ହୋଇଛନ୍ତି।

ହରିବୋଲ ହୁଳହୁଳି ଧୂନୀରେ ପୁରି ଉଠିଛି ମେଳଣ ପଡିଆ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହିତ ଜଡିତ ଦୋଳଯାତ୍ରା ଅନୁଷ୍ଠିତ ହେଉଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଓ ଦୋଳ କମିଟିର ସଦସ୍ୟ ମାନେ ବେଶ ଖୁସି ଅଛନ୍ତି। ବସନ୍ତ ଋତୁର ଏହି ମହା ମିଳନ ମହୋତ୍ସବ ସମସ୍ତଙ୍କ ମନରେ ଭରିଦେଇଛି ଅଶେଷ ଆନନ୍ଦ। ଦୋଳପଡିଆରେ ଖଚାଖଚ ଭିଡରେ ଭକ୍ତ ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ଏବଂ ଦୋଳପଡିଆରେ ବୁଲାବୁଲି କରି ଦୋଳପଡିଆରେ ପଡିଥିବା ଦୋକାନରୁ କିଣାକିଣି କରି ମଜା ନେଉଛନ୍ତି। ଘରେ ବନ୍ଧୁବାନ୍ଧବଙ୍କ ଭିଡ ଲାଗିଛି। ସେପଟେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଦୋଳ କମିଟିର ସଦସ୍ୟ ଓ ପୋଲିସ ପ୍ରଶାସନ ନିୟୋଜିତ ଅଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
N/A | Argus News