Odisha Politics / ଭୁବନେଶ୍ୱର ସାରା ବିଜୁ - ନବୀନ ଟ୍ରଷ୍ଟ କାହା ସ୍ୱାର୍ଥରେ ନବୀନ ତୁମେ ଜବାବ୍ ଦିଅର ପୋଷ୍ଟର ଓ ବ୍ୟାନର
·3 months ago·2 min read

Key Points
ଭୁବନେଶ୍ୱର ସାରା ବିଜୁ - ନବୀନ ଟ୍ରଷ୍ଟର ପୋଷ୍ଟର ଓ ବ୍ୟାନର
ବିଜୁ - ନବୀନ ଟ୍ରଷ୍ଟ କାହା ସ୍ୱାର୍ଥରେ?
ନବୀନ ତୁମେ ଜବାବ୍ ଦିଅର ପୋଷ୍ଟର ଓ ବ୍ୟାନର
ବିଜୁ - ନବୀନ ଟ୍ରଷ୍ଟ କାହା ସ୍ୱାର୍ଥରେ?
ନବୀନ ତୁମେ ଜବାବ୍ ଦିଅର ପୋଷ୍ଟର ଓ ବ୍ୟାନର
ଭୁବନେଶ୍ବର ୨୫/୦୩ ରାଜଧାନୀ ଭୁବନେଶ୍ୱର ସହର ସାରା ପ୍ରତ୍ୟେକ ଛକରେ ଛାଇ ଯାଇଛି ଦିଲ୍ଲୀରେ ବିଜୁ - ନବୀନ ଟ୍ରଷ୍ଟ କାହା ସ୍ୱାର୍ଥରେ। ନବୀନ ତୁମେ ଜବାବ୍ ଦିଅର ପୋଷ୍ଟର ଓ ବ୍ୟାନର । ଏଥିରେ ନବୀନ ପଟ୍ଟନାୟକ, ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଏବଂ ସଂତ୍ରୁପ୍ତ ମିଶ୍ରଙ୍କ ଫୋଟ ସ୍ଥାନ ପାଇଛି।
ବିଜେଡି ସମ୍ପତ୍ତି ହଡ଼ପ ପାଇଁ ଦିଲ୍ଲୀରେ ଚାଲିଛି ସାଂଘାତିକ ଷଡ଼ଯନ୍ତ୍ର । ବିବାଦ ଘେରରେ ବିଜୁ-ନବୀନ ଇନ୍ସପିରେସନାଲ ଫାଉଣ୍ଡେସନର ପ୍ରେସିଡେଣ୍ଟ ଭି. କାର୍ତ୍ତିକେୟନ ପାଣ୍ଡିଆନ, ସେକ୍ରେଟାରୀ ସଂତୃପ୍ତ ମିଶ୍ର ଓ ଟ୍ରଷ୍ଟି ଅଶୋକ ପରିଜା । ଏ ନେଇ ସୋସିଆଲ୍ ମିଡିଆ ପୋଷ୍ଟ କରି ସାଂଘାତିକ ଅଭିଯୋଗ ଆଣିଥିଲେ ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ବୁଡ଼ି ଯାଉଥିବା ଅଘୋଷିତ ପାଣ୍ଠିକୁ ‘ଫାଉଣ୍ଡେସନ’ ଆକାଉଣ୍ଟକୁ ଆଣିବା ପାଇଁ ଚାଲିଛିକି କିଛି ରୀତିମତ୍ ପ୍ରୟାସ ? ୧୦ମାସ ବିତିଲାଣି କେଉଁଠି କି ପ୍ରକାରର ଜନସେବା କରିଛି ଫାଉଣ୍ଡେସନ୍ ବୋଲି ପ୍ରଶ୍ନ କରିଥିଲେ ପୁର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ଦୀର୍ଘ ୨୮ବର୍ଷ ଧରି ଦିନରାତି ପରିଶ୍ରମ କରିଥିବା ବିଜୁ ଜନତା ଦଳର କର୍ମୀ-ନେତାମାନଙ୍କୁ କ’ଣ ଶେଷରେ ଏଭଳି ଧୋକା ମିଳିବାର ଥିଲା କି? ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ନବୀନବାବୁ ନିଜେ କହିଥିଲେ ଯେ ତାଙ୍କର ଉତ୍ତରାଧିକାରୀ ଓଡ଼ିଶାବାସୀ ଚୟନ କରିବେ, କିନ୍ତୁ ଭଣ୍ଡ ସନ୍ୟାସୀ ହାତରେ ସାମ୍ରାଜ୍ୟ ଟେକି ଦେବା ପଛରେ କ’ଣ ଷଡ଼ଯନ୍ତ୍ର ରହିଛି?
ଆପଣ ନିଜେ ‘ସେଟଲର' ବା ପ୍ରତିଷ୍ଠାତା ସାଜି ବିଜୁବାବୁଙ୍କ ସନ୍ତକ ଥିବା ନୂଆଦିଲ୍ଲୀସ୍ଥିତ ବାସଭବନ ସେହି ଟ୍ରଷ୍ଟକୁ ଟେକିଦେଲେ, ଯାହାର ଆଜୀବନ ଅଧ୍ୟକ୍ଷ ଓ ସର୍ବମୟକର୍ତ୍ତା ହେଉଛନ୍ତି ଭଣ୍ଡ ସନ୍ୟାସୀ ବୋଲି ଉଲ୍ଲେଖ କରିଛନ୍ତି ଶ୍ରୀମୟୀ । ଆପଣ କ’ଣ ପରୋକ୍ଷରେ ଓଡ଼ିଶାର ସମ୍ପତ୍ତି ଓ ଆପଣଙ୍କ ଉତ୍ତରାଧିକାରୀ ଭାବେ ଭଣ୍ଡ ସନ୍ୟାସୀକୁ ବାଛି ସାରିଛନ୍ତି କି? ଯଦି ନୁହେଁ ବିଗତ ୩ଦିନ ଧରି ତା’ର ସ୍ପଷ୍ଟୀକରଣ କାହିଁକି ଦେଉନାହାନ୍ତି ବୋଲି ସେ ଲେଖିଛନ୍ତି ।
ସେପଟେ ଫାଉଣ୍ଡେସନ ନେଇ ମୁହଁ ଖୋଲିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କହିଥିଲେ ମୁଁ ବିଜୁ ବାବୁଙ୍କ ନାଁରେ ଏକ ଟ୍ରଷ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲି। ମୋ ନିଜ ପାଣ୍ଠିରୁ ୧ ଲକ୍ଷ ଟଙ୍କାର ଛୋଟ ଅର୍ଥ ରାଶିରୁ ଟ୍ରଷ୍ଟ ଆରମ୍ଭ କଲି। ବିଜେଡି କିମ୍ବା ଅନ୍ୟ ଦଳୀୟ ପାଣ୍ଠି ସହ ଏହାର କିଛି ସମ୍ପର୍କ ନାହିଁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ।
ହେଲେ ପରିବାର ବଦଳରେ କେମିତି ଏହି ଟ୍ରଷ୍ଟରେ ପାଣ୍ଡିଆନ, ସନ୍ତୃପ୍ତ ମିଶ୍ର ଆଉ ଅଶୋକ କୁମାର ପରିଜାଙ୍କ ନାଁ ଆସିଲା ତାକୁ ନେଇ କୌଣସି ଉତ୍ତର ରଖିନଥିଲେ ନବୀନ। ଓଡିଶା ବାସୀଙ୍କ ଟ୍ରଷ୍ଟ ଭାଙ୍ଗିଛନ୍ତି ନବୀନ. ଫାଉଣ୍ଡେସନ ଖୋଲିଲା ବେଳେ ସ୍ପଷ୍ଟୀକରଣ ରଖିଲେନି.ଏବେ କାହିଁକି ରଖୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ।।
ନିଲମ୍ବିତ ବିଜେଡି ବିଧାୟକ ଦେବୀ ତ୍ରିପାଠୀ ମଧ୍ୟ ପ୍ରଶ୍ନ ଉଠାଇଥିଲେ। କାହିଁକି ପୂର୍ବରୁ ଟ୍ରଷ୍ଟ ଗଠନ କଥାକୁ ସନ୍ତୃପ୍ତ ମିଶ୍ର ଏଡ଼ାଇ ଯାଇ ସେଭଳି କିଛି ନଥିବା କହିଥିଲେ।
ହାଇକୋର୍ଟରେ ପହଞ୍ଚିଛି ବିଜୁ-ନବୀନ ଇନସପିରେସନାଲ୍ ଫାଉଣ୍ଡେସନ୍ ବିବାଦ । ତଦନ୍ତ ପାଇଁ ହାଇକୋର୍ଟରେ ହୋଇଛି ଆବେଦନ । ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଶିବଶଙ୍କର ମହାନ୍ତି କରିଛନ୍ତି ଆବେଦନ। କ୍ରାଇମବ୍ରାଞ୍ଚ ଓ ଅର୍ଥନୈତିକ ଅପରାଧ ଶାଖା ବା EOW ଦ୍ୱାରା ଏକ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଥିଲେ ଆଇନଜୀବୀ ଶିବଶଙ୍କର ମହାନ୍ତି।
ଏଥିସହ ପଢ଼ନ୍ତୁ: ହାଇକୋର୍ଟରେ ପହଞ୍ଚିଲା ବିଜୁ-ନବୀନ ଇନସପିରେସନାଲ୍ ଫାଉଣ୍ଡେସନ୍ ବିବାଦ, ନିରପେକ୍ଷ ତଦନ୍ତ ଦାବି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories