Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଭୁକିଶୋର ଓ ତାଙ୍କ ପତ୍ନୀ ବିଭୁଙ୍କ ବଡ଼ ଭାଇଙ୍କ ବିରୋଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଭୁକିଶୋର ଓ ତାଙ୍କ ପତ୍ନୀ ବିଭୁଙ୍କ ବଡ଼ ଭାଇଙ୍କ ବିରୋଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ

ଅର୍ଗସ ବ୍ୟୁରୋ:  ଥାନାରେ ପହଞ୍ଚିଲା ଓଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ବିଭୁକିଶୋରଙ୍କ ପାରିବାରିକ କଳି। ପ୍ରସିଦ୍ଧ କଣ୍ଠଶିଳ୍ପୀ ବିଭୁକିଶୋର,ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ରାଖୀ ଦାସ ଓ ଜଣାଶୁଣା କଣ୍ଠଶିଳ୍ପୀ ପମି ହେଲେ ଖାରବେଳନଗର ଥାନାର ଦ୍ୱାରସ୍ଥ। ବିଭୁକିଶୋର ଓ ତାଙ୍କ ପତ୍ନୀ ବିଭୁଙ୍କ ବଡ଼ ଭାଇ ପିଉସ ଦାସଙ୍କ ବିରୋଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ। ବିଭୁକିଶୋରଙ୍କ ବଡ଼ ଭାଇ ପିୟୁସ ଦାସ ଆକ୍ରମଣ କରିଛନ୍ତି ବିଭୁଙ୍କ ପତ୍ନୀ ତଥା ଅଭିନେତ୍ରୀ ରାଖୀ ଦାସଙ୍କୁ। ବିଭୁକିଶୋରଙ୍କ ଘରେ ଭଡ଼ା ରହୁଥିବା ପ୍ରସିଦ୍ଧ କଣ୍ଠଶିଳ୍ପୀ ପମିଙ୍କୁ ମଧ୍ୟ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛନ୍ତି । ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିଲା।

ଆଜି ପମି ସିସିଟିଭି ଲଗାଉଥିବା ସମୟରେ ପିୟୁସ ପୁଣି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ ଉଦ୍ୟମ କରିଛନ୍ତି। ଜମି ଓ ଘର ବିବାଦକୁ ନେଇ ଏଭଳି କରିଥିବା ନେଇ କହିଛନ୍ତି ବିଭୁକିଶୋର ଙ୍କ ପତ୍ନୀ  ରାଖୀ ଦାସ। ସେପଟେ ନିଜ ମା'ଙ୍କୁ ମଧ୍ୟ ଛାଡି ନାହାନ୍ତି ବିଭୁ କିଶୋରଙ୍କ ଭାଇ,ନିଜ ମା'ଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ମା'ଙ୍କ ଉପରେ ଆକ୍ରମଣ ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଛନ୍ତି। ବଡ଼ ଝିଅ ପ୍ରରୋଚନାରେ ଘର ହଡ଼ପ କରିବା ପାଇଁ ପିୟୁସ ଦାସ ଏଭଳି କାମ କର ଥିବା କହିଛନ୍ତି ମା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bibhu Kishore family arrived at the police station | Argus News