Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବୁଲିଲା ବୁଲଡୋଜର, ସ୍ୱାଦ ହୋଟେଲ ଉପରେ ବଡ଼ ଆକ୍ସନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବୁଲିଲା ବୁଲଡୋଜର, ସ୍ୱାଦ ହୋଟେଲ ଉପରେ ବଡ଼ ଆକ୍ସନ

ଅର୍ଗସ ବ୍ୟୁରୋ:  ଅର୍ଗସର ମହାପ୍ରଭାବ । ଭାଙ୍ଗିଲା ବହପ, ବୁଲିଲା ବୁଲଡୋଜର । ସୂର୍ଯ୍ୟକାନ୍ତ ଲେଙ୍କାଙ୍କ ମାଲିକାନାରେ ଥିବା ତଥା ଅଭିଯୋଗ ଅନୁସାରେ ବିଧାୟକ ଧ୍ରୁବ ସାହୁ କାରବାର କରୁଥିବା ସ୍ୱାଦ ହୋଟେଲ ଉପରେ ବଡ଼ ଆକ୍ସନ ।ବହୁ ବିବାଦୀୟ ସ୍ୱାଦ ହୋଟେଲରୁ ହଟିଛି ୨୫ ଡିସମିଲ ଜଙ୍ଗଲ ଜମି l ୨୫ ଡିସମିଲରେ ହୋଇଥିବା ପାଇଖାନା ଓ ଡାଇନିଂକୁ ଭାଙ୍ଗି ନିଜ ଜାଗାକୁ ଦଖଲକୁ ନେଇଛି ବନ ବିଭାଗ । ତେବେ ହୋଟେଲ ଉପରେ ଆକ୍ସନ ଆରମ୍ଭ ହୋଇଥିବା ବେଳେ କେବେ ମାଲିକଙ୍କ ବିରୋଧରେ ଆକ୍ସନ ହେଉଛି ଏବେ ତାହାକୁ ହିଁ ଅପେକ୍ଷା ରହିଛି । ସେପଟେ ବାକି ଜାଗାରେ ନିର୍ମାଣ ହୋଇଥିବା ସ୍ୱାଦ ହୋଟେଲରେ କିଛି ରହସ୍ୟ ରହିଛି କି ? କାହିଁକି ନା ଯେଉଁ ଜଙ୍ଗଲ ପାଖରେ ଦୁଇଶହ ବର୍ଷ ଧରି ରହି ଆସୁଥିବା ବାଙ୍କୁଆଳ ବାସୀଙ୍କୁ ଏଯାଏଁ ସ୍ଥାୟୀ ପଟ୍ଟା ମିଳିପାରିନି, ସେହି ଜାଗାରେ ହୋଟେଲ ସ୍ୱାଦ ମାଲିକଙ୍କୁ ସ୍ଥାୟୀ ପଟ୍ଟା ମିଳିଲା କେମିତି ?

ରାଜସ୍ୱ ମନ୍ତ୍ରୀ ନିଜ ତରଫରୁ ତଦନ୍ତ କରି ଆକ୍ସନ ନେବା ପାଇଁ ସ୍ଥାନୀୟ ଲୋକ ଡିମାଣ୍ଡ କରିଛନ୍ତି । ସେପଟେ ହୋଟେଲ ସ୍ବାଦରେ ପ୍ରଥମେ ମାପଚୁପ୍ ବେଳେ  ୨୪ ଡିସମିଲ୍ ଜଙ୍ଗଲ ଜମି ବାହାରିଥିବାର ରାଜନଗର ତହସିଲଦାର ଅଜୟ ମହାନ୍ତି କହିଥିଲେ ।  କିନ୍ତୁ ଗତକାଲି ପୁଣି ଦ୍ବିତୀୟ ଥର ମାପଚୁପ ବେଳେ ୨୫ ଡିସମିଲ ଜଙ୍ଗଲ ଜମି ବାହାରିଥିବାର ଭିତରକନିକା ବନ ସଂରକ୍ଷକ ମାନସ ଦାସ କହିଛନ୍ତି l ତେଣୁ ଏହାକୁ ନେଇ ବି ସଂଶୟ ସୃଷ୍ଟି ହୋଇଛି । ଗତକାଲି ସ୍ବାଦ ହୋଟେଲ ମାପଚୁପ କାର୍ଯ୍ୟରେ ପଟ୍ଟାମୁଣ୍ଡାଇ ତହସିଲଦାର ଉପସ୍ଥିତ ଥିଲେ ହେଲେ ରାଜନଗର ତହସିଲଦାର ଉପସ୍ଥିତ ନ ଥିଲେ l ରାଜନଗର ତହସିଲ ଅଧୀନରେ ସ୍ବାଦ ହୋଟେଲ ନିର୍ମାଣ ହୋଇଛି । ତେଣୁ ଏହାକୁ ନେଇ ଏବେ ବଡ଼ ପ୍ରଶ୍ନ ଠିଆ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big action on swad Hotel | Argus News