ଆଳୁ ସଂକଟ ଦୂର ପାଇଁ ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ ପ୍ଲାନ

Key Points
- ଆଉ ରହିବନି ଆଳୁ ଟେନସନ
- ମୁଖ୍ୟମନ୍ତ୍ରୀ କହିଲେ, ଆଳୁ ସମସ୍ୟାର ଖୁବଶୀଘ୍ର ସମାଧାନ
- ଆଳୁ ସଂକଟ ଦୂର ପାଇଁ ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ ପ୍ଲାନ
- ନାଫେଡ ମାଧ୍ୟମରେ ଆଳୁ କିଣିବେ ରାଜ୍ୟ ସରକାର
- ଖାଉଟିଙ୍କୁ 30ଟଙ୍କାରେ ଯୋଗାଇ ଦେବେ ଆଳୁ
- ସେପଟେ ମମତାଙ୍କୁ ମନେଇବାକୁ କୋଲକାତା ଗଲେ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ
ଅର୍ଗସ ବ୍ୟୁରୋ: ଆଳୁ ସମସ୍ୟାର ଖୁବଶୀଘ୍ର ହେବ ସମାଧାନ । ଆଲୋଚନା ଚାଲିଛି, ନିସ୍କର୍ଷ ବାହାରିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଳୁ ସଂକଟ ଉପରେ ଏହି ଆଶ୍ବାସନା ଦେଇଛି । ଲଗାତାର ଭାବେ ଆଳୁ ଦର ବଢି ଚାଲିଛି । କେଜି 55ରୁ 60 ଟଙ୍କାରେ ବିକ୍ରି ହେଉଛି । ଆଲୋଚନା ମାଧ୍ୟମରେ ରାସ୍ତା ବାହାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ବଡ଼ ଆକ୍ସନ ପ୍ଲାନ । ନାଫେଡ ମାଧ୍ୟମରେ ରାଜ୍ୟ ସରକାର ଆଳୁ କିଣିବେ ଏବଂ ଖାଉଟିଙ୍କୁ କେଜି 30ଟଙ୍କାରେ ବିକ୍ରି କରିବେ । ପ୍ରଥମ ପର୍ଯ୍ୟାୟରେ 3ଶହ ମେଟ୍ରିକ ଟନ ଆଳୁ ପାଇଁ ନାଫେଡକୁ ମଧ୍ୟ ଅର୍ଡର ଦିଆଯାଇଛି । ନାଫେଡ ମାଧ୍ୟମରେ ଉତ୍ତର ପ୍ରଦେଶରୁ ଏହି ଆଳୁ ଆସିବ । ଆସନ୍ତା ସପ୍ତାହେ ମଧ୍ୟରେ ରାଜ୍ୟରେ ଉପଲବ୍ଧ ହେବ ଆଳୁ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ସରକାରୀ ଖୁଚୁରା ଦୋକାନରେ ମିଳିବ ଆଳୁ । ନିର୍ଦ୍ଧାରିତ ଦରରେ ଆଳୁ ବିକ୍ରି କରିବା ପାଇଁ ଜରୁରୀ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।
ସେପଟେ ପଶ୍ଚିମବଙ୍ଗର ଦମ୍ଭ ଭାଙ୍ଗିବାକୁ ଏକାଠି ହୋଇଛନ୍ତି ଓଡ଼ିଆ । ଓଡ଼ିଶାକୁ ଆଳୁ ଗାଡ଼ି ନ ଛାଡ଼ିବା ଜବାବରେ ପଶ୍ଚିମବଙ୍ଗକୁ ଯାଉଥିବା ଗାଡ଼ି ଅଟକ ରଖାଯାଇଛି । ମଙ୍ଗୁଳି ଛକରେ ଟ୍ରକ ଅଟକାଇ ସାମାଜିକ ସଙ୍ଗଠନଗୁଡ଼ିକ ଦୃଢ଼ ଜବାବ ଦେଇଛନ୍ତି ।
📱 Get Argus News App
✨ଆଳୁ ସଂକଟ ଦୂର କରିବାକୁ ଦିଦିଙ୍କୁ ମନେଇବା ପାଇଁ କୋଲକାତା ଗଲେ ତାଙ୍କ କୌଳିକ ପଣ୍ଡା ତଥା ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ । ଆଳୁ ସମସ୍ୟା ନେଇ ଚାଷୀଙ୍କୁ ପାଖକୁ ଯିବ ଏବଂ ଆଳୁ ଚାଷୀଙ୍କୁ ଉତ୍ସାହିତ କରିବ ବିଜେପି କୃଷକ ମୋର୍ଚ୍ଚା । ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...