Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ଘୋଷଣା

Rashmita Mishra
Browse all articles by Rashmita Mishra
·1 year ago·1 min read
ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ଘୋଷଣା

ଅର୍ଗସ ବ୍ୟୁରୋ: ରାଜସ୍ଵ ବିଭାଗ ଅଧିକାରୀଙ୍କୁ ସାର୍ଟିଫିକେଟ ଦେବେ ଜନ ସାଧାରଣ। ଝାରସୁଗୁଡ଼ାଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ଘୋଷଣା । ଜିଲ୍ଲା ପ୍ରଶାସନର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମନ୍ତ୍ରୀ କହିଛନ୍ତି ବିଭିନ୍ନ ବିଭାଗରେ ଏକ ସ୍ବତନ୍ତ୍ର ରେଜିଷ୍ଟାର ରହିବ। କାର୍ଯ୍ୟାଳୟକୁ ସରକାରୀ କାମ ପାଇଁ ଆସୁଥିବା ହିତାଧିକାରୀମାନେ ଅଧିକାରୀମାନଙ୍କ କାମ ଦେଖି ନମ୍ବର ଦେବେ। ନିଜ ହିସାବରେ କାର୍ଯ୍ୟକୁ ଦେଖି ୧୦ରୁ ନମ୍ବର ଦେବେ ବୋଲି ସେ କହିଛନ୍ତି । ଏବଂ ଯେଉଁ ଅଧିକାରୀଙ୍କ ନମ୍ବର କମ ରହିବ ସେ ଅଧିକାରୀଙ୍କ ବିରୋଧରେ ବିଭାଗ ଚିନ୍ତା କରିବ। ଏହାସହ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିସ୍ଥାପିତ ଓ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ କରିଥିଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ଏହାସହ ଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ଯୋଗ ଦେଇଥିଲେ।

ଅଧିକ ପଢନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big announcement by Revenue and Disaster Management Minister Suresh Pujari | Argus News