Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସ୍ଵାସ୍ଥ୍ୟ ସେବାରେ ବଡ ପରିବର୍ତ୍ତନ, ଘର ପାଖରେ କ୍ୟାନସର୍ ଚିକିତ୍ସା

Odisha

ସ୍ଵାସ୍ଥ୍ୟ ସେବାରେ ବଡ ପରିବର୍ତ୍ତନ, ଘର ପାଖରେ କ୍ୟାନସର୍ ଚିକିତ୍ସା

Rashmita Mishra
Browse all articles by Rashmita Mishra
·1 year ago·1 min read
ସ୍ଵାସ୍ଥ୍ୟ ସେବାରେ ବଡ ପରିବର୍ତ୍ତନ, ଘର ପାଖରେ କ୍ୟାନସର୍ ଚିକିତ୍ସା

ରାଜ୍ୟରେ ସବୁ ଜିଲ୍ଲାରେ ହେବ କ୍ୟାନସର୍ ଚିକିତ୍ସା । ହସ୍ପିଟାଲ ମାନଙ୍କରେ ରହିବ କେମୋଥେରାପି ବ୍ୟବସ୍ଥା । ପ୍ରତି ଜିଲ୍ଲାରେ ହେବ ଡେ କେୟାର ସେଣ୍ଟର । ଗୃହରେ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।


ସହରରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟାଳୟକୁ ସାଟେଲାଇଟ ସେଣ୍ଟର ଭାବେ ବ୍ୟବହାର କରିବାକୁ ସରକାର ଯୋଜନା କରୁଛନ୍ତି ।ଏଥିପାଇଁ ରାଜ୍ୟ ବଜେଟରୁ ଖର୍ଚ୍ଚ ହେବ ଟଙ୍କା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଥିବା 9ଟି DHHକୁ ସେଟଲାଇଟ ସେଣ୍ଟର କରାଯିବ। ଏଥିପାଇଁ ପ୍ରସ୍ତବ ରଖିଛନ୍ତି ରାଜ୍ୟ ସରକାର ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଠାରେ ୧୦ଟି ବେଡ଼ ସହ ୨୪ ଘଣ୍ଟା କାମ କରୁଥିବା ଆମ୍ବୁଲାନ୍ସ ରହିବ । ରୋଗୀଙ୍କ ଚିକିତ୍ସା ପାଇଁ କିଛି ସ୍ପେସାଲିଷ୍ଟ ଡାକ୍ତର ମଧ୍ୟ ରହିବେ। ଝାରସୁଗୁଡାର ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ପ୍ରଶ୍ନ ରେ ଗୃହ ରେ ଏଭଳି ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଭଦ୍ରକ, ଝାରସୁଗୁଡା, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର, ଦେବଗଡ଼, କଳାହାଣ୍ଡି, ଯାଜପୁର ଓ ବୌଦ୍ଧରେ ସାଟେଲାଇଟ ସେଣ୍ଟର ଖୋଲିବାକୁ ପ୍ରସ୍ତାବ ଆସିଛି।


ରାଜ୍ୟରେ ୫୨୪୮ MBBS ଡାକ୍ତର ପଦବୀ ପୂରଣ ପାଇଁ ଲୋକସେବା ଆୟୋଗଙ୍କୁ ୧୨.୨.୨୦୨୫ରେ ପତ୍ର ନମ୍ବର ୪୫୭୯ ଜରିଆରେ ଅନୁରୋଧ କରାଯାଇଛି। ସେହିପରି ରାଜ୍ୟରେ ୧୨୬ ଦନ୍ତ ଡାକ୍ତର ବା ଡେଣ୍ଟାଲ ଡାକ୍ତର ପଦବୀ ପୂରଣ ପାଇଁ ଲୋକସେବା ଆୟୋଗଙ୍କୁ ୧୨.୨.୨୦୨୫ରେ ପତ୍ର ନମ୍ବର ୪୫୭୮ ଜରିଆରେ ଅନୁରୋଧ କରାଯାଇଛି। ଗୃହରେ ଉତ୍ତର ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

Sponsored
Big change in healthcare services, cancer treatment near home | Argus News