ଓଡ଼ିଶାରେ ଡିଜିଟାଲ୍ ଜିହାଦର ବଡ଼ ଷଡଯନ୍ତ୍ର

- ଓଡ଼ିଶାରେ ଡିଜିଟାଲ୍ ଜିହାଦର ବଡ଼ ଷଡଯନ୍ତ୍ର
- ଭୁବନେଶ୍ବରରୁ 7 ସିମ ବକ୍ସ, ହଜାରେ ସିମ୍ କାର୍ଡ ଜବତ
- ଆତଙ୍କୀ ଲିଙ୍କ୍ ନେଇ ପୋଲିସର ତନାଘନା
- ଡିଜିଟାଲ୍ ଜିହାଦ ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ କି
- ମୋଷ୍ଟ ୱାଣ୍ଟେଡ୍ ଟେଟରିଷ୍ଟ ହାଫିଜ ସୟଦ ତାର ମାଷ୍ଟରମାଇଣ୍ଡ କି
ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ମହାବୀର ନଗର। ଭଡାରେ ରହୁଥିବା ସନ୍ଦିଗ୍ଧଙ୍କ ଘର ଭିତରେ ଶହ ଶହ ସଂଖ୍ୟାରେ ସିମ୍ କାର୍ଡ । ଆଉ ରାକରେ ଥୁଆ ହୋଇଛି 7 ସିମ୍ ବକ୍ସ । ଲାଗିଛି ଇଣ୍ଟରନେଟ୍ କନେକସନ୍ । ଗୋଟିଏ ଗୋଟିଏ ସିମବକ୍ସରେ ବ୍ୟବହାର ହେଉଛି 5 ଶହ ସିମ୍ କାର୍ଡ । ତେବେ କଣ ଏହି ସିମ୍ ବକ୍ସ, କାହିଁକି ଓ କିଏ ବ୍ୟବହାର ଏହି ବକ୍ସ ।
- ସିମ୍ ବକ୍ସରେ ଏକା ସାଙ୍ଗରେ ଅନେକ ସିମ୍ କାର୍ଡ ବ୍ୟବହାର ହୁଏ
- ସିମ୍ ବକ୍ସ ମାଧ୍ୟମରେ ହଜାର ହଜାର ବଲ୍କ ମେସେଜ୍ ପଠାଯାଏ
- ଇଣ୍ଡରନେଟ୍ ମାଧ୍ୟମରେ ହୁଏ ଇଣ୍ଟରନ୍ୟାସନାଲ୍ କଲ୍
- କେଉଁଠାରୁ କଲ୍ ଆସୁଛି ଟେର୍ ପାଏନି ପୋଲିସ
- କାହିଁକି ବ୍ୟବହାର ହୁଏ ସିମ୍ ବକ୍ସ
- ସାଇବର ଠକେଇର ପ୍ରମୁଖ ମାଧ୍ୟମ ସିମ୍ ବକ୍ସ
- ଆତଙ୍କୀ କାର୍ଯ୍ୟକଳାପରେ ବି ବ୍ୟବହାର ହୁଏ ଏଇ ବକ୍ସ
- ଇଣ୍ଟରନ୍ୟାସନାଲ କଲ୍ ମାଧ୍ୟମରେ ବାରତ ବିରୋଧୀ ଷଡଯନ୍ତ୍ରକୁ ବ୍ୟାପକ କରାଯାଏ
ଏବେ ସନ୍ଦିଗ୍ଧ ଯୁବକକୁ କମିଶନରେଟ୍ ପୋଲିସ ଧରିଛି । ତା ସହିତ ଆଉ କିଏ କିଏ ଅଛନ୍ତି ତାର ତଦନ୍ତ ଚାଲିଛି, ଆବଶ୍ୟକ ହେଲେ କେନ୍ଦ୍ରୀୟ ତଦନ୍ତ କାରି ସଂସ୍ଥାର ସହଯୋଗ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି। ଏଇ ଘଟଣା ପରେ ଓଡ଼ିଶାରେ ଡିଡିଟାଲ୍ ଜିହାଦର ଷଡଯନ୍ତ୍ର ଆସିଛି ସାମ୍ନାକୁ । ଖତରନାକ୍ ଆତଙ୍କବାଦୀ ହାଫିଜର ଅଫିସରେ ଦିଆଯାଉଛି ଟ୍ରେନିଂ । ତାଲିମ ନେଉଛନ୍ତି ଆଇଏସଆଇର ଏଜେଣ୍ଟ । ISLAMIC STATEର ପ୍ଲାନକୁ କାର୍ଯ୍ୟକାରୀ କରୁଛି ISI । ସାଇବର ଠକେଇ ଟଙ୍କାରେ ହେଉଛି ଆତଙ୍କବାଦୀଙ୍କୁ ଫଣ୍ଡିଂ। ଏଇ ସିମ୍ ମାଧ୍ୟମରେ ହନିଟ୍ରାପ୍ ଠାରୁ ଆରମ୍ଭ କରି ସ୍ଲିପର ସେଲ୍, ଟେରରିଷ୍ଟ ଫଣ୍ଡିଂ, ଓ ଭାରତ ବିରୋଧରେ ଅପପ୍ରଚାର ବି ହେଉଛି।
ପୂର୍ବରୁ ଏଭଳି ଗତବର୍ଷ ଓଡ଼ିଶାରୁ 50 ହାଜର ଫେକ୍ ସିମ୍ କାର୍ଡ ଜବତ ହୋଇଥିଲା। 3 ଯୁବକ ଗିରଫ ବି ହୋଇଥିଲେ। ସେମାନଙ୍କ ଟେରରିଷ୍ଟ ଲିଙ୍କ୍ ନେଇ ସନ୍ଦେହ ବଢିଥିଲା। ସେହିଭଳି ବିଭିନ୍ନ ସମୟରେ ଓଡ଼ିଶା ହୋଇଛି ଆତଙ୍କବାଦୀଙ୍କ ପାଇଁ ନିରାପଦ ଆଶ୍ରୟସ୍ଥଳ। ସିମିର 5 ଆତଙ୍କବାଦୀ, ଅବଦୁର ରେହମାନ୍, ସୟଦ ଅନସାରୀ, ଗୁଡ୍ଡୁ ମୁସଲିମଙ୍କ ଭଳି ଅନେକ ନାଁ ଆସିଛି ସାମ୍ନାକୁ। ଏବେ ସିମ ବକ୍ସ ଷଡଯନ୍ତ୍ର ପଛରେ କିଏ ତା ପାଖରେ ପହଞ୍ଚିବା କମିଶନରେଟ୍ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: