Videos
|
Odisha

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ପୂରଣ ହେବ ଖାଲି ପଡ଼ିଥିବା 1500ରୁ ଅଧିକ ଅଧ୍ୟାପକ ପଦବୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ପୂରଣ ହେବ ଖାଲି ପଡ଼ିଥିବା 1500ରୁ ଅଧିକ ଅଧ୍ୟାପକ ପଦବୀ

ଅର୍ଗସ ବ୍ୟୁରୋ:  ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି...ଖୁବ୍ ଶୀଘ୍ର ପୂରଣ ହେବ ରାଜ୍ୟର ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା 1500ରୁ ଅଧିକ ଅଧ୍ୟାପକ ପଦବୀ...ବିଭିନ୍ନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଓ ୟୁଜିସି ସଦସ୍ୟମାନଙ୍କ ସହ ବୈଠକ ପରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦେଲେ ବଡ଼ ସୂଚନା...ସରକାର କି ପ୍ରଶାସନ ନୁହେଁ, ଅଧ୍ୟାପକ ନିଯୁକ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ଶିକ୍ଷାବିତ୍...ରାଜ୍ୟର ବିଶ୍ଵବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ପାଇଁ ଗତକାଲି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଯେଉଁଥିରେ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ଓ ୟୁଜିସି ସଦସ୍ୟ  ଯୋଗ ଦେଇଥିଲେ। ରାଜ୍ୟର ବିଶ୍ବବିଦ୍ୟାଳୟ ଗୁ଼ଡ଼ିକରେ ଖାଲି ଥିବା ଅଧ୍ୟାପକ ପଦ କେମିତି ପୂରଣ କରାଯିବ  ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା।

ବୈଠକ ପରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି, 2020ରେ ବିଜେଡି ସରକାର ଆଣିଥିବା ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ ଅଧିନିୟମ ଫଳରେ ବିଶ୍ବବିଦ୍ୟାଳୟ ଗୁଡ଼ିକର ସ୍ବାୟତ୍ତତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏଥିରେ ସୁଧାର ଆଣିବେ ବିଜେପି ସରକାର। ୟୁଜିସି ନିୟମାବଳୀକୁ ଆଧାର କରି, ଶିକ୍ଷାବିତଙ୍କ ପରାମର୍ଶକୁ ଗ୍ରହଣ କରି ଏମିତି ଏକ ନୀତି ନିର୍ଧାରିତ କରାଯିବ ଯାହା ଫଳରେ ଆଗାମୀ ଦିନରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଅଧିକ ମଜବୁତ୍ ହୋଇପାରିବ। ଅଧ୍ୟାପକ ନିଯୁକ୍ତ କରିବାର କ୍ଷମତା କୌଣସି ପ୍ରଶାସକଙ୍କ ହାତରେ ରହିବ ନାହିଁ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: