Farmers / କାର୍ତ୍ତିକ ପୂର୍ଣ୍ଣିମାରେ ଚାଷୀଙ୍କୁ ମିଳିଲା ବଡ଼ ଉପହାର

Key Points
ଚାଷୀଙ୍କ ପାଇଁ ଖୁସି ଖବର ।
ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ମିଳିବ ଆଉ ୬୯ ଟଙ୍କା ।
ବର୍ଦ୍ଧିତ MSP ଅନୁଯାୟୀ ଚାଷୀଙ୍କୁ ଟଙ୍କା ଦେବେ ସରକାର ।
୩୧୦୦ ବଦଳରେ କ୍ୱିଣ୍ଟାଲ ପିଛା ମିଳିବ ୩୧୬୯ ଟଙ୍କା ।
ଚାଷୀଙ୍କ ପାଇଁ ଖୁସି ଖବର । ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ଚାଷୀ । ବଢ଼ିଥିବା ଏମଏସପି ଅନୁଯାୟୀ ଚାଷୀଙ୍କୁ ଅଧିକ ୬୯ ଟଙ୍କା ଦେବେ ସରକାର । ଏଣିକି ୩୧୦୦ ବଦଳରେ କ୍ୱିଣ୍ଟାଲ ପିଛା ୩୧୬୯ ଟଙ୍କା ଦେବେ ସରକାର । ଗ୍ରେଡ଼ ଏ ଧାନ କ୍ୱିଣ୍ଟାଲ ପିଛା ମିଳିବ ୩୧୮୯ ଟଙ୍କା । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଛି । କେନ୍ଦ୍ର ସରକାର କ୍ୱିଣ୍ଟାଲ ପିଛା ବଢ଼ିଥିବା ଏମଏସପି ୨୩୬୯ ଟଙ୍କା ସ୍ଥିର କରିଥିବା ବେଳେ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ଦେଉଛନ୍ତି ୮୦୦ ଟଙ୍କାର ଇନପୁଟ ସବସିଡ଼ି ।
ପୂର୍ବରୁ ଚାଷୀଙ୍କୁ ଅଧିକ ସହାୟତା ମିଳିବା ନେଇ ସରକାର ଘୋଷଣା କରିଥିଲେ । ରାଜ୍ୟ ସହ କେନ୍ଦ୍ର ଯୋଜନାର ମିଳିବ ଲାଭ । ଚାଷୀଙ୍କୁ ସୁଯୋଗ ଦେଲେ ରାଜ୍ୟ ସରକାର । ପିଏମ୍ କିଷାନରୁ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କୁ କରାଯିବ ସାମିଲ । ଏଥିପାଇଁ ରାଜ୍ୟ ସରକାର KYC ଅବଧିକୁ ବୃଦ୍ଧି କରିଛନ୍ତି ।
ଏଥିସହ: ପାରାଦୀପରେ କଳିଙ୍ଗ ବାଲିଯାତ୍ରାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ରାଜ୍ୟ କୃଷି ବିଭାଗ ପକ୍ଷରୁ KYC ଅବଧି ୬ ମାସ ବଢ଼ା ଯାଇଛି । ୮ ସେପ୍ଟେମ୍ବରରୁ ଆଉ ୬ ମାସ ସମୟସୀମା ବୃଦ୍ଧି କରାଯାଇଛି । ସିଏମ୍ କିଷାନ ପାଉଥିବା ହିତାଧିକାରୀ ପିଏମ୍ କିଷାନରେ KYC ଅପଡେଟ୍ କରି ସାମିଲ ହୋଇପାରିବେ।
ଏବେ ସିଏମ୍ କିଷାନରେ ୫୧ ଲକ୍ଷ ୫୪ ହଜାର ହିତାଧିକାରୀ ଥିବା ବେଳେ ପିଏମ୍ କିଷାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ସାମିଲ ଅଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଅଧିକ ୬ ଲକ୍ଷ ହିତାଧିକାରୀ ପିଏମ୍ କିଷାନରେ ସାମିଲ କରିଛନ୍ତି ନୂଆ ସରକାର । ଅଧିକ ଚାଷୀଙ୍କୁ ଯୋଡିବାକୁ ସରକାର କରୁଛନ୍ତି ସ୍ପେଶାଲ୍ ଡ୍ରାଇଭ୍ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories