ଗ୍ରିଲ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
·2 years ago

ଅର୍ଗସ ବ୍ୟୁରୋ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ମଞ୍ଜୁରୀ ରୋଡ଼ ବଜାରରେ ଥିବା ସୁନା ଦୋକାନରୁ ଲୁଟ ହୋଇଛି। ଦୁର୍ବୃତ୍ତ ମାନେ ଲୁଟ କରିବାରେ ନୂଆ ତରିକା ଆପଣେଇଛନ୍ତି। ମଞ୍ଜୁରୀ ରୋଡ଼ ବଜାରରେ ଥିବା ଅଲେଖ ଜୁଏଲର୍ସ ସୁନା ଦୋକାନର ଆଗ ପଟ ପାଲ ଦେଇ ଗ୍ରିଲ ତାଡି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ କିଛି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।
ସେପଟେ ଘଟଣାସ୍ଥଳରେ ମଞ୍ଜୁରୀ ରୋଡ଼ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ତଦନ୍ତ ଆରମ୍ଭ କରିଛି। ସୁନା ଦୋକାନ ପକ୍ଷରୁ ଏକ ଲିଖିତ ଅଭିଯୋଗ ହୋଇ ଥିବା ସୂଚନା ଅନୁଯାୟୀ ଜଣାପଡିଛି। ଅପରପକ୍ଷରେ ଭଣ୍ଡାରିପୋଖରୀ ମଞ୍ଜୁରୀ ରୋଡ଼ ଅଞ୍ଚଳର ଗତ କିଛି ଦିନ ହେବ ଚୋରି ବଢ଼ି ଚାଲିଥିବା ବେଳେ ପୁଣି ଏକ ଚୋରିକୁ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: