ମାଓ ହମଲା, ୩ ସହିଦ
·2 years ago

ରାୟଗଡା: ଛତିଶଗଡ଼ ବିଜାପୁରରେ ସିଆରପିଏଫ କ୍ୟାମ୍ପ ଉପରେ ବଡ଼ ନକ୍ସଲ୍ ହମ୍ଲା। ନକ୍ସଲ୍ ହମ୍ଲାରେ 3 ଯବାନ ସହିଦ ହୋଇଥିବାବେଳେ 14 ଆହତ ଥିବା ସୂଚନା । CRPF କ୍ୟାମ୍ପ୍ ଉପରେ ହମ୍ଲାରେ କରିଥିଲେ ନକ୍ସଲ। ତେବେ ସମସ୍ତ ଗୁରୁତରଙ୍କୁ ଜଗଦଲପୁରକୁ ଏୟାରଲିଫ୍ଟ କରାଯାଉଥିବା ସୂଚନା ରହିଛି। ସୁଚନାନୁଯାୟୀ, ନକ୍ସଲ ଗତିବିଧି ଉପରେ ନଜର ରଖିବା ପାଇଁ ସୁକମାର ତେକାଲଗୁଡେମ ଗ୍ରାମରେ ଆଜି ଏକ ସୁରକ୍ଷା ଶିବିର ସ୍ଥାପନ କରାଯାଇଥିଲା।
କ୍ୟାମ୍ପ ସ୍ଥାପନ ପରେ ଜିଲ୍ଲା ରିଜର୍ଭ ଗାର୍ଡ, କୋବ୍ରା ବାଟାଲିୟନ ଓ ସ୍ପେଶାଲ ଟାସ୍କ ଫୋର୍ସ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ନକ୍ସଲମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ପ୍ରତିଆକ୍ରମଣ ମଧ୍ୟ କରିଥିଲେ ଯବାନ। ଯେଉଁଥିରେ ୩ ଯବାନ ସହିଦ ହୋଇଛନ୍ତି। ନକ୍ସଲଙ୍କୁ ନିପାତ ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

