Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୋହନ ସରକାରରେ ସରକାରୀ ନିଯୁକ୍ତିର ବଡ଼ ସୁଯୋଗ

Ritu Das
Browse all articles by Ritu Das
·1 year ago·1 min read
ମୋହନ ସରକାରରେ ସରକାରୀ ନିଯୁକ୍ତିର ବଡ଼ ସୁଯୋଗ

ଅର୍ଗସ ବ୍ୟୁରୋ: କଥାରେ ନୁହେଁ କାମରେ। ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁଛି ବିଜେପି । ଓଡ଼ିଶାର ଶିକ୍ଷିତ ଯୁବକ ଯୁବତୀଙ୍କୁ ମିଳିବ ସରକାରୀ ଚାକିରୀ । ଖୁବଶୀଘ୍ର ପୂରଣ ହେବ ରାଜ୍ୟର ୭୮,୯୧୯ ସରକାରୀ ପଦବୀ । ପଦବୀ ଗୁଡ଼ିକ ପୂରଣ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । 

ରାଜ୍ୟରେ ମୋଟ ୩ ଲକ୍ଷ ୯୯ ହାଜର ୬୬୬ ମଞ୍ଜୁରୀ ପ୍ରାପ୍ତ ପଦବୀ ମଧ୍ୟରୁ ୧ ଲକ୍ଷ ୩୨ ହାଜର ୪୫୯ ପଦବୀ ଖାଲି ପଡ଼ିଛି । ସେଥି ମଧ୍ୟରୁ ୯୨ ହଜାର ୨୦୩ ପଦବୀ ପାଇଁ କ୍ଷମତା ସମ୍ପନ୍ନ କମିଟି ମଞ୍ଜୁରୀ ଦେଇଛି । ସେଥିରୁ ୭୮ ହଜାର ୯୧୯ ପଦବୀ ପୂରଣ ପାଇଁ ବିଭିନ୍ନ ନିଯୁକ୍ତି ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଅବଶିଷ୍ଟ ପଦବୀ ପାଇଁ ସେପ୍ଟେମ୍ବର ୨୦୨୪ ସୁଦ୍ଧା ସମସ୍ତ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛି କମିଟି । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ନିଯୁକ୍ତି ସଂସ୍ଥା ଗୁଡ଼ିକ ଖାଲି ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିବେ । 

ସେପଟେ ରାଜ୍ୟ ସରକାରଙ୍କ ନିଯୁକ୍ତି ନିଷ୍ପତ୍ତିକୁ ବିଭିନ୍ନ ମହଲରେ କରାଯାଇଛି ସ୍ବାଗତ । ଚାକିରି ଆଶାୟୀଙ୍କ ମଧ୍ୟରେ ଦେଖାଦେଇଛି ନୂଆ ଉତ୍ସାହ। 
ପୂରଣ ହେବ ଓଡ଼ିଆ ଯୁବକ ଯୁବତୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ । ପୂର୍ବ ନବୀନ ସରକାର କରୁନଥିଲେ । ମୋହନ ସରକାର କରି ଦେଖାଇଲେ । ବିଜେଡ଼ି ସରକାର ଭଳି ନିଯୁକ୍ତି ମେଳା ନାଁରେ ପ୍ରହସନ ନୁହେଁ, ନିଯୁକ୍ତି ଦେବାର ପ୍ରତିଶ୍ରୁତି ପାଳନ କରିବା ବିଜେପି ସରକାର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Big opportunity | Argus News