Videos
|
Odisha

ପଶ୍ଚିମ ଓଡିଶାରେ ପାଓ୍ବାର ଶୋ ପାଇଁ ବିଜେପିର ବଡ ପ୍ରସ୍ତୁତି

Ritu Das
Browse all articles by Ritu Das
·2 years ago·2 min read
ପଶ୍ଚିମ ଓଡିଶାରେ ପାଓ୍ବାର ଶୋ ପାଇଁ ବିଜେପିର ବଡ ପ୍ରସ୍ତୁତି

ଅର୍ଗସ ବ୍ୟୁରୋ: ଫେବୃଆରୀ 3 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ବଲପୁରରେ ଆଇଆଇଏମର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ । ସେହପରି ଦଳୀୟ ସଭାରେ ଲାକ୍ଷାଧିକ ଲୋକଙ୍କୁ ବି ସମ୍ଭୋଧିତ କରିବାର ରହିଛି କାର୍ଯ୍ୟକ୍ରମ। ଯାହାକୁ ନେଇ ରାଜ୍ୟ ବିଜେପି ଶିବିରରେ ଉତ୍ସାହ  । ନେତାଙ୍କ ଠୁ ନେଇ କର୍ମୀଙ୍କ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭବ୍ୟ ସ୍ବାଗତ ପାଇଁ ଚଳାଇଛନ୍ତି ଜୋରଦାର ପ୍ରସ୍ତୁତି।

ସେପଟେ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ  ଓଡିଶାକୁ ଗସ୍ତକୁ ନେଇ ରାଜ୍ୟ ରାଜନୀତି ବି ବେଶ ସରଗରମ  । କାରଣ ମୋଦିଙ୍କ ଶାସନ ସମୟରେ ଓଡିଶା ଅଧିକ ଲାଭବାନ ହୋଇଥିବା ବେଳେ ସଙ୍ଗଠନ ବି ଅଧିକ ସକ୍ରିୟ ହୋଇଛି । ଯେଉଁଥିପାଇଁ 2019 ଲୋକସଭା ନିର୍ବାଚନରେ ଦଳର ଭୋଟ ପ୍ରତିଶତ 18 ରୁ 38 କୁ ବଢିଥିଲା। ବିଧାନସଭାରେ  କଂଗ୍ରେସକୁ ପଛକୁ ହଟାଇ ରାଜ୍ୟରେ ବିଜେପି ହୋଇଥିଲା ମୁଖ୍ୟ ବିରୋଧୀ ଦଳ, ବିଜେଡିର ଜନପ୍ରିୟତାକୁ  ପଛରେ ପକାଇ 8 ଲୋକସଭା ଆସନରେ ବିଜୟ ହାସଲ କରିଥିଲା ବିଜେପି। 

ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ  ସରକାରୀ କଳର ଖୁଲମ ଖୁଲା ଅପବ୍ୟବହାର ସତ୍ତ୍ବେ 30 ପ୍ରତିଶତରୁ ଅଧିକ ଭୋଟ ପାଇଥିଲା ଦଳ। ଆଉ ଯାହାକୁ ନେଇ ବିଜେପିର ସଫଳତାର ଯାତ୍ରା ଆହୁରି ମଜଭୁତ ହୋଇଥିବା ଆକଳନ କରାଯାଉଛି । ତେବେ ମୋଦିଙ୍କ ଏହି ଗସ୍ତ ବିଶେଷ ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । 

ବିଶେଷ କରି ପଶ୍ଚିମ ଓଡିଶାରେ ବିଜେପି 2019 ନିର୍ବାଚନରେ 5 କୁ 5 ଲୋକସଭା ଆସନ ହାତେଇ ଥିଲା। ମୋଦି ଏବେ ପଶ୍ଚିମ ଓଡିଶାର ପ୍ରାଣ କେନ୍ଦ୍ର ସମ୍ବଲପୁରରେ ଦେବେ ଉଦବୋଧନ। ରାଜ୍ୟରେ ମୋଦିଙ୍କ ପ୍ରତି ବଢୁଥିବା ଜନ ସମର୍ଥନ ଲୋକସଭାରେ ଦଳ ବହୁତ ଭଲ ପ୍ରଦର୍ଶନ କରିବା ନେଇ  ଜଳ ଜଳ ଦିଶୁଛି। ମୋଦିଙ୍କ ଜନପ୍ରିୟତାରେ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ଫଳାଫଳ ପରି ଓଡିଶାରେ ବି ପ୍ରଭାବ ପଡିବ ବୋଲି ଦୃଢୋକ୍ତି କରୁଛନ୍ତି ବିଜେପି ନେତା ଓ କର୍ମୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର