ଅଙ୍ଗନବାଡ଼ି କର୍ମୀଙ୍କ ସମେତ ଆଶା, ପାଚିକା ସହାୟିକା ଏବଂ ନିର୍ମାଣ ଶ୍ରମିକଙ୍କ ପ୍ରତିବାଦ
·2 years ago·1 min read

ଅର୍ଗସ ବ୍ୟୁରୋ: ଲୋୟର ପିଏମଜିରେ ବଡ଼ ବିକ୍ଷୋଭ । ଆନ୍ଦୋଳନରେ ଭାରତୀୟ ମଜଦୁର ସଂଘର ୮୦ରୁ ଅଧିକ ସଂଗଠନ । ଅଙ୍ଗନବାଡ଼ି କର୍ମୀଙ୍କ ସମେତ ଆଶା, ପାଚିକା ସହାୟିକା ଏବଂ ନିର୍ମାଣ ଶ୍ରମିକଙ୍କ ପ୍ରତିବାଦ । ବିଭିନ୍ନ କ୍ଷେତ୍ରରେ ଅସଂଗଠିତ ଶ୍ରମିକ ଖରା, ବର୍ଷା, କାକରରେ କାମ କରୁଥିଲେ ମଧ୍ୟ ସରକାର ସେମାନଙ୍କ ସ୍ଵାର୍ଥକୁ ଅଣଦେଖା କରୁଛନ୍ତି।
ତୁରନ୍ତ ରାଜ୍ୟରେ ଅସଂଗଠିତ ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ କରାଯାଇ ସମସ୍ତ ସୁବିଧା ପ୍ରଦାନ କରାଯାଉ ବୋଲି ଦାବି ହୋଇଛି । ଠିକା, ଆଉଟସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ। ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀ ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ ମାସିକ ୧୮ ହଜାର, ପାଚିକା ସହାୟିକାଙ୍କୁ ୯ ହଜାର ଟଙ୍କା ପ୍ରଦାନ ସହିତ ୨୦୧୮ରେ ଆନ୍ଦୋଳନ ପାଇଁ ବହିଷ୍କୃତ ହୋଇଥିବା ଅଙ୍ଗନବାଡି କର୍ମୀମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଉ ବୋଲି ଭାରତୀୟ ମଜଦୁର ସଂଘ ପକ୍ଷରୁ ଦାବି କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: