RMC ମାର୍କେଟ କାର୍ଯ୍ୟାଳୟରେ ବଡ଼ ରେଡ୍

ଅର୍ଗସ ବ୍ୟୁରୋ: ଭଦ୍ରକ ଜିଲ୍ଲାର ଥିବା RMC ମାର୍କେଟରେ କୋଟି କୋଟି ଟଙ୍କାର ନିର୍ମାଣ ହୋଇଥିବା ଦୋକାନ ଗୃହ କାର୍ଯ୍ୟରେ ଘୋଟଲା ହୋଇଥିବା ନେଇ ଅଭିଯୋଗ ହେବା ପରେ ରାଜ୍ୟ ସରକାରଙ୍କର ସମବାୟ ବିଭାଗ ପକ୍ଷରୁ ଦୁଇ ଜଣିଆ ଟିମ RMC ମାର୍କେଟ ରେ ଥିବା କାର୍ଯ୍ୟାଳୟରେ ରେଡ କରିବା ସହ ବିଭିନ୍ନ କାଗଜ ପତ୍ର ଗୁଡିକୁ ଯାଞ୍ଚ କରୁଛନ୍ତି ଅଧିକାରୀ। ରାଜ୍ୟ ସରକାରଙ୍କର ସମବାୟ ବିଭାଗର ଏଗ୍ରିକଲଚରାଲର ମାର୍କେଟିଙ୍ଗ ଅଧିକାରୀ ତଥା ବିପଣନ ଅଧିକାରୀ ସତ୍ୟ ସ୍ୱାଇଁଙ୍କ ନେତୃତ୍ୱରେ ଅନ୍ୟ ଏକ ଅଧିକାରୀ ଭଦ୍ରକରେ ପହଞ୍ଚି RMC ମାର୍କେଟରେ କାର୍ଯ୍ୟାଳୟରେ ପହଞ୍ଚିଥିଲେ।
RMC ମାର୍କେଟ ବୁଲିବା ସହ କାର୍ଯ୍ୟାଳୟ ଭିତରେ ବିଭିନ୍ନ ଉନୟନ ମୂଳକ କାର୍ଯ୍ୟର କାଗଜ ପତ୍ର ଯାଞ୍ଚ କରୁଛନ୍ତି। ଏହି ମାର୍କେଟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଘୋଟଲା ହୋଇଥିବା ନେଇ ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଙ୍କର ସମବାୟ ବିଭାଗ ତାର ଯାଞ୍ଜ ଆରମ୍ଭ କରିଛନ୍ତି। ତେବେ ଯାଞ୍ଚ କରୁଥିବା ସମ୍ପୃକ୍ତ ଅଧିକାରୀ ଙ୍କୁ ପଚାରିବାରୁ ସେ କହିଛନ୍ତି ଏହି RMC ମାର୍କେଟରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା, ସେହି ଅଭିଯୋଗ କୁ ଆଧାର କରି ଆମେ ତଦନ୍ତ କରୁଛୁ ତେବେ ବର୍ତ୍ତମାନ ସୁଦ୍ଧା କହି ହେବନାହିଁ କେତେ ଟଙ୍କାର ଦୁର୍ନୀତି ହୋଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
