Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବରିଷ୍ଠ ପୋଲିସ ଅଧିକାରୀ ଓ୍ବାଇ.ବି ଖୁରାନିଆଙ୍କୁ ବଡ ଦାୟୀତ୍ବ

Odisha

ବରିଷ୍ଠ ପୋଲିସ ଅଧିକାରୀ ଓ୍ବାଇ.ବି ଖୁରାନିଆଙ୍କୁ ବଡ ଦାୟୀତ୍ବ

Manini Pattanayak
Browse all articles by Manini Pattanayak
·1 year ago·2 min read
ବରିଷ୍ଠ ପୋଲିସ ଅଧିକାରୀ ଓ୍ବାଇ.ବି ଖୁରାନିଆଙ୍କୁ ବଡ ଦାୟୀତ୍ବ

ଭୁବନେଶ୍ୱର:  ଓଡ଼ିଶାର ନୂଆ DGP ଭାବେ ଦାୟିତ୍ବ ନେଇଛନ୍ତି ୱାଇ ବି ଖୁରାନିଆ। 1990 ବ୍ୟାଚର ଆଇପିଏସ୍ ଅଫିସର ୱାଇ ବି ଖୁରାନିଆ ପୂର୍ବରୁ ଭୁବନେଶ୍ବର-କଟକ ଟୁଇନ ସିଟି କମିଶନର ସହ ବିଭିନ୍ନ ଜିଲ୍ଲାର ଏସପି ଭାବେ ଗୁରୁ ଦାୟିତ୍ବ ତୁଲାଇଛନ୍ତି। ଡି ବ୍ରଦର୍ସଙ୍କ କଳା ସାମ୍ରାଜ୍ୟ ଭାଙ୍ଗିବା ସହ ଟିଟୋ ହାଇଦର୍ ଗ୍ୟାଙ୍ଗର ମୂଳପୋଛ କରିବାରେ ତାଙ୍କର ବଡ଼ ଭୂମିକା ଥିଲା। କାର୍ଯ୍ୟଭାର ଗ୍ରହଣ ପରେ ଆଜି ନୂଆ ଡିଜିପି କହିଛନ୍ତି ପୋଲିସ-ଜନତା ସୁସମ୍ପର୍କ ସହ ଅପରାଧ ନିୟନ୍ତ୍ରଣକୁ ସେ ଗୁରୁତ୍ବ ଦେବେ। 

ରାଜ୍ୟ ପୋଲିସକୁ ମିଳିଲେ ନୂଆ ମୁଖିଆ । ରାଜ୍ୟର ନୂଆ ପୋଲିସ ମହାନିର୍ଦ୍ଦେଶକ ହେଲେ ଯୋଗେଶ ବାହାଦୂର ଖୁରାନିଆ । ୧୯୯୦ ବ୍ୟାଚ୍ ର ଏହି ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଗୁରୁ ଦାୟୀତ୍ବ ଦେଇଛନ୍ତି ରାଜ୍ୟ ସରକାର । ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପରେ କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଦାୟୀତ୍ବ ଗ୍ରହଣ କରିଛନ୍ତି ଖୁରାନିଆ । ଅସ୍ଥାୟୀ ଡିଜି ଅରୁଣ ଷଡଙ୍ଗୀ ଖୁରାନିଆଙ୍କୁ ଦାୟୀତ୍ବ ହସ୍ତାନ୍ତର କରିଛନ୍ତି । ତେବେ ପୂର୍ବରୁ ଖୁରାନିଆ ଭୁବନେଶ୍ୱର-କଟକ କମିଶନରେଟ ପୁଲିସର କମିଶନର ଓ ନୟାଗଡ଼, ରାଉରକେଲା,ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ପୁଲିସ ଏସପି ଭାବେ କାର୍ଯ୍ୟ କରିଛନ୍ତି । ସେହିପରି ଉତ୍ତରାଂଚଳ ଓ ଦକ୍ଷିଣାଂଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ । ଏଥିସହ କେନ୍ଦ୍ରକୁ ଯାଇ BSF ସ୍ପେଶାଲ ଡିଜି ମଧ୍ୟ ହୋଇଥିଲେ ଖୁରାନିଆ । ଦାୟୀତ୍ବ ଗ୍ରହଣ କରି ଖୁରାନିଆ କହିଛନ୍ତି ପୋଲିସ-ଜନତା ସୁସମ୍ପର୍କ ସହ ଅପରାଧ ନିୟନ୍ତ୍ରଣକୁ ଦିଆଯିବ ଗୁରୁତ୍ବ । 

 ରାଜ୍ୟ ପୋଲିସର ନୂଆ ମୁଖିଆ ହୋଇଥିବା ଓ୍ବାଇ.ବି ଖୁରାନିଆ ଆଗରେ ରହିଛି ଅନେକ ଆହ୍ବାନ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ପୂର୍ବର ବିଜେଡି ସରକାର ରାଜ୍ୟର ନାଁକୁ ବଦନାମ କରି ରଖିଥିଲା । ତେଣୁ ନୂଆ ସରକାରରେ  ଆଇନଶୃଙ୍ଖଳାରେ ସୁଧାର ଆଣିବାକୁ ପ୍ରତିଶୃତି ବଦ୍ଧ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାର ଲୋକଙ୍କ ସହ ସୁସମ୍ପର୍କ ରଖି ସୁରକ୍ଷାକୁ ଗୁରୁତ୍ହ ଦେବ ବୋଲି ରାଜ୍ୟ ପୋଲିସକୁ ପୂର୍ବରୁ ଆହ୍ବାନ ଦେଇସାରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକି ଖୁରାନିଆଙ୍କ ପାଇଁ ବଡ ଆହ୍ବାନ ହେବ । ସେହିପରି ପୂର୍ବ ସରକାର ସମୟରେ ବଢିଥିବା ମହିଳା ଅପରାଧ, ଶିଶୁ ଅପହରଣ ରୋକିବା, ସାଇବର ଅପରାଧକୁ ନିୟନ୍ତ୍ରଣ କରିବା, ମାଓ ପ୍ରଭାବକୁ ହ୍ରାସ କରିବା ସହ ବର୍ତ୍ତମାନର ମୁଣ୍ଡ ବିନ୍ଧା ସାଜିଥିବା ଅନୁପ୍ରବେଶକୁ ରୋକି ତଟ ସୁରକ୍ଷା ଖୁରାନିଆଙ୍କ ପାଇଁ ବଡ ଆହ୍ବାନ ହେବାକୁ ଯାଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ରାଙ୍କିକୁ ଦେଖି ବରିଷ୍ଠତା ଆଧାରରେ UPSC ଚୟନ କମିଟି ତିନି ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ରୟ, ଏସ୍ ଏମ୍ ନରଓ୍ବାଣେ ଓ ଓ୍ବାଇ.ବି ଖୁରାନିଆଙ୍କ ନାମରେ ମୋହର ମାରିଥିଲେ । ଯାହାଙ୍କ ମଧ୍ୟରୁ ଓ୍ବାଇ.ବି ଖୁରାନିଆ ରାଜ୍ୟର ପରବର୍ତ୍ତି ପୋଲିସ ଡିଜି ଭାବେ ବାଛିଛନ୍ତି ରାଜ୍ୟ ସରକାର । ତେବେ ଯୋଗେଶ ବାହାଦୂର ଖୁରାନିଆ ନୂଆ ପୋଲିସ ଡିଜି ହେବା ପରେ ଖୁବଶୀଘ୍ର ରାଜ୍ୟ ପୋଲିସରେ ବଡ ଧରଣର ଅଦଳବଦଳ ହୋଇପାରେ ବୋଲି ପାଓ୍ବାର କରିଡରରେ ଜୋରଦାର ଚର୍ଚ୍ଚ । କୁହାଯାଉଛି ବିଜେଡି ସରକାର ସମୟରେ ଗେହ୍ଲା ପୁଅ ସାଜି କିଛି ଗାଦି ମଡା ଓ ତୋଷାମଦିଆ ଅଫିସରଙ୍କୁ ହଟାଇ ସେବେ ଅବହେଳିତ ହୋଇ ରହିଥିବା କର୍ତ୍ତବ୍ୟନିଷ୍ଠ ସଚ୍ଚୋଟ୍ ଅଧିକାରୀଙ୍କୁ ଗୁରୁତ୍ବ ଦିଆଯାଇପାରେ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored
Big responsibility to senior police officer yb Khurania | Argus News