Murder Case / ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ବଡ଼ ଖୁଲାସା

Key Points
ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ବଡ଼ ଖୁଲାସା
ବିଜେପି ନେତା ଦେଲେ ଚାଞ୍ଚଲ୍ୟକର ବୟାନ
ମର୍ଡରର 10 ଦିନ ଆଗରୁ ହତ୍ୟାକାରୀ ପିତବାସଙ୍କର କରୁଥିଲେ ପିଛା
ପୋଲିସ ହାତରେ ଧରାପଡ଼ିସାରିଲେଣି ସୁପାରୀ କିଲର !
ହତ୍ୟାର ଷଡ଼ୟନ୍ତ୍ରକାରୀ ଉପରେ ଏବେ ପୋଲିସର ନଜର
ଏବେବି ପୀତବାସଙ୍କ ହତ୍ୟାକୁ ଗ୍ରହଣ କରିପାରୁନାହାନ୍ତି ସାଙ୍ଗସାଥୀ
ହତ୍ୟାକାରୀ ଓ ଷଡ଼ଯନ୍ତ୍ରକାରୀକୁ ତୁରନ୍ତ ବାନ୍ଧିବାକୁ ହେଉଛି ଦାବି
ବ୍ରହ୍ମପୁରର ବିଜେପି ନେତା ତଥା ଆଇନଜାବୀ ପୀତବାସ ପଣ୍ଡା ହତ୍ୟା ଘଟଣାକୁ 7 ଦିନ ବିତିସାରିଲାଣି ହେଲେ ଏଯାଏ ଦୋଷୀଙ୍କୁ ସାମ୍ନାକୁ ଆଣିପାରିନି ପଲିସ। ତେବେ ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ କାହ୍ନୁ ପତିଙ୍କ ଦାବି ସୁପାରୀ କିଲରକୁ ଟ୍ରାପ୍ କରିସାରିଛି ପୋଲିସ ଏବେ ମାଷ୍ଟରମାଇଣ୍ଡ ବିରୋଧରେ ଖୋଜାଚାଲିଛି ପ୍ରମାଣ। ଏଥିସହ କାହ୍ନୁପତି କରିଛନ୍ତି ଆଉ ଏକ ବଡ଼ ଖୁଲାସା। କହିଛନ୍ତି ଅକ୍ଟୋର 6ରେ ପୀତବାସଙ୍କୁ ହତ୍ୟା କରାଗଲା କିନ୍ତୁ ସେପ୍ଟେମ୍ବର 26ରୁ ତାଙ୍କୁ ପିଛା କରୁଥିଲେ ହତ୍ୟାକାରୀ। କୁମାରପୂର୍ଣ୍ଣିମାର ସୁଯୋଗ ନେଇ ସେହିଦିନ କରିଥିଲେ ହତ୍ୟା। ସୁପାରୀ କିଲର ପୂର୍ବରୁ ବାରମ୍ବାର ଘଟଣାସ୍ଥଳର ରେକି କରିଥିବା ଏବଂ ହତ୍ୟାରେ ବ୍ୟବହୃତ ବନ୍ଧୁକ ଆନ୍ଧ୍ରରୁ ଆସିଥିବା କହିଛନ୍ତି କାହ୍ନୁପତି।
ପୀତବାସଙ୍କ ହତ୍ୟାକୁ 7 ଦିନ ବିତିଥିଲେ ବି ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କର ସାଥୀ ଓ ପରିଜନ। ରବିବାର ବ୍ରହ୍ମପୁର ବିଜେପି କାର୍ଯ୍ୟାଳୟରେ ପୀତବାସ ପଣ୍ଡାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା ଶୋକସଭା । ଏଥିରେ ଯୋଗ ଦେଇଥିବା ବିଜେପି ନେତା ଓ ଆଇନଜୀବୀମାନେ ପୀତବାସଙ୍କୁ ମନେପକାଇ ଭାବବିହ୍ବଳ ହୋଇପଡ଼ିଥିଲେ। ପୋଲିସ ଯଥାଶୀଘ୍ର ଘଟଣାର ତଦନ୍ତ ସାରି ହତ୍ୟାକାରୀଙ୍କୁ ସାମ୍ନାକୁ ଆଣିବାକୁ ଦାବି କରିଛନ୍ତି ଗଞ୍ଜାମ ଜିଲ୍ଲାର ବହୁ ବିଧାୟକ।ପୋଲିସ ଶ୍ରୀଘ୍ର ଏହି ହାଇ ପ୍ରୋଫାଇଲ ହତ୍ୟା ଘଟଣାର କାରଣ ଉପରୁ ପରଦା ହଟାଇବା ସହ ହତ୍ୟାକାରୀଙ୍କୁ ସାମ୍ନାକୁ ଆଣିବ ବୋଲି ଜଣାପଡ଼ିଛି।
ଏଥିସହ ପଢ଼ନ୍ତୁ: ପୀତବାସ ପଣ୍ଡା ହତ୍ୟା ମାମଲା, ୩ ଜଣଙ୍କୁ ଉଠାଇ ଆଣିଲା ପୋଲିସ୍
📱 Get Argus News App
✨ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ପୋଲିସ୍ ତନାଘନା ଜାରି ରଖିଛି । ବିଭିନ୍ନ ସ୍ଥାନରୁ ୩ ଜଣଙ୍କୁ ଉଠାଇ ଆଣି ଜେରା କରୁଛି ପୋଲିସ । ଜୈନିକ କର୍ପୋରେଟରଙ୍କୁ ଥାନାରେ ପଚରାଉଚରା କରିଛି ପୋଲିସ । ଶନିବାର ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଯାଞ୍ଚ କରିଛି ପୋଲିସ । ଗତ ଦୁଇ ଦିନ ଭିତରେ ପୋଲିସର ୩ଟି ଟିମ୍ ଜିଲ୍ଲାର ଖଲ୍ଲିକୋଟ, କବିସୂର୍ଯ୍ୟନଗର, ପୋଲସରା ଓ ପାଟପୁର ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା ।
ଚଢ଼ାଉ ସମୟରେ କିଛି ଲୋକଙ୍କୁ ପଚରାଉଚୁରା କରିବା ସହ ପୋଲିସ ଉଠାଇ ଆଣିଥିବା ସୂଚନା ମିଳିଛି । ଖଲ୍ଲିକୋଟରୁ ଜଣେ ଅପରାଧୀଙ୍କୁ ପୋଲିସ ଉଠାଇ ଆଣିଥିବାବେଳେ ଆଜି ବ୍ରହ୍ମପୁର ଉପକଣ୍ଠରୁ ଆଉ ଜଣେ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଉଠାଇ ଆଣି ପଚରାଉଚରା କରୁଥିବା ଜଣାପଡିଛି । ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୬୦ରୁ ଅଧିକ CCTV ଯାଞ୍ଚ କରୁଛି ପୋଲିସ । ରାଜ୍ୟ ବାହାରକୁ ଗୋଟିଏ ଟିମ୍ ଯାଇଥିବା ସୂଚନା ମିଳିଛି । କଲ୍ ଡିଟେଲସରୁ ବଡ଼ ପ୍ରମାଣ ମିଳୁଛି ବୋଲି ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories