Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନବଙ୍କ ପୋଷ୍ଟମର୍ଟମ କରିଥିବା ଦୁଇ ଡାକ୍ତରଙ୍କ ଷ୍ଟେଟମେଣ୍ଟରୁ ବଡ ଖୁଲାସା

Odisha

ନବଙ୍କ ପୋଷ୍ଟମର୍ଟମ କରିଥିବା ଦୁଇ ଡାକ୍ତରଙ୍କ ଷ୍ଟେଟମେଣ୍ଟରୁ ବଡ ଖୁଲାସା

Smruti Parija
Browse all articles by Smruti Parija
·1 year ago·2 min read
ନବଙ୍କ ପୋଷ୍ଟମର୍ଟମ କରିଥିବା ଦୁଇ ଡାକ୍ତରଙ୍କ ଷ୍ଟେଟମେଣ୍ଟରୁ ବଡ ଖୁଲାସା

Key Points

ନବ ଦାସ ହତ୍ୟା ମାମଲାରେ ଦିନକୁ ଦିନ ଆସୁଛି ନୂଆ ନୂଆ ଅପଡେଟ୍ । ଏବେ ପୁଣି ଅର୍ଗସ ହାତରେ ଲାଗିଛି ଏକ୍ସକ୍ଲୁସିଭ୍ ଦସ୍ତାବିଜ୍ । କ୍ରାଇମବ୍ରାଞ୍ଚ ତଦନ୍ତରେ ବଡ଼ ଷଡଯନ୍ତ୍ରର ମିଳିଛି ବଡ଼ ପ୍ରମାଣ । ନବ ହତ୍ୟା ପାଇଁ ହୋଇଥିଲା ଦେଶୀ ବନ୍ଧୁକର ବ୍ୟବହାର ? ନବଙ୍କ ଡେଡବଡିର ଅପରେସନ୍ ଡ୍ରାମାର କିଏ ସେ ନିର୍ଦ୍ଦେଶକ ?

ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାରେ ଦିନକୁ ଦିନ ଆସୁଛି ନୂଆ ନୂଆ ଅପଡେଟ୍ । ଏବେ ପୁଣି ଅର୍ଗସ ହାତରେ ଲାଗିଛି ଏକ୍ସକ୍ଲୁସିଭ୍ ଦସ୍ତାବିଜ୍ । କ୍ରାଇମବ୍ରାଞ୍ଚ ତଦନ୍ତରେ ବଡ଼ ଷଡଯନ୍ତ୍ରର ମିଳିଛି ବଡ଼ ପ୍ରମାଣ । ନବ ହତ୍ୟା ପାଇଁ ହୋଇଥିଲା ଦେଶୀ ବନ୍ଧୁକର ବ୍ୟବହାର ? ନବଙ୍କ ଡେଡବଡିର ଅପରେସନ୍ ଡ୍ରାମାର କିଏ ସେ ନିର୍ଦ୍ଦେଶକ ?


ନବଙ୍କ ପୋଷ୍ଟମର୍ଟମ କରିଥିବା ଦୁଇ ଡାକ୍ତରଙ୍କ କୋର୍ଟରେ ଷ୍ଟେଟମେଣ୍ଟ ଅର୍ଗସ ହାତରେ ଲାଗିଛି । ଡାକ୍ତର ଲକ୍ଷ୍ମୀକାନ୍ତ ବେହେରା ଓ ପି.କେ ସାମନ୍ତରାୟଙ୍କ ଷ୍ଟେଟମେଣ୍ଟରୁ ହୋଇଛି ବଡ଼ ଖୁଲାସା ।


ଚାଞ୍ଚଲ୍ୟକର ଖୁଲାସା-1- ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ହୋଇନାହିଁ ବୟାନ ରେକର୍ଡ । କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ତାଙ୍କ ବୟାନ ରେକର୍ଡ କରିନାହାନ୍ତି ।


ଚାଞ୍ଚଲ୍ୟକର ଖୁଲାସା -2- ପୋଷ୍ଟମର୍ଟମ ରିପୋର୍ଟରେ ଦେଶୀ ବନ୍ଧୁକରୁ ଫାୟାରିଂ ନେଇ ବଢୁଛି ସନ୍ଦେହ । ନବଙ୍କ ଛାତିର କ୍ଷତ ଚିହ୍ନ ଦେଶୀ ବନ୍ଧୁକରୁ ବୁଲେଟ ଫାୟାରରୁ ସମ୍ଭବ । ତେବେ ଏ କଥା ସ୍ପଷ୍ଟ କରାଯାଇପାରିବ ନାହିଁ ଯେ ଏଭଳି କ୍ଷତ ଚିହ୍ନ 15ରୁ 20 ଫୁଟ ଦୁରରୁ ଦେଶୀ ବନ୍ଧୁକରୁ କରାଯାଇଛି ।


ଚାଞ୍ଚଲ୍ୟକର ଖୁଲାସା -3- ନବ ଦାସ ପିନ୍ଧିଥିବା ରକ୍ତଭିଜା ପୋଷାକ ବ୍ୟବଚ୍ଛେଦ ପୂର୍ବରୁ ସେମାନଙ୍କୁ ଦିଆଯାଇନଥିଲା । ବନ୍ଧୁକ ଓ ଗୁଳି ମଧ୍ୟ ସେମାନଙ୍କୁ ଦିଆଯାଇନଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଚାଞ୍ଚଲ୍ୟକର ଖୁଲାସା-4- ପୋଷ୍ଟମର୍ଟମ ରିପୋର୍ଟ କହୁଛି ପ୍ରଚୁର ରକ୍ତସ୍ରାବ ଯୋଗୁଁ ହୋଇଥିଲା ନବଙ୍କ ମୃତ୍ୟୁ । ତାହେଲେ ଝାରସୁଗୁଡାରେ ଡେଥ୍, ଆପୋଲରେ ଡେଡବଡିର ଅପରେସନ୍ ହୋଇଥିଲା କି ?


ଚାଞ୍ଚଲ୍ୟକର ଖୁଲାସା-5- ନବଙ୍କ ସହଯୋଗୀ କହୁଛନ୍ତି ECG ହୋଇଥିଲା । ଭାଇରାଲ୍ ଇସିଜି ରିପୋର୍ଟ କହୁଛି ଝାରସଗୁଡାରେ ନବଙ୍କର ହାର୍ଟବିଟ୍ ବନ୍ଦ ହୋଇଯାଇଥିଲା ।


ପୂର୍ବରୁ ନବଙ୍କୁ ଏକାଧିକ ବନ୍ଧୁକରୁ ଗୁଳିମାଡ଼ ହୋଇଥିବା ନେଇ ରାଜ୍ୟ ଫରେନସିକ୍ ଲ୍ୟାବର ଫିଲ୍ଡ ରିପୋର୍ଟରେ ଦର୍ଶାଯାଇଥିଲା । କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ଚାର୍ଜସିଟ୍ ଓ ଏସଏଫଏସଏଲର ରିପୋର୍ଟ ଅନୁସାରେ ୨୦୨୩ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କର ୨ଟି ଗାଡ଼ି ବ୍ରଜରାଜନଗର ଗାନ୍ଧୀ ଛକକୁ ଯାଇଥିଲା । ପ୍ରଥମ ଗାଡ଼ିରେ ନବ ଦାସ ବସିଥିବା ବେଳେ ଦ୍ଵିତୀୟ ଗାଡ଼ିରେ ତାଙ୍କର ସହ‌ଯୋଗୀ ବସିଥିଲେ । କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଫାଇନାଲ ଫର୍ମରେ ଗୋପାଳ ପାଖରୁ ୧୮ଟି ଗୁଳିଥିବା ଗୋଟିଏ ମ୍ୟାଗାଜିନ୍, ୩ଟି ଅଫୁଟା ଗୁଳି ଜବତ କରାଯାଇଥିବା ନେଇ ଦର୍ଶାଯାଇଥିଲା ।


ଘଟଣାସ୍ଥଳରୁ ଗୋଟିଏ ଖୋକା ଓ ଅନ୍ୟ ଏକ ଅକାମୀ ଗୁଳି ବି ଜବତ କରାଯାଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଗୋଟିଏ ଗୁଳି ସେ ବ୍ଲାଙ୍କ ଫାୟାରିଂ ମଧ୍ୟ କରିଥିଲେ । କିନ୍ତୁ ଷ୍ଟେଟ୍ ଫରେନସିକ୍ ଲ୍ୟାବର ରିପୋର୍ଟ କହୁଛି, ଭେଇକିଲ୍ ୨ ଅର୍ଥାତ୍ ପଛରେ ଥିବା ଗାଡ଼ିରେ ବି ପାଞ୍ଚଟି ଗୁଳି ବାଜିଥିବାର କଣା ରହିଛି । ଏଭଳି ସ୍ଥିତିରେ ନବ ଦାସଙ୍କୁ କେଉଁ ବନ୍ଧୁକରୁ ଗୁଳି ବାଜିଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।


ଏକା ଗୋପାଳ ନା ନବଙ୍କୁ ଆଉ କିଏ ମାରିଥିଲା ଗୁଳି ? ରାଜ୍ୟ ଫରେନସିକ୍ ଲ୍ୟାବ୍ ରିପୋର୍ଟରେ ସାଂଘାତିକ ତଥ୍ୟ

Sponsored
Big revelation from two doctors who performed-ex-minister- Naba-das's postmortem | Argus News